Home ଅପରାଧ ସ୍ୱାସ୍ଥ ବୀମା ନାମରେ ଠକେଇ; ୬୦୦ରୁ ଉର୍ଦ୍ଧ ଲୋକଙ୍କ ବ୍ୟାଙ୍କ ଏକାଉଣ୍ଡରୁ ଲକ୍ଷ ଲକ୍ଷ ଟଙ୍କା...

ସ୍ୱାସ୍ଥ ବୀମା ନାମରେ ଠକେଇ; ୬୦୦ରୁ ଉର୍ଦ୍ଧ ଲୋକଙ୍କ ବ୍ୟାଙ୍କ ଏକାଉଣ୍ଡରୁ ଲକ୍ଷ ଲକ୍ଷ ଟଙ୍କା ଗାଏବ୍‌

98

ବୈାଦ୍ଧ୧୩ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ବୈାଦ୍ଧ ଜିଲ୍ଲାରେ ସ୍ୱାସ୍ଥ ବୀମା କରାଇ ଦେବା ନାମରେ ୬୦୦ ରୁ ଅଧିକ ଲୋକ ମାନଙ୍କ ଠାରୁ ଏକ ଫର୍ମରେ ଟିପ ଚିହ୍ନ ନେଇ ଅଭିଯୁକ୍ତ ମାନେ ବିଭିନ୍ନ ବ୍ୟାଙ୍କରୁ  ଲକ୍ଷ ଲକ୍ଷ ଟଙ୍କା  ଠକି ନେଇଥିବା ଅଭିଯୋଗ ହୋଇଛି । ପାଖାପାଖି ତିନିଟି ପଞ୍ଚାୟତର ୬୦୦ରୁ ଅଧିକ ଲୋକ ମାନଙ୍କ ଠାରୁ ଅଭିଯୁକ୍ତମାନେ ଏକ ଫର୍ମରେ ତରଳ ମହମମତୀ ପକାଇ ବିଭିନ୍ନ ଗାଁର ସରଳ ଲୋକମାନଙ୍କ ଠାରୁ ଟିପ ଚିହ୍ନ ନେଇ ଏଭଳି ଠକେଇ କରିଥିବା ଅଭିଯୋଗ ହୋଇଛି । ପୁଲିସ ନିକଟରେ ଅଭିଯୋଗ ହୋବା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ବେଳେ ପୁଲିସ ମାମଲାର ତଦନ୍ତ ଜାରୀ ରଖିଛି । ମହାଳିକାପଡ଼ାର ଅକ୍ଷଦୀପ ନାମକ ଜଣେ ଯୁବକ ଓ ଅନ୍ୟ ଜଣେ ସହଯୋଗୀ ଏଭଳି ଠକେଇ କରିଥିବା ଅଭିଯୋଗ ହୋଇଛି । ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ କୁଶଙ୍ଗ, ମହାଳିକପଡ଼ା ଓ ତଳ ଗାଁ ପଞ୍ଚାୟତର ଲୋକମାନେ । ଠକେଇର ଶିକାର ହୋଇଥିବା ମହାକାଳପଡ଼ାର ବାସିନ୍ଦା ଅର୍ଣ୍ଣପୂର୍ଣ୍ଣା ବେହେରା ଅଭିଯୋ କରିଥିବା ସୁଚନା ମିଳିଛି।ଅଭିଯକ୍ତମାନେ ସ୍ବାସ୍ଥ୍ୟ ବୀମା କରାଇ ଦେବେ ବୋଲି ସ୍ଥାନୀୟ ଲୋକଙ୍କୁ କହିଥିଲେ । ଏଥି ପାଇଁ ସେମାନେ ଲୋକମାନଙ୍କ ଠାରୁ ଆଧାର କାର୍ଡ ଓ ଭୋଟର ପରିଚୟ ପତ୍ର ନେବା ସହ ଫର୍ମ ଉପରେ ତରଳ ମହମ ପକାଇ ସେମାନଙ୍କ ମଧ୍ୟମ ଓ ବୁଢ଼ା ଆଙ୍ଗୁଠିର ଟିପ ଚିହ୍ନ ନେଇଥିଲେ । ଅଭିଯୁକ୍ତମାନେ ଏହି ତିନି ପଞ୍ଚାୟତର ପାଖାପାଖି ୬୦୦ରୁ ଅଧିକ ଲୋକଙ୍କ ଠାରୁ ଏଭଳି ଟିପ ଚିହ୍ନ ନେଇଥିଲେ । ଏହାର କିଛି ଦିନ ପରେ ସେମାନଙ୍କ ଏକାଉଣ୍ଟରୁ ଟଙ୍କା ଗାଏବ ହୋଇ ଯାଇଥିଲା । ଟଙ୍କା ଏକାଉଣ୍ଟରୁ କଟିବା ପରେ ସେମାନେ ବ୍ୟାଙ୍କ ସହ ଯୋଗାଯୋଗ କରିଥିଲେ । ଟିପ ଚିହ୍ନ ଓ ଆଧାର ନମ୍ବର ମାଧ୍ୟମରେ ଅଭିଯୁକ୍ତମାନେ ସେମାନଙ୍କ ଏକାଉଣ୍ଟରୁ ଟଙ୍କା ନେଇ ଯାଇଥିବା ବ୍ୟାଙ୍କ କର୍ତ୍ତୃପକ୍ଷ କହିଥିଲେ । ପରେ ପୀଡ଼ିତ ଲୋକେ ଏ ନେଇ ଥାନାରେ ଅଭିଯୋଗ କରିଥିଲେ । ମହାଳିକପଡାର ବାସିନ୍ଦା ଅଞ୍ଜଳୀ ସାହୁ କହିବା ଅନୁଯାଇ ଆମ ଠାରୁ ସେମାନେ ସ୍ବାସ୍ଥ୍ୟ ବୀମା କରାଇଦେବା ପାଇଁ ଟିପ ଚିହ୍ନ ନେଇଥିଲେ । ଏହାର କିଛି ଦିନ ପରେ ମୋ ଏକାଉଣ୍ଟରୁ ୨୦ ହଜାର ଟଙ୍କା କଟିଯାଇଥିଲା । ସେମାନେ ଏଭଳି ତିନିଟି ପଞ୍ଚାୟତରେ କରିଛନ୍ତି ।ପୁଲିସର ପ୍ରାରମ୍ଭିକ ତଦନ୍ତରୁ ଷ୍ଟେଟ ବ୍ୟାଙ୍କ, ଏକ୍ସିସ୍ ବ୍ୟାଙ୍କ ଓ ଇଣ୍ତଡିଆନ ବ୍ୟାଙ୍କରେ ଥିବା ଖାତାରୁ ଏମିତି ଟଙ୍କା କଟିଥିବା ଜଣାପଡିଛି । ଏହାକୁ ନେଇ ଏକ ମାମଲା ରୁଜୁ କରାଯାଇଛି। ତଦନ୍ତ ସରିବା ପରେ କାର‌୍ୟ୍ୟାନୁଷ୍ଠାନ ଗହଣ କରାଯିବ ବୋଲି ବୌଦ୍ଧ ଏସ୍‌.ପି. ଭି. ରଘୁନାଥ ରାଓ ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.