Home ଜିଲ୍ଲା ପରିକ୍ରମା କାର ଧକ୍କାରେ ଯୁବ ଖବରକାଗଜ ବିତରକ ମୃତ

କାର ଧକ୍କାରେ ଯୁବ ଖବରକାଗଜ ବିତରକ ମୃତ

44

ଭଦ୍ରକ, ୧୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ପୂର୍ବାହ୍ନ ୯ଟା ସମୟରେ ଭଦ୍ରକର ଜଣେ ଯୁବ ଖବରକାଗଜ ବିତରକ ଏକ ସଡ଼କ ଦୁର୍ଘଟଣାରେ ମୃତୁବରଣ କରିଛନ୍ତି । ମୃତକ ଜଣକ ହେଲେ ଭଦ୍ରକ ବ୍ଲଗ ଗେଲଟୁଆ ପଞ୍ଚାୟତ କୁଆପଦା ଗ୍ରାମର ଜୟକୃଷ୍ଣ ଚିନ୍ନାରାଙ୍କ ପୁତ୍ର ସନାତନ(୪୦) । ସହରାଞ୍ଚଳ ପୁଲିସ ଏହି ଘଟଣାରେ ଏକ ଦୁର୍ଘଟଣାଜନୀତ ମାମଲା ରୁଜ୍ଜୁ କରିବା ପରେ ମୃତ ଦେହ ବ୍ୟବଛେଦ କରି ତାଙ୍କ ପରିବାରବର୍ଗକୁ ହସ୍ତାନ୍ତର କରିଛି । ପ୍ରାପ୍ତ ସୂଚନା ଅନୁଯାୟୀ ସନାତନ ଆଜି ସକାଳେ ନିଉଜ ଏଜେନ୍ସି ନଲେଜ ସେଣ୍ଟରରୁ କାମ ସାରି ଖବରକାଗଜ ନେଇ ଯାଉଥିବା ସମୟରେ ବାଇପାସ ଡାହାଣିଗଡ଼ିଆ ରାସ୍ତାର ଓମ୍ ଫର୍ଣ୍ଣିଚର ସମ୍ମୁଖରେ ଓଡି ୨୨ଜେ-୩୫୬୪ ନମ୍ବରଯୁକ୍ତ ମାରୁତି ୱାଗନର କାର ତାଙ୍କୁ ପଛରୁ ଜୋରରେ ଧକ୍କା ଦେଇଥିଲା । ଫଳରେ ସେ ରାସ୍ତା ଉପରେ ଛିଟିକି ପଡ଼ିଥିଲେ । ତାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା । କେତେକ ସ୍ଥାନୀୟ ବ୍ୟକ୍ତି ସନାତନକୁ ଗୁରୁତର ଅବସ୍ଥାରେ ଜିଲ୍ଲା ଚିକିତ୍ସାଳୟକୁ ନେଇ ଯାଇଥିଲେ । ତେବେ ଅବସ୍ତା ସଂକଟାପନ୍ନ ଥିବାରୁ, ଡାକ୍ତରମାନେ ତାଙ୍କୁ କଟକ ବଡ଼ ଡାକ୍ତରଖାନା ରେଫର କରିଥିଲେ । କଟକ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ଖବର ପାଇ ନଲେଜ ସେଣ୍ଟର ପରିବାରର ସମସ୍ତ ସଦସ୍ୟ, ବହୁ ସଂଖ୍ୟକ ଖବରକାଗଜ ବିତରକ, ସାମ୍ବାଦିକ, ଗେଲଟୁଆ ସରପଞ୍ଚ ଜିଲ୍ଲା ଚିକିତ୍ସାଳୟରେ ପହଞ୍ଚି ସନାତନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଆଜି ଅପରାହ୍ନରେ ନିଜ ଗ୍ରାମ କୁଆପଦା ଠାରେ ସନାତନଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ସନାତନ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ । ତାଙ୍କ ମୃତ୍ୟୁ ପରେ ବୃଦ୍ଧ ବାପା, ମା’, ପତ୍ନୀ, ପୁତ୍ର ଓ ଝିଅ ଏବେ ଅସହାୟ ହୋଇ ପଡ଼ିଛନ୍ତି । ତାଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଖବରକାଗଜ ବିତରକ ଓ ଗଣମାଧ୍ୟମ ପ୍ରତିନିଧିମାନେ ଦାବି କରିଛନ୍ତି । ତେବେ ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.