Home କେନ୍ଦୁଝର ହାଟଡିହି ବ୍ଲକରେ ଏକମାତ୍ର ଏ-୧ରେ ସଞ୍ଜିବନୀ

ହାଟଡିହି ବ୍ଲକରେ ଏକମାତ୍ର ଏ-୧ରେ ସଞ୍ଜିବନୀ

860

ହାଟଡିହି ୨୯ । ୭ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଡଅଁର ଟିଏମ ଏକାଡେମୀ ହାଇସ୍କୁଲର ଛାତ୍ରୀ ସଞ୍ଜିବନୀ ନାୟକ ଶତକଡା ୯୦ଭାଗ ନମ୍ବର ରଖି ଏ-୧ରେ ନିଜ ନାମକୁ ସାମିଲ କରିପାରିଛନ୍ତି । ଡଅଁର ଗ୍ରାମର ପିତା ପ୍ରବୀର କୁମାର ନାୟକ ଓ ମା ବିଷ୍ଣୁପ୍ରୀୟା ନାୟକଙ୍କ ଝିଅ ସଞ୍ଜିବନୀ ମୋଟ ୫୪୦ ମାର୍କ ରଖିଛନ୍ତି । ଦିନକୁ ୧୬ଘଣ୍ଟା ପରିଶ୍ରମ କରୁଥିବାବେଳେ ସେ ଭବିଷ୍ୟତରେ ଜଣେ ଆଇଏସ ହେବାକୁ ଲକ୍ଷ ରଖିଥିବା କହିଛନ୍ତି । ତାଙ୍କର ଏହି ସଫଳତାର ଶ୍ରେୟ ପ୍ରଥମେ ତାଙ୍କ ବାପା, ମା ଓ ଟିଏମ ଏକାଡେମୀର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.