Home ଓଡ଼ିଶା ସମସ୍ୟାରେ କେନ୍ଦୁଝରର ବେଶ୍ ପରିଚିତ ପର୍ଯ୍ୟଟନସ୍ଥଳୀ ମା ଗଡ଼ଚଣ୍ଡୀ, ପ୍ରଶାସନର ଦୃଷ୍ଟି ପଡିବ କେବେ ?

ସମସ୍ୟାରେ କେନ୍ଦୁଝରର ବେଶ୍ ପରିଚିତ ପର୍ଯ୍ୟଟନସ୍ଥଳୀ ମା ଗଡ଼ଚଣ୍ଡୀ, ପ୍ରଶାସନର ଦୃଷ୍ଟି ପଡିବ କେବେ ?

194

କେନ୍ଦୁଝର ,ତା ୧୩ ମାର୍ଚ୍ଚ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ/ସୀତାରାମ ଦୀକ୍ଷିତ) କେନ୍ଦୁଝର ଜିଲ୍ଲା ପ୍ରକୃତିରାଣୀର ମୁଖ୍ୟ ଗନ୍ତାଘର ଆଖ୍ୟା ପାଇଥିବା ବେଳେ କୋଣ ଅନୁକୋଣରେ ପ୍ରକୃତିର ଦାନ, ଜଳପ୍ରପାତ, ଖଣିଜପଦାର୍ଥ, ଗିରିଶୃଙ୍ଗ, ଗୁମ୍ପା ତଥା ପୌରାଣଧର୍ମୀ ସ୍ଥଳ ଖୁନ୍ଦି ହୋଇ ରହିଥିବା ସହ ବହୁ ପୂରାତନ ମନ୍ଦିରମାନ ରହିଛି । ତନ୍ମଧ୍ୟରୁ ଆନନ୍ଦପୁରର ଗଡଚଣ୍ଡୀ ମନ୍ଦିର ଅନନ୍ୟ କିମ୍ବଦନ୍ତୀ ରହିଛି । ୧୬୦୦ଶତାବ୍ଦୀର କିମ୍ବଦନ୍ତୀ ବୋଲି ବୁଦ୍ଧିଜୀବିମାନେ ମତବ୍ୟକ୍ତ କରନ୍ତି । ଲକ୍ଷ୍ମୀନାରାୟଣ ଗ୍ରନ୍ଥାବଳୀ ପାଠ କଲେ ମାଙ୍କ ମହିମା ଜଣାପଡେ ।

କେନ୍ଦୁଝର ଜିଲ୍ଲାର  ଆନନ୍ଦପୁରସ୍ଥିତ ମା ଗଡଚଣ୍ଡୀ ଠାକୁରାଣୀପୀଠର ଅବଲୋକନ ମା ଗଡଚଣ୍ଡୀ କେବେ ହେଲେ ସେଠାକୁ ଆସୁଥିବା ଭକ୍ତମାନଙ୍କୁ ନିରାଶ କରନ୍ତିନାହିଁ । ମା ସବୁ ବେଳେ ହସିହସି ଭକ୍ତର ଦୁଃଖକୁ ଲାଘବ କରିଥାଆନ୍ତି, ଏମିତିକି ଅପୁତ୍ରୀକର ପୁତ୍ର ମଧ୍ୟ ଲାଘବ ହୁଏ । ଗଡଚଣ୍ଡୀର ପ୍ରତିଷ୍ଠାତା ଡଃ ହରେକୃଷ୍ଣ ମହତାବଙ୍କ ବଂଶଧର ବୋଲି ଶୁଣିବାକୁ ମିଳେ । ରାଜା ଗୋପିନାଥ ଭଞ୍ଜଙ୍କ ଗଡଜାତ ସମୟର ଅଲୌକିକ ପୁରାଣ ବର୍ଣିତ ଏହି ଗଡଚଣ୍ଡୀରୁ ନୀତିଶିକ୍ଷା ମିଳେ । ଗଡଚଣ୍ଡୀକୁ ଓଡିଶା ପର୍ଯ୍ୟଟନ ବିଭାଗ ଦ୍ଵାରା ଗତ ୧୯୯୮ ମସିହାରୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଅନେକ ସମସ୍ୟା ଘେରରେ ରହିଛି । ସେଠାରେ ଆଖିଦୃଶିଆ କାର୍ଯ୍ୟ ହୋଇନଥିବା ମନ୍ଦିର ପୂଜା କମିଟିର ମୁଖ୍ୟ ପରିଚାଳକ ଉପେନ୍ଦ୍ର କୁମାର ଦାସ ମତବ୍ୟକ୍ତ କରନ୍ତି । ସରକାରୀସ୍ତରରେ ସେଠାରେ ପାନ୍ଥଶାଳା ଥିଲେ ମଧ୍ୟ ବ୍ୟୟବହୁଳ ହେଇଥିବାରୁ ପର୍ଯ୍ୟଟକ, ପ୍ରକୃତିପ୍ରେମୀ, ପରିବେଶବିତ୍, ଭକ୍ତମାନଙ୍କ ସୁହାଇବା ଭଳି ନଥିବା ହେତୁ ସେଠାରେ ରହିବାକୁ କେହି ସାହାସ୍ କରୁନାହାନ୍ତି ।

ଗଡଚଣ୍ଡୀର ମୁଖ୍ୟ ସମସ୍ୟା କହିଲେ ନିକଟରେ ଝରଣା ଅଛି ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ସରକାରୀ ସ୍ବଚ୍ଛ ପାନୀୟ ଜଳ ଓ ବିଦ୍ୟୁତିକରଣର ବ୍ୟବସ୍ଥା ସେଠାରେ କରାଯାଇନାହିଁ । ଯାହା ଫଳରେ ପ୍ରତ୍ୟେକ ଦିନ ସେଠାକୁ ଆସୁଥିବା ହଜାର ହଜାର ପର୍ଯ୍ୟଟକ, ତଥା ଭକ୍ତମାନେ ପାନୀୟ ଜଳ ସହ ଅନ୍ଧକାରରେ ରାତ୍ରୀ ଯାପନ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପର୍ଯ୍ୟଟନ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସେଠାରେ ଅତିଶୀଘ୍ର ସ୍ବଚ୍ଛ ପାନୀୟ ଜଳର ବ୍ୟବସ୍ଥା ସହ ବିଦ୍ୟୁତିକରଣ କରାଇବାକୁ ଏଅଞ୍ଚଳବାସୀ ଓ ମନ୍ଦିର କମିଟି ପକ୍ଷରୁ ଦାବି ହୋଇଛି ।


LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.