Home ଓଡ଼ିଶା ହାଇଦ୍ରାବାଦ ଗଣ ଦୁଷ୍କର୍ମ ଏବଂ ହତ୍ୟା ଘଟଣା : ମହିଳା ଡକ୍ଟରଙ୍କର ଫରେନ୍ସିକ ରିପୋର୍ଟରେ ହେଲା...

ହାଇଦ୍ରାବାଦ ଗଣ ଦୁଷ୍କର୍ମ ଏବଂ ହତ୍ୟା ଘଟଣା : ମହିଳା ଡକ୍ଟରଙ୍କର ଫରେନ୍ସିକ ରିପୋର୍ଟରେ ହେଲା ବଡ଼ ଖୁଲାସା

1134

ହାଇଦ୍ରାବାଦ ୧୪-୧୨ (ଓଡ଼ିଆ ପୁଅ) ହାଇଦ୍ରାବାଦ ଗଣ ଦୁଷ୍କର୍ମ ଏବଂ ହତ୍ୟା ଘଟଣାର ଫରେନ୍ସିକ ରିପୋର୍ଟରେ ବଡ଼ ଖୁଲାସା ହୋଇଛି। ଅଭିଯୁକ୍ତମାନେ ଦୁଷ୍କର୍ମ ଏବଂ ଅମଣିଷତ୍ୱର ସମସ୍ତ ସୀମା ପାର କରିଥିଲେ ବୋଲି, ମହିଳା ଡକ୍ଟରଙ୍କର ଫରେନ୍ସିକ ରିପୋର୍ଟରେ ଖୁଲାସା ହୋଇଛି।

ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ମହିଳା ଭେଟେନାରୀ ଡକ୍ଟରଙ୍କୁ ଗ୍ୟାଙ୍ଗରେପ ପରେ ହତ୍ୟା ମାମଲାରେ ପ୍ରତ୍ୟେକ ଦିନ ନୂଆ ଖୁଲାସା ହେଉଅଛି। ମହିଳା ଡକ୍ଟରଙ୍କର ଡିଏନଏ ରିପୋର୍ଟ ଆସିବା ପରେ ଫରେନ୍ସିକ ଜାଞ୍ଚରେ ମଧ୍ୟ ନୂଆ ଖୁଲାସା ହୋଇଛି। ଏବେ ଏହା ପୁଷ୍ଟି କରାଯାଇଛି କି ଡକ୍ଟରଙ୍କୁ ମାରିବା ପୂର୍ବରୁ ଅଭିଯୁକ୍ତମାନେ ଜବରଦସ୍ତୀ ମଦ୍ୟ ପାନ କରାଇଥିଲେ।

ଫରେନ୍ସିକ ରିପୋର୍ଟରେ ଖୁଲାସା
ଦି ଟାଇମ୍ସ ଅଫ ଇଣ୍ଡିଆ ଖବର କାଗଜ ମୁତାବକ ପୋଷ୍ଟମର୍ଟମ ଫରେନ୍ସିକ ଟେକ୍ସିକଲୋଜୀରେ ଏହା ଜଣାପଡ଼ିଛିଯେ, ମହିଳା ଡକ୍ଟରଙ୍କର ଲିଭର ଟିସୁ (liver Tissue) ରେ ମଦର ଅଂଶ ମିଳିଛି। କୁହାଯାଇପାରେଯେ, ଘଟଣାର ତୁରନ୍ତ ପରେ ପୋଲିସ କହିଥିଲା କି ଅଭିଯୁକ୍ତମାନେ ଡକ୍ଟରଙ୍କୁ ରେପ ଏବଂ ମର୍ଡର କରିବା ପୂର୍ବରୁ ଜବରଦସ୍ତୀ ମଦ ପିଆଇଥିଲେ। ଏବେ ପୁଲିସର ଏହି ଦାବିର ପୁଷ୍ଟି ହୋଇଯାଇଛି।

DNA ରିପୋର୍ଟରେ କ’ଣ ମିଳିଲା?

କୁହାଯାଇପାରେଯେ, ମହିଳା ଡକ୍ଟରଙ୍କର ହାଡ଼କୁ DNA ଜାଞ୍ଚ ପାଇଁ ପଠାଯାଇଥିଲା। ରିପୋର୍ଟ ମୁତାବକ DNA ଟେଷ୍ଟରେ ପରିବାରଲୋକଙ୍କ ସହିତ ମ୍ୟାଚ୍ କରିଛି। ତା’ ବ୍ୟତୀତ ପୀଡ଼ିତାଙ୍କର କପଡ଼ାରୁ ସେମିନାଲ ସାମ୍ପୁଲ ନିଆଯାଇଥିଲା। DNA ଜାଞ୍ଚରେ ଏହା ମଧ୍ୟ ପୁଷ୍ଟି ହୋଇଛି ଯେ, ଘଟଣା ସ୍ଥଳରୁ ମିଳିଥିବା ସେମିନାଲର ଦାଗ (Seminal Stains) ଚାରିଜଣ ଅଭିଯୁକ୍ତମାନଙ୍କର ଥିଲା।

ଶବକୁ ସୁରକ୍ଷିତ ରଖିବାପାଇଁ ଆଦେଶ
ସୁପ୍ରୀମ କୋର୍ଟ କହିଛନ୍ତି କି ଏନକାଉଣ୍ଟରରେ ମରାଯାଇଥିବା ଅଭିଯୁକ୍ତମାନଙ୍କର ଶବ ସୁରକ୍ଷିତ ରଖିବାର ହାଇକୋର୍ଟର ଆଦେଶକୁ ବର୍ତ୍ତମାନ ସୁରକ୍ଷିତ ରଖାଯିବ। ତେଲେଙ୍ଗାନା ହାଇକୋର୍ଟ ୯ ଡିସେମ୍ବରରେ ଅଧିକାରୀମାନଙ୍କୁ ୧୩ ଡିସେମ୍ବର ପର୍ଯ୍ୟନ୍ତ ଚାରି ଶବକୁ ସଂରକ୍ଷିତ କରିବାକୁ ଆଦେଶ ଦେଇଥିଲେ। ସୁପ୍ରୀମ କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତିଯେ, ଆୟୋଗର ଜାଞ୍ଚର ସମୟରେ କୌଣସି ଅନ୍ୟ କୋର୍ଟର ଜାଞ୍ଚ ହୋବ ନାହିଁ। ଏହି ମାମଲାରେ ଜାଞ୍ଚ ପାଇଁ ଉଚ୍ଚତମ ନ୍ୟାୟାଳୟ ତିନି ସଦସ୍ୟ ବିଶିଷ୍ଟ ଆୟୋଗ ଗଠନ କରିଛନ୍ତି। ଯାହାର ନେତ୍ତୃତ୍ୱ ଉଚ୍ଚତମ ନ୍ୟାୟାଳୟର ପୂର୍ବତମ ବିଚାରପତି ବି.ଏସ ସିରପୁରକର କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.