Home ଜିଲ୍ଲା ପରିକ୍ରମା ସ୍ୱାମୀର ଟାଙ୍ଗିଆ ଟୋଟରେ ସ୍ତ୍ରୀ ଗୁରୁତର

ସ୍ୱାମୀର ଟାଙ୍ଗିଆ ଟୋଟରେ ସ୍ତ୍ରୀ ଗୁରୁତର

156

ବଲାଙ୍ଗୀର ୩୦-୦୮(ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ମୁରିବାହାଲ ଥାନା ଅଧିନସ୍ଥ ବନ୍ଧପଲା ଗ୍ରାମ ପଂଚାୟତର ନୂଆମୁଣ୍ଡା ଗ୍ରାମରେ ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ, ନୂଆମୁଣ୍ଡା ଗ୍ରାମର କନକ ମାଝୀ (୪୫)ପାରିବାରିକ କଳହକୁ ନେଇ ସ୍ତ୍ରୀ ରେବତୀ ମାଝୀ (୩୫)ଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା। ସ୍ୱାମୀ କନକ ମାଝୀ ଜଣେ ମାନସିକ ବିକୃତ ରୋଗୀ ଭାବରେ ପୂର୍ବରୁ ବଲାଙ୍ଗୀର ଭୀମଭୋଇ ମେଡିକଲ କଲେଜ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ। ଗତ ଶୁକ୍ରବାର ରାତିରେ ମାନସିକ ରୋଗର ଔଷଧ ସେବନ କରୁଥିବା ଉକ୍ତ କନକ ନିଜ ସ୍ତ୍ରୀଙ୍କୁ ସାମାନ୍ୟ କଥାକୁ ନେଇ ଟାଙ୍ଗିଆରେ ତିନି ଚୋଟ ମାରିଥିଲା। ପରେ ନିଜେ ସ୍ୱାମୀ କନକ ହିଁ ଗୁରୁତର ରେବତୀଙ୍କୁ ଆମ୍ବୁଲାନ୍ସ ଯୋଗେ ମୁରିବାହାଲ ସିଏଚସି କୁ ନେଇ ଚିକିତ୍ସିତ କରାଇ ଡାକ୍ତର ବଲାଙ୍ଗୀର ମୁଣ୍ଡ ର ସ୍କାନିଂ ଓ କିଛି ପରୀକ୍ଷା ପାଇଁ ବଲାଙ୍ଗୀର ସ୍ଥାନାନ୍ତରିତ କରିଥିଲେ। ହେଲେ ଆଜି ଘରକୁ ଫେରି ଆସି ଥିବା ବେଳେ ପୁନଃ ଏକ ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ କରି ବେକରେ ପୁନଃ ଆଉ ଏକ ଚୋଟ ମାରି ଥିବା ବେଳେ ତାଙ୍କୁ ଟିଟିଲାଗଡ଼ ଡାକ୍ତର ଖାନାକୁ ଅଣା ଯାଇଛି। ତେବେ ଏ ନେଇ ପୂର୍ବରୁ ପୋଲିସ ରେ କୌଣସି ଅଭିଯୋଗ ହୋଇ ନ ଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.