Home ଜିଲ୍ଲା ପରିକ୍ରମା ହଲଦ୍ୱାନୀ ଘଟଣାର ପ୍ରତିବାଦରେ ଭଦ୍ରକରେ କଂଗ୍ରେସର ପଦଯାତ୍ରା ଓ ସତ୍ୟାଗ୍ରହ, ସମାବେଶ ସ୍ଥଳରେ ଗଙ୍ଗାଜଳ ସିଂଚନ...

ହଲଦ୍ୱାନୀ ଘଟଣାର ପ୍ରତିବାଦରେ ଭଦ୍ରକରେ କଂଗ୍ରେସର ପଦଯାତ୍ରା ଓ ସତ୍ୟାଗ୍ରହ, ସମାବେଶ ସ୍ଥଳରେ ଗଙ୍ଗାଜଳ ସିଂଚନ ଘଟଣାକୁ ନେଇ ତୀବ୍ର ପ୍ରତିବାଦ

3

ଭଦ୍ରକ, ୧୪ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଉତରାଖଣ୍ଡର ହଲଦ୍ୱାନୀଠାରେ କଂଗ୍ରେସର ଏକ ସମାବେଶ ପରେ ସମାବେଶ ସ୍ଥଳରେ ଗଙ୍ଗାଜଳ ସିଂଚନ କରି ଶୁଦ୍ଧିକରଣ କରାଯାଇଥିବା ଘଟଣାକୁ ନେଇ ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ତୀବ୍ର ପ୍ରତିବାଦ କରାଯାଇଛି। ଏହି ଘଟଣାକୁ ସାମାଜିକ ସମାନତା, ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ସମ୍ବିଧାନର ମୂଳ ଆଦର୍ଶ ବିରୋଧୀ ବୋଲି ଅଭିହିତ କରି ଦଳ ପକ୍ଷରୁ ଭଦ୍ରକ ସହରରେ ପଦଯାତ୍ରା ସହ ସତ୍ୟାଗ୍ରହ ଆୟୋଜନ କରାଯାଇଥିଲା। ଏହି ଘଟଣାକୁ କେନ୍ଦ୍ର କରି ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ନଳିନୀ ମହାନ୍ତିଙ୍କ ନେତୃତ୍ୱରେ ପଦଯାତ୍ରା ଆୟୋଜିତ ହୋଇଥିଲା। କଂଗ୍ରେସ କାର୍ଯ୍ୟାଳୟରୁ ବହୁ ସଂଖ୍ୟକ ଦଳୀୟ କର୍ମୀ ଓ ନେତା ଏକତ୍ରିତ ହୋଇ ପଦଯାତ୍ରାରେ ବାହାରିଥିଲେ। ହାତରେ ଦଳୀୟ ପତାକା ଓ ବିଭିନ୍ନ ପ୍ରତିବାଦମୂଳକ ସ୍ଲୋଗାନ ସହ କର୍ମୀମାନେ ସହରର ବିଭିନ୍ନ ଅଂଚଳ ଦେଇ ନୂଆବଜାରସ୍ଥିତ ଗାନ୍ଧୀ ପଡ଼ିଆ ଅଭିମୁଖେ ଯାତ୍ରା କରିଥିଲେ। ଗାନ୍ଧୀ ପଡ଼ିଆରେ ପହଂଚିବା ପରେ କଂଗ୍ରେସ ନେତା ଓ କର୍ମୀମାନେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ସେଠାରେ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଦଳୀୟ ନେତାମାନେ କହିଥିଲେ ଯେ, ମହାତ୍ମା ଗାନ୍ଧୀଙ୍କ ଅହିଂସା, ସତ୍ୟ, ସମାନତା ଓ ସାମାଜିକ ସଦ୍‌ଭାବର ଆଦର୍ଶକୁ ଆଧାର କରି ଦେଶ ଆଗକୁ ବଢ଼ିବା ଆବଶ୍ୟକ। ସମାଜରେ କୌଣସି ପ୍ରକାର ଭେଦଭାବ ଓ ଅସମାନତାକୁ ପ୍ରଶ୍ରୟ ଦିଆଯିବା ଉଚିତ ନୁହେଁ ବୋଲି ସେମାନେ ମତ ଦେଇଥିଲେ। ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲା କଂଗ୍ରେସର ବରିଷ୍ଠ ନେତା ଦେବେନ୍ଦ୍ର ମହାନ୍ତି, ଗୋଲକ ଚନ୍ଦ୍ର ବେହେରା, ରଜନୀକାନ୍ତ ଚାନ୍ଦ, ରାଜେନ୍ଦ୍ର ପ୍ରସାଦ ଜେନାଙ୍କ ସମେତ ବିଭିନ୍ନ ବ୍ଲକ କଂଗ୍ରେସ ସଭାପତି ପଂଚାନନ ମଣ୍ଡଳ, ଅଜୟ ସାହୁ, ଅରବିନ୍ଦ ନାୟକ, ସରୋଜ ଦାସ, ସରୋଜ ନାୟକ ଓ ସୁବାଶିଷ ମଲ୍ଲିକ ଯୋଗଦେଇଥିଲେ। ସେହିପରି ବିଭିନ୍ନ ଟାଉନ କଂଗ୍ରେସ ସଭାପତି ଭକ୍ତରଞ୍ଜନ ପଟ୍ଟନାୟକ, ପ୍ରମୋଦ ସ୍ୱାଇଁ, ଫରିୟାଦ ଖାନଙ୍କ ସମେତ ଯୁବ କଂଗ୍ରେସ ସଭାପତି ବଳରାମ ରାଉତ, ଅଭିଷେକ ରାଉତ, ପିତବାସ ଧଳ, ବିଜୟ ବାରିକ, ସୁବ୍ରତ କୁମାର ବେଉରା, ବିଜୟ ଶଙ୍କର ମହାନ୍ତି, ରାଜକିଶୋର ପଣ୍ଡା, ପବିତ୍ର ପୃଷ୍ଟି, ସଞ୍ଜୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ମହିଳା କଂଗ୍ରେସ ଓ ଦଳର ବିଭିନ୍ନ ସାମ୍ମୁଖ୍ୟ ସଂଗଠନର କର୍ମକର୍ତାମାନେ ମଧ୍ୟ ସତ୍ୟାଗ୍ରହରେ ସାମିଲ ହୋଇଥିଲେ। ନାରୀନେତ୍ରୀ ସବିତା ଚାନ୍ଦ, ଶର୍ମିଷ୍ଠା ପଣ୍ଡା, ଭରତ ତ୍ରିପାଠୀ, ବିଦ୍ୟାଧର ଜେନାଙ୍କ ସମେତ ବହୁ ଦଳୀୟ କର୍ମୀ ଏଥିରେ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.