Home କନ୍ଧମାଳ ବିଶ୍ୱ ରକ୍ତଦାତା ଦିବସରେ ୩୦ୟୁନିଟ ରକ୍ତ ସଂଗୃହିତ

ବିଶ୍ୱ ରକ୍ତଦାତା ଦିବସରେ ୩୦ୟୁନିଟ ରକ୍ତ ସଂଗୃହିତ

44

ବାଲିଗୁଡା, ୧୪/୬-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ବିଶ୍ୱରକ୍ତ ଦାତା ଦିବସ ଅବସରରେ କନ୍ଧମାଳ ଜ଼ିଲ୍ଲା ବାଲିଗୁଡାରେ ଏକ ସ୍ଵେଛାକୃତ ରକ୍ତଦାନ ଶିବିର ଶିକ୍ଷା ନିକେତନ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବାଲିଗୁଡା ବିଧାୟକ ଚକ୍ରମଣି କହଁର, ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ଏନଏସିର ଭାରପ୍ରାପ୍ତ ଅଧ୍ୟକ୍ଷ ଲୋକନାଥ ପାଢ଼ୀ, ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ଶୁଭ ଉଦଘାଟନ କରିଥିଲେ। ବହୁ ରକ୍ତଦାତା ସ୍ଵେଛାକୃତ ରକ୍ତଦାନ କରିଥିଲେ। ଅନୁନ୍ୟ ୩୦ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ଏଥିରେ ଡାକ୍ତର କେଦାର ନାଥ ପାଢ଼ୀ, ମେଡିକାଲର ଏଲ-ଟି-ଚିତ୍ତ ରଞ୍ଜନ ନାୟକଙ୍କ ସମେତ ଶିକ୍ଷା ନିକେତନର ସଭାପତି ରାଜ କିଶୋର ପାଢ଼ୀ, ଅନୁଷ୍ଠାନର ଶିକ୍ଷକ ଓ କର୍ମଚାରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.