Home କନ୍ଧମାଳ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଚାନ୍ଦିନୀ କାର୍ଯ୍ୟ ନିମ୍ନ ମାନର ଅଭିଯୋଗ : ତଦନ୍ତ ଦାବି

ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଚାନ୍ଦିନୀ କାର୍ଯ୍ୟ ନିମ୍ନ ମାନର ଅଭିଯୋଗ : ତଦନ୍ତ ଦାବି

82

କନ୍ଧମାଳ, ୧୪/୬-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ଖଜୁରୀପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ନିର୍ମାଣ ହୋଇଥିବା ଚାନ୍ଦିନୀ ବର୍ଷେ ନପୁରୁଣୁ ଭାଙ୍ଗିବା ଆରମ୍ଭ କଲାଣି। ଏହାକୁ ଦେଖି ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ ଲକ୍ଷାଧିକ ଟଙ୍କାରେ ନିର୍ମାଣ ହୋଇଥିବା କାମକୁ ନେଇ ମଧ୍ୟ ସନ୍ଦେହ ପ୍ରକାଶ କରୁଥିବା ସୂଚନା ମିଳିଛି। ସୂଚନା ପ୍ରକାରେ ଗତ ଅକ୍ଟୋବର ୨୦୧୯ ରେ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ସିଆରଏମ୍ ଟିମ୍ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଅନେକ ଗୋଷ୍ଠୀ ଏବଂ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନରେ ଆସୁଥିବା ସୂଚନା ପରେ ଜିଲ୍ଲାର ସମସ୍ତ ଛୋଟ ବଡ଼ ଡାକ୍ତରଖାନାକୁ ଯୁଦ୍ଧ କାଳୀନ ଭିତିରେ ଭିତ୍ତିଭୂମିର ରୂପରେଖରେ ପରିବର୍ତ୍ତନ କରାଯାଇଥିବା ବେଳେ ଖଜୁରୀ ପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ବିଭିନ୍ନ ରଙ୍ଗ ବେରଙ୍ଗ ସହ ତାର ବାଡ଼ ଫୁଲ ବଗିଚା ଏବଂ ବିଭିନ୍ନ ଗଛମୁଳରେ ଚାନ୍ଦିନୀ ନିର୍ମାଣ କରାଯାଇଥିଲା।କିନ୍ତୁ ମାତ୍ର ୮ ମାସ ଭିତରେ ଚାନ୍ଦିନୀ ସବୁ ଫାଟିପଡୁଥିବା ବେଳେ ଆଉଏକ ଚାନ୍ଦିନୀ କିଭଳି ଭାଙ୍ଗିରୁଜି ଗଲାଣି ତାହାହିଁ ଯନ୍ତ୍ରୀ ଓ ଠିକାଦାରଙ୍କୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହାର ଏକ ନିରପେକ୍ଷ ତଦନ୍ତ କରାଗଲେ କାର୍ଯ୍ୟର ମାନ ଏବଂ ଦୁର୍ନୀତି ର ସତ୍ୟତା ପଦାକୁ ଆସି ପାରନ୍ତା ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇବା ସହ ଆଲୋଚନା ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.