Home କେନ୍ଦୁଝର ହରିଣ ମାରିବା ଅଭିଯୋଗରେ ଜଣେ ଗିରଫ

ହରିଣ ମାରିବା ଅଭିଯୋଗରେ ଜଣେ ଗିରଫ

25

ହାଟଡ଼ିହି, ୧୦ । ୨ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହଦଗଡ ଅଭୟାରଣ୍ୟ ମଧ୍ୟରେ ଏକ ହରିଣକୁ ମାରିବା ଅଭିଯୋଗରେ ଜଂଗଲ ବିଭାଗ ଜଣେ ଅଭିଯୁକ୍ତକୁ ଗିରଫ କରି ପଚରା ଉଚୁରା କରୁଛନ୍ତି । ସୁଚନାରୁ ଜଣାଯାଇଛି ଯେ ଆଜି ସକାଳେ ଏକ ହରିଣ ହଦଗଡ ଅଭୟାରଣ୍ୟ ମଧ୍ୟରୁ ଚଞ୍ଚଳପଡା ଗାଁ ନିକଟକୁ ପାଣି ପିଇବା ପାଇଁ ପଳାଇ ଆସିଥିଲା । ଗାଁ ଲୋକେ ହରିଣକୁ ଘଉଡାଇ ଦେବାରୁ ହରିଣଟି ଜଂଗଲକୁ ପଳାଉଥିବାବେଳେ ପଞ୍ଚାନନ ବେହେରା (୪୧) ନାମକ ଜଣେ ଯୁବକ ଏକ ଟାଙ୍ଗିଆରେ ହରିଣର ମୁଣ୍ଡକୁ ପିଟିଦେଇଥିଲା । ଫଳରେ ହରିଣର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଜଂଗଲ ବିଭାଗର କର୍ମଚାରୀ ମାନେ ପେଟ୍ରୋଲିଂକୁ ଯାଉଥିବା ସମୟରେ ଖବରପାଇ ସେଠାରେ ପହଞ୍ଚି ମୃତ ହରିଣକୁ ଜବଦ କରିବାସହ ଅଭିଯୁକ୍ତ ପଞ୍ଚାନନକୁ ହଦଗଡ ଜଂଗଲ ବିଭାଗ କାର୍ଯ୍ୟାଳୟକୁ ଆଣି ଗିରଫକରି ପଚରା ଉଚୁରା କରୁଛି । ଅଭିଯୁକ୍ତ ପଞ୍ଚାନନର ଘର କାମାକ୍ଷାନଗର ଥାନା ଅଞ୍ଚଳରେ । ସେ ଏଠାରେ ତାର ଶ୍ୱଶୁର ଘରେ ୫ବର୍ଷ ହେଲା ରହି ଆସୁଥିବା ନେଇ ହଦଗଡ ରେଞ୍ଜର ସୁମିତ ମହାନ୍ତି ସୁଚନା ଦେଇଛନ୍ତି । ଆସନ୍ତାକାଲି ତାକୁ କୋର୍ଟ ଚାଲାଣ କରାଯିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.