Home ଜିଲ୍ଲା ପରିକ୍ରମା ହାଇଦ୍ରାବାଦରୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ମୋଟୁ ସୀମାନ୍ତ ରେ ମୃତ୍ୟୁ, ଜିଲ୍ଲାପ୍ରଶାସନ କଲା ଶବସଂସ୍କାର

ହାଇଦ୍ରାବାଦରୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ମୋଟୁ ସୀମାନ୍ତ ରେ ମୃତ୍ୟୁ, ଜିଲ୍ଲାପ୍ରଶାସନ କଲା ଶବସଂସ୍କାର

80

ମାଲକାନଗିରି,୧୦ା୫ (ଓଡିଆ ପୁଅ )କରୋନା ମହାମାରି ଏତେ ଯେ ଭୟଙ୍କର ଯେ କେତେ ଜୀବନ ନେଲାଣି, କେତେ ଶୁଶୁଙ୍କୁୁ ଅନାଥ କରିଦେଇଛି ତ ଅନେକ ମହିଳାଙ୍କୁ ବିଧବା ବନାଇଦେଇଛି ତ ଆଉ କେଉଁଠି ଭେଣ୍ଡିଆ ପୁଅକୁ ହରାଇ ବୃଦ୍ଧ ପିତା ମାତା ଙ୍କ ଆଖିରୁ ଲୁହ ଶୁଖୁନାହିଁ । କରୋନା ସଂକ୍ରମଣ ମହାମାରିରୂପନେଇ ତାର କରାଳ ରୂପ ସମଗ୍ର ବିଶ୍ୱକୁ ଗ୍ରାସୀଥିବା ବେଳେ ଲକଡାଉନ ପାଇଁ ପ୍ରବାସୀ ଶ୍ରମିକ ମାନଙ୍କ ଦୁଃଖ ଦିନକୁ ଦିନ ବଢି ଚାଲିଛି । ଏମିତି ଏକ କରୋନାର କରୁଣ କାହାଣୀ ଦେଖିବାକୁ ମିଳିଛି ସୀମାନ୍ତ ମୋଟୁ ଚେକପୋଷ୍ଟ ନିକଟରେ ।ଲକ୍‌ଡାଉନ୍ ହୋଇଯାଇଥିବାରୁ ଦୋକାନବଜାର ଓ କମ୍ପାନି ବନ୍ଦ ହୋଇ ଯିବାରୁ କାମ ନପାଇ ହାଇଦ୍ରାବାଦରୁ ଏକ ବସରେ ବାଲେଶ୍ୱରର ପ୍ରବାସୀ ଶ୍ରମିକ ଦୁଇଭାଇ ମୋଟୁ ରାସ୍ତାଦେଇ ଫେରୁଥିଲେ । ହଟାତ ମୋଟୁ ସୀମାନ୍ତ ସିଲେରୁ ନିକଟରେ ଜଣେ ଭାଇଙ୍କର ମୃତ୍ୟୁହୋଇଗଲା , ଆନ୍ଦ୍ରପ୍ରଦେଶ ପୁଲିସ ଗୁରୁତ୍ୱ ନଦେଇ ଶବ କୁ ଖୋଲା ପଡିଆରେ ପକାଇ ରଖିଥିବା ବେଳେ ମାଲକାନଗିରି ଜିଲ୍ଲାପ୍ରଶାସନ ଗୁରୁତ୍ୱଦେଇ ମୃତ ବ୍ୟକ୍ତିଙ୍କର କୋଭିଡ ନିୟମ ଅନୁସାରେ ଶବସଂସ୍କାର କରିଛି । ବାଲେଶ୍ୱର ଜିଲ୍ଲା ସୋର ଥାନାସ୍ଥ କୁମ୍ଭି ଗ୍ରାମର ସୁଧିର ରଜଂନ ବିଶ୍ୱାଳ ଓ ତାଙ୍କର ଭାଇ ଧିରେନ୍ଦ୍ର ବିଶ୍ୱାଳ ହାଇଦ୍ରାବାଦର ଏକ କମ୍ପାନିରେ କାମକରୁଥିଲେ । ଲକଡାଉନ ହୋଇଯାଇଥିବାରୁ ସେମାନେ ହାଇଦ୍ରାବାଦରୁ ଏକ ଘରୋଇବସରେ ନିଜଘରକୁ ଓଡିଶାକୁ ଫେରୁଥିଲେ । ମୋଟୁ ସୀମାନ୍ତ ଆନ୍ଦ୍ରପ୍ରଦେଶ ସିଲେରୁ ନିକଟରେ ବସ ଭିତରେ ସୁଧିର ରଜଂନବିଶ୍ୱାଳଙ୍କ ଛାତିରେ ଯନ୍ତ୍ରଣା ହୋଇ ମୃତ୍ୟୁହୋଇଯାଇଥିଲା । ବସ ଟି ମୃତ ଶରୀର ଓ ତାଙ୍କ ଭାଇଙ୍କୁ ସିଲେରୁ ଠାରେ ଓହ୍ଲାଇ ଦେଇ ପଳାଇଥିଲା । ମୃତକଙ୍କ ଭାଇ ଧିରେନ୍ଦ୍ର ଶବ କେମିତି ନେବେ ଓ ନିଜଗାଁକୁ କିପରି ଫେରିବେ ସେଚିନ୍ତା କରୁଥିବା ବେଳେ ସିଲେରୁ ପୁଲିସ ଏ ସଂପର୍କରେ ସୀମାନ୍ତ ମୋଟୁ ଥାନାକୁ ଜଣାଇଥିଲେ । ଓଡିଶାର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଛି,ସେମାନେ ଆନ୍ଦ୍ରପ୍ରଦେଶରେ ଅସହାୟ ଅବସ୍ଥାରେ ଅଟକିରହିଛନ୍ତି ବୋଲି ମାଲକାନଗିରି ମାଲକାନଗିରି ଜିଲ୍ଲା ପ୍ରଶାସନ ଜାଣିବାପରେ ମୋଟୁ ତହସିଲଦାର ଶଶାଙ୍କ ଶେଖର ମିଶ୍ର,ଏସଡିପିଓ ଅଶୁଂମାନ ଦ୍ୱିବେଦୀ,ମୋଟୁ ହସପିଟାଲ ଡାକ୍ତର ସରୋଜ କୁମାର ବେହେରା,ମୋଟୁ ଥାନା ଆଇଆଇସି ସୋମନାଥ ବେହେରା,ସବଇନିସପେକ୍ଟର ସୁଶାନ୍ତ କୁମାର ସାହୁ ଆନ୍ଦ୍ରପ୍ରଦେଶ ସିଲେରୁ ଥାନାଠାରେ ପହଁଚି ଥିଲେ । ସିଲେରୁ ନଦୀ କୁଳରେ କୋଭିଡ ନିୟମ ପାଳନ କରି ପିପିକିଟ ପରିଧାନ ସହ ଜିଲ୍ଲାପ୍ରଶାସନ ପ କ୍ଷରୁ ମୃତ ରଂଜନ ବିଶ୍ୱାଳଙ୍କ ଶବ ସଂସ୍କାର କରାଯାଇଥିଲା । ମାଲକାନଗିରି ଜିଲ୍ଲାପ୍‌୍ରଶାସନ ସମସ୍ତପ୍ରକାର ସହାୟତା କରିଥିବାରୁ ଅସହାୟ ହୋଇପଡିଥିବା ମୃତ ସୁଧୁର ରଂଜନଙ୍କ ଭାଇ ଧିରେନ୍ଦ୍ର ବିଶ୍ୱାଳ ମାଲକାନଗିରି ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.