Home କେନ୍ଦୁଝର ହାଇସ୍କୁଲ ଟପର ଛାତ୍ରଙ୍କୁ ଦୈତାରୀ ଜେନା ଓ ରଙ୍ଗବତୀ ଜେନା ସ୍ମୃତି ପୁରସ୍କାର ପ୍ରଦାନ

ହାଇସ୍କୁଲ ଟପର ଛାତ୍ରଙ୍କୁ ଦୈତାରୀ ଜେନା ଓ ରଙ୍ଗବତୀ ଜେନା ସ୍ମୃତି ପୁରସ୍କାର ପ୍ରଦାନ

69

ହାଟଡିହି- ୧୩ /୯ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ହାଇସ୍କୁଲରେ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ସଫଳତା ହାସଲ କରିଥିବା ଛାତ୍ର ସାଇ ରୁଦ୍ର ନାରାୟଣ ସାମଲଙ୍କୁ ସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଥିବା ବରିଷ୍ଠ ପ୍ରଶାସନିକ ଅଧିକାରୀ ଡ. ଗଣେଶ୍ୱର ଜେନା ତାଙ୍କ ବାପା’ ମା’ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଘୋଷଣା କରିଥିବା ପୁରସ୍କାର ପ୍ରଦାନ କରିଛନ୍ତି । ଛାତ୍ର ସାଇ ରୁଦ୍ର ନାରାୟଣ ସାମଲ ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଜିଲ୍ଲା ଟପର ଭାବେ ଉତିର୍ଣ୍ଣ ହୋଇଥିବାରୁ ତାଙ୍କୁ ଦୈତାରୀ ଜେନା ସ୍ମୃତି ପୁରସ୍କାର ଓ ଗଣିତରେ ସର୍ବୋଚ ନମ୍ବର ରଖିଥିବାରୁ ତାଙ୍କୁ ରଙ୍ଗବତୀ ଜେନା ସ୍ମୃତି ପୁରସ୍କାର ମଧ୍ୟ ପ୍ରଦାନ କରାଯିବା ସହ ସମ୍ବର୍ଦ୍ଧିତ କରାଯାଇଛି । ଆଜି ହାଇସ୍କୁଲ ପରିସରରେ ପ୍ରଧାନ ଶିକ୍ଷକ ଶିଶିର କୁମାର କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ଇଡିକୋ ର ମହାପ୍ରବନ୍ଧକ ଡ. ଗଣେଶ୍ୱର ଜେନା, ପୁର୍ବତନ ବିଧାୟକ ମାୟାଧର ଜେନା, ବିଡିଓ ବିନିତା ବିଜୟିନୀ, ପରିଚାଳନା କମିଟି ସଦସ୍ୟ କାମପାଳ ନାୟକ, ପୁରାତନ ଛାତ୍ର ଅନିଲ କୁମାର ନାୟକ, ପୁରାତନ ଛାତ୍ର ତଥା ସାମ୍ବାଦିକ କିଶୋର ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ ଉତ୍କର୍ଷତା ପ୍ରତିପାଦନ ସହ ନିଜ ନିଜର ଅନ୍ତର୍ନିହିତ ଗୁଣାବଲୀର ବିକାଶ ପାଇଁ ମାର୍ଗଦର୍ଶନ କରାଇଥିଲେ । ଏହି ଅବସରରେ ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ୫୮୨ମାର୍କ ରଖି ଜିଲ୍ଲାରେ ପ୍ରଥମସ୍ଥାନ ହାସଲ କରିଥିବା ଛାତ୍ର ସାଇ ରୁଦ୍ର ନାରାୟଣ ସାମଲଙ୍କୁ ଦୈତାରୀ ଜେନା ସ୍ମୃତି ପୁରସ୍କାର ସହିତ ଉତ୍ତରୀୟ, ମାନପତ୍ର ଓ ନଗଦ ୫ହଜାର ଟଙ୍କା ଓ ଗଣିତରେ ସର୍ବୋଚ୍ଚ ନମ୍ବର ରଖିଥିବାରୁ ରଙ୍ଗବତୀ ଜେନା ସ୍ମୃତି ପୁରସ୍କାର ସହିତ ନଗଦ ୫ହଜାର ଟଙ୍କା ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି ଉତ୍ସବରେ ଡ. ଗଣେଶତବର ଜେନାଙ୍କ ପତ୍ନୀ ବବିତା ଜେନା, ଝିଅ ସିମୋନା ସଂଜୀବିତା, ସାନଝିଅ ତଥା ଆନ୍ତର୍ଜାତିକ ଚେସ ଖେଳାଳୀ ସାଇନା ସଲୋନିକା, ଭଣଜା ପବିତ୍ର କୁମାର ଖୁଣ୍ଟିଆ ପ୍ରମୁଖ ଯୋଗଦେଇଥିବାବେଳେ ସହକାରୀ ଶିକ୍ଷକ ପରମାନନ୍ଦ ପରିଡା, ପ୍ରମୋଦ କୁମାର ବେହେରା, ମାନସ କୁମାର ନାୟକ, ଜ୍ୟୋତି ପ୍ରକାଶ ବେହେରା, ସରୋଜ କୁମାର ବେହେରା, ମାନସୀ ସାହୁ, ଲୀଳାବତୀ ଜେନା, କଲ୍ୟାଣୀ ଜେନା, ଭାସ୍କର ଜେନା, ତାପସ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ସୁଚନାଯୋଗ୍ୟ ଯେ ଏହି ସ୍କୁଲର ପୁରାତନ ଛାତ୍ର ତଥା ବର୍ତମାନର ପ୍ରଶାସନିକ ଅଧିକାରୀ ଥିବା ଡ. ଗଣେଶ୍ୱର ଜେନା ଏହି ସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିବାପରେ ଛାତ୍ରଛାତ୍ରୀଙ୍କ ଉତ୍ସାହ ବୃଦ୍ଧି କରିବା ଲକ୍ଷ ନେଇ ନିଜର ପିତା ଦୈତାରୀ ଜେନା ଓ ମାତା ରଙ୍ଗବତୀ ଜେନାଙ୍କ ସ୍ମୃତିରେ ପ୍ରତିବର୍ଷ ଦୁଇଟି ପୁରସ୍କାର ପ୍ରଦାନ କରିବାକୁ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.