Home ଓଡ଼ିଶା ସ୍ୱାଭିମାନ ଅଚଂଳ ର ତିନୋଟି ଗାଁର ପରିସ୍ଥିତି ସୁଧୁରୁଛି,ଘରକୁ ଫେରିଲେ ଗ୍ରାମବାସୀ

ସ୍ୱାଭିମାନ ଅଚଂଳ ର ତିନୋଟି ଗାଁର ପରିସ୍ଥିତି ସୁଧୁରୁଛି,ଘରକୁ ଫେରିଲେ ଗ୍ରାମବାସୀ

69

ମାଲକାନଗିରି,୨୯ା୧( ଓଡିଆ ପୁଅ ) ଗତ ତିନିଦିନ ଧରି ସ୍ୱାଭିମାନ ଅଚଂଳରେ ଚାଲିଥିବା ମାଓବାଦୀ ପୁଲିସ ଓ ଗ୍ରାମବାସୀ ଙ୍କ ଙ୍କ ମଧ୍ୟରେ ଛକାପଝାଂ ଲୁଚକାଳି ଖେଳର ଅବସାନ ଘଟିଛି । ମାଓବାଦୀଙ୍କ ଭୟରେ ଗ୍ରାମଛାଡି ବିଏସଏଫ କ୍ୟାମ୍ପରେ ଆଶ୍ରୟ ନେଇଥିବା ଜନ୍ତୁରାଇ, ଜୋଡାମ୍ବ ଗ୍ରାମବାସୀ ମାନଙ୍କୁ ଜିଲ୍ଲାପ୍ରଶାସନ ର ସହାୟତା ଓ ପୁଲିସପ୍ରଶାସନର ସୁରକ୍ଷା ଯୋଗାଇ ଦେବାପରେ ସେମାନେ ନିଜ ନିଜଘରକୁ ଆଜି ଫେରିଯାଇଛନ୍ତି । ମାଲକାନଗିରି ଜିଲ୍ଲାର ମାଓଗଡ ଭାବେ ପରିଚିତ ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳରେ ଉନ୍ନୟନ କାର୍ଯ୍ୟ ପାଇଁ ଅଟାଂଭିଡିଛନ୍ତି ଗ୍ରାମବାସୀ ,ବିକାଶ କ୍ଷେତ୍ରରେ ବାଧାସୃଷ୍ଟିକରୁଥିବା ମାଓବାଦୀ ମାନଙ୍କୁ ଗାଁରୁ ତଢିଦେବା ପାଇଁ ଏକତ୍ରୀତ ହୋଇଯାଇଛନ୍ତି ଆଦିବାସୀ ମାନେ ।ମାଓବାଦୀ ମାନଙ୍କ ଅତ୍ୟାଚାରକୁ ସହି ନପାରି ଗତ ୨୫ତାରିଖ ଦିନ ଜନ୍ତୁରାଇ ଗ୍ରାମବାସୀ ମାନେ ଏକତ୍ରୀତ ହୋଇ ମାଓବାଦୀଙ୍କ ସହ ସମ୍ମୁଖଲଢେଇ ରେ ଜଣେ ମାଓବାଦୀର ମୃତ୍ୟୁ ହେବାସହ ଜଣେ ଆହତ ହୋଇଥିଲେ । ସେହି ଘଟଣାରେ ମାଓବାଦୀ ମାନେ ଉତକ୍ଷିପ୍ତ ହୋଇ ଜୋଡାମ୍ବ ଗ୍ରାମର ୧୨ଟି ଘର ପୋଡିଦେଇଥିଲେ । ସ୍ୱାଭିମାନ ଅଚଂଳର ମାଓଗଡ କୁନ୍ତୁରୁପଦର ଗ୍ରାମରେ ଜିଲ୍ଲାପାଳ ମୀନଷ ଅଗ୍ରଓ୍ୟାଲ,ଏସପି ରିଶିକେଶ ଡି ଖିଲାରୀ ପହଁଚି କ୍ଷତିଗସ୍ତ ଗ୍ରାମବାସୀମାନଙ୍କ ସହିତ ସିଧାସଳଖ ଭାବେ ଆଲୋଚନା କରି ସେମାନଙ୍କୁ ସାହସ,ସୁରକ୍ଷା ଓ ଆର୍ଥିକ ସହାୟତା ଯୋଗାଇ ଦେବାପରେ ମାଓଗଡର ଗ୍ରାମବାସୀ ମାନେ ମାଓବାଦୀଙ୍କ ମିଥ୍ୟାପ୍ରଲୋଭନରେ ବଶବର୍ତି ନ ହୋଇ ପ୍ରଶାସନ ଉପରରେ ଆସ୍ଥାରଖି ମାଓବାଦୀ ମାନଙ୍କୁ ଖୋଲମ ଖୋଲାଭାବେ ବିରୋଧ କରିବା ଆରମ୍ଭ କରିଦେଇଛନ୍ତି । ଏହି ଘଟଣାପରେ ଅଶାନ୍ତ ହୋଇ ଉଠିଥିଲା ସ୍ୱାଭିମାନ ଅଚଂଳ,ସେହି ଦିନଠାରୁ ସ୍ୱାଭିମାନ ଅଚଂଳରେ ବିଏସଏଫ,ଡିଭିଏଫ ପୁଲିସ ଛାଉଣୀରେ ପରିଣତ ହୋଇଯାଇଛି, ବିଭିନ୍ନ ମାଓପ୍ରବଣ ଅଚଂଳରେ କମ୍ବିଂ,ପୋଟ୍ରୋଲିଂ ଯୋରଦାର ଚାଲିଛି । ମାଓଗଡର ଗ୍ରାମବାସୀ ମାନେ ବିକାଶ ରେ ବାଧାଦେଉଥିବା ମାଓବାଦୀ ମାନଙ୍କ ବିରୋଧରେ ସ୍ୱରଉତଳନ କରିବା ଜିଲ୍ଲାପାଇଁ ଏକ ଶୁଭ ସଙ୍କେତ, ସ୍ୱାଭିମାନ ଅଚଂଳବାସୀଙ୍କୁ ଜିଲ୍ଲାପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ଯୋଗାଇ ଦେବା ସହ ସେ ଅଚଂଳରେ ବିକାଶର ଧାରାକୁ ତ୍ୱରାନିତ କରି ସ୍ୱାଭିମାନ ଅଚଂଳରେ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଭାବେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକରାଯିବ,ବିକାଶ କ୍ଷେତ୍ରରେ ସ୍ୱାଭିମାନ ଅଚଂଳବାସୀ ଜିଲ୍ଲାପ୍ରଶାସନକୁ ସହଯୋଗର ହାତବଢାଇବା ଦରକାର,ଏବେ ସ୍ୱାଭିମାନ ଅଚଂଳର ପରିସ୍ଥିତି ଶାନ୍ତପଡିଯାଇଛି,ଗ୍ରାମବାସୀ ମାନଙ୍କୁ ପୁଲିସ ସୁରକ୍ଷା ସହ ସରକାରି ସହାୟତା ଯୋଗାଇ ଦିଆ ଯାଇଥିବାରୁ ଜନ୍ତୁରାଇ,ଜୋଡାମ୍ବ ଗ୍ରାମବାସୀ ମାନେ ନିର୍ଭୟରେ ନିଜ ନିଜଘରକୁ ଫେରି ସୁରକ୍ଷିତ ଅବସ୍ଥାରେ ଅଛନ୍ତି ବୋଲି ଏସପି ରିଶିକେଶ ଡି ଖିଲାରୀ କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.