Home କନ୍ଧମାଳ ବାଲିଗୁଡା ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ

ବାଲିଗୁଡା ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ

85

ବାଲିଗୁଡା, ୧୭/୧.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡାରେ “ବାଲିଗୁଡା ମହୋତ୍ସବ” ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ନୂତନ ଭାବେ ଯୋଗ ଦେଇଥିବା ଉପଜିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସର୍ବସମ୍ମତି କ୍ରମେ ଫେବୃଆରୀ ମାସ ୧୦, ୧୧, ଓ ୧୨ ଦୀର୍ଘ ତିନିଦିନ ଧରି ମହୋତ୍ସବ ପାଳନ କରିବା ପାଇଁ ଦିନଧାର୍ଯ୍ୟ ହୋଇଥିବାବେଳେ ଏଥିରେ ମୁଖ୍ୟତଃ ଉପଖଣ୍ଡରେ ଥିବା କଳା, ସଂସ୍କୃତି ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଲୋକାଭିମୁଖୀ କରି ପ୍ରାଧାନ୍ୟ ଦେବା ଉଦେଶ୍ୟରେ ସବିଶେଷ ଆଲୋଚନା କରାଯାଇଥିଲା।

ଉପଜିଲ୍ଲାପାଳଙ୍କ ତତ୍ଵାବଧାନରେ ଏହି ମହୋତ୍ସବକୁ ସୁଚାରରୂପେ ପରିଚାଳନା କରିବା ପାଇଁ ବିଭିନ୍ନ କମିଟି ଚୟନ କରାଯାଇଛି। ଏହି ବୈଠକରେ ବିଡିଓ ନରେଶ ଚନ୍ଦ୍ର ଶବର, ତହସିଲଦାର କ୍ଷିରାବ୍ଧ ତନୟା ସାହୁ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଯଶୋଦା ଗାଦବା, ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ମମତା ବେହେରା, ଉପାଧ୍ୟକ୍ଷ ଲୋକନାଥ ପାଢ଼ୀ, ବାଲିଗୁଡା ବ୍ଲକ ବିଜେଡି ସଭାପତି ଟୁନା ଦାସ, ବନବାସୀ ସେବା ସମିତି ର ସହ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା, ଶାନ୍ତି ମୈତ୍ରୀର ସମ୍ପାଦକ ଭାଗବାନ ଜେନା ପ୍ରମୁଖ ଙ୍କ ସହ ସମସ୍ତ ବଣିକ ସଂଘ, ଅଟ୍ଟୋ ଚାଳକ ସଂଘ, ଉପଖଣ୍ଡ କଳାକାର ସଂଘ ଭଳି ବିଭିନ୍ନ ଅନୁଷ୍ଠାନ ର ସମସ୍ତ ସଦସ୍ୟ ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିବା ସହ ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.