Home ଜିଲ୍ଲା ପରିକ୍ରମା ହାଟଡିହିରେ ଭାରତବନ୍ଦ ପ୍ରଭାବହୀନ

ହାଟଡିହିରେ ଭାରତବନ୍ଦ ପ୍ରଭାବହୀନ

42

ହାଟଡିହି, ୨୭ । ୯ (ଓଡିଆପୁଅ / ବିକାଶ ବିଶ୍ୱାଳ) ବିଭିନ୍ନ ସଂଗଠନ ପକ୍ଷରୁ ଦିଆଯାଇଥିବା ଭାରତବନ୍ଦ ହାଟଡିହି ଅଞ୍ଚଳରେ ପ୍ରଭାବହୀନ ହୋଇଛି । କଂଗ୍ରେସ ଓ ବାମ ଦଳଗୁଡିକ ଏହାକୁ ସମର୍ଥନ କରିଥିଲେ ବି ଏଠାରେ ତାହାର କୌଣସି ପ୍ରଭାବ ପଡିନାହିଁ । କେବଳ ଆନନ୍ଦପୁର-ଭଦ୍ରକ ରାସ୍ତାରେ ବସ ଚଳାଚଳ ବନ୍ଦ ଥିବାବେଳେ ଆଜି ସମସ୍ତ ସରକାରୀ, ବେସରକାରୀ ଅଫିସ, ବ୍ୟାଙ୍କ ଆଦି ଖୋଲା ରହିଥିଲା । ଛେନାପଦି, ହାଟଡିହି , ମରୈଗାଁ, ଜଗନ୍ନାଥପୁର ବସନ୍ତିଆ, ଶାଳଣିଆଁ, ବିଦ୍ୟାଧରପୁର, ଢ଼େଙ୍କା, ବରାଙ୍ଗ ଆଦି ଅଞ୍ଚଳ ମାନଙ୍କରେ ଦୋକାନ ବଜାର ଗୁଡିକ ସ୍ୱାଭାବିକ ଥିଲା ଓ ଲୋକମାନେ କିଣାବିକା କରୁଥିବା ଦେଖିବାକୁ ମିଳିଥିଲା । କୌଣସି ରାଜନୈତିକ ଦଳର କର୍ମୀମାନେ କୌଣସିଠାରେ ପିକେଟିଂ କରିବା ଦେଖା ଯାଇ ନଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.