Home ଓଡ଼ିଶା ବାଲେଶ୍ୱର – ସଡ଼କ ଦୁର୍ଘଟଣାରେ ୨୦ରୁ ଉର୍ଦ୍ଧ୍ୱ ଆହତ

ବାଲେଶ୍ୱର – ସଡ଼କ ଦୁର୍ଘଟଣାରେ ୨୦ରୁ ଉର୍ଦ୍ଧ୍ୱ ଆହତ

255

ବାଲେଶ୍ୱର ୧୮-୧ (ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲାରେ ଦୁଇଟି ପୃଥକ ଦୁର୍ଘଟଣାରେ ୨୦ରୁ ଉର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ଖବର ଅନୁଯାୟୀ, ଘନ କୁହୁଡ଼ି ଯୋଗୁଁ ଚନ୍ଦନେଶ୍ୱର ରାସ୍ତାର ନହରା ଠାରେ ଏକ ବଲେରୋକୁ ପଛପଟୁ ଟ୍ରକ ଧକ୍କା ଦେବା ଫଳରେ ବୋଲେରୋ ୬ ଫୁଟ ତଳକୁ ଖସିପଡ଼ିଛି ଏଥିରେ ୧୦ ଜଣ ଆହତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୫ ଜଣ ଗୁରୁତର ଅବସ୍ଥାରେ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଦୀଘାକୁ ଯାଉଥିବା ବେଳେ ନହରା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ପିକନିକ୍ ପାଇଁ ବୋଲେରୋରେ ଯାଉଥିଲେ ଏମାନେ।

ଅନ୍ୟ ଏକ ଦୁର୍ଘଟଣା NH-୧୬ ଶେରଗଡ଼-ଖନ୍ତପଡ଼ା ରାସ୍ତାରେ ବିଳମ୍ବିତ ରାତିରେ ଘଟିଛି। ଏକ ଅଜଣା ଗାଡ଼ିକୁ ପିଟି ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୦ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି। ସେମାନଙ୍କୁ ବାଲେଶେୱର ଏବଂ ଖନ୍ତାପଡ଼ା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ପଶ୍ଚିମବଙ୍ଗରୁ ପୁରୀ ବୁଲି ଆସିଥିବା ବେଳେ ଏହି ତୀର୍ଥଯାତ୍ରୀ ଦୁର୍ଘଟଣାଗ୍ରସ୍ତ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.