Home ଜିଲ୍ଲା ପରିକ୍ରମା ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା ମାଲକାନଗିରି ଜିଲ୍ଲାର କ୍ଷତିଗସ୍ତ ଜମାକାରିଙ୍କ ସତ୍ୟାଗ୍ରହ

ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା ମାଲକାନଗିରି ଜିଲ୍ଲାର କ୍ଷତିଗସ୍ତ ଜମାକାରିଙ୍କ ସତ୍ୟାଗ୍ରହ

160

ମାଲକାନଗିରି,୨୯ା୧(ଓଡିଆ ପୁଅ ) ରାଜ୍ୟସରକାର କ୍ଷତିଗସ୍ତଙ୍କୁ ଟଙ୍କା ଫେରାଇବାରେ ବିଫଳ ହୋଇଥିବାରୁ ଆଜି ମାଲାକନଗିରି ଜିଲ୍ଲାସଦର ମହକୁମା ରାଜରାସ୍ତାକୁ ଓହ୍ଲାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସତ୍ୟାଗ୍ରହ କରିଛନ୍ତି । ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗସ୍ତ ଜମାକାରି ମାନେ ଜମାକାରୀ ମିଳିତ ମଚଂର ପ୍ରଦୀପ କୁମାର ମହାରଣା ଙ୍କ ନେତୃତ୍ୱରେ ସ୍ଥାନୀୟ ବସଷ୍ଟାଣ୍ଡ ଠାରୁ ଶତାଧିକ ଜମାକାରୀ ମାନେ ଏକ ବିରାଟ ସୋଭାଯାତ୍ରାରେ ସହରପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ସେଠାରେ ଏକ ସାଧାରଣ ସଭାରେ ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗସ୍ତଙ୍କ ମିଳିତ ମଚଂର ରାଜ୍ୟ ସଭାପତି ଜୟନ୍ତ ଦାସ ଯୋଗଦେଇ ରାଜ୍ୟସରକାର ଜମାକାରୀଙ୍କୁ ଯେଭଳି ପ୍ରତାରିତ କରିଛନ୍ତି ତାର ସୁଚନା ଦେଇ କହିଥିଲେ କମ୍ପାନୀ ଆଇନ,ସେଭିଂ ଆଇନ,କେଲକ୍ଟିଭ ିନଭେଷ୍ଟମେଟଂ ସ୍କିମ ଆଇନ,ମଲ୍ଟିଷ୍ଟେଟ କୋଅପରେଟିଭ ଆଇନପ୍ରଣୟନ କଲେ କେନ୍ଦ୍ର ସରକାର,କମ୍ପାନୀ,ସମବାୟ ଓ ମାଇକ୍ରୋ ଫାଇନାନ୍ସ କୁ ଜନ୍ମ ଦେଲେ ସରକାର,ସେମାନେ ଠକେଇ କଲାପରେ ତାଙ୍କୁ ସିଲ କଲେ ସରକାର,ଗିରଫ ଓ ସମ୍ପିତି ଜବତ କଥା ନିଲାମ କରୁଛନ୍ତି ସରକାର । ଟଙ୍କା ଫେରସ୍ତ ବେଳେ ସରକାର ଛୋଟ ବଡ ନାମରେ ଜମାକାରୀ ବିଭାଜନ କଲେ ଛାଡିବେ ନାହିଁ ସମୂହ ଜମାକାରୀ ।୧୨ଶହ କମ୍ପାନୀ ବିରୁଦ୍ଧରେ ୬ଶହ କେସ ପଜିଂକରଣ କରି ତଦନ୍ତ ନକରି ନୀରବ ଦ୍ରଷ୍ଟା ସାଜିଛନ୍ତି ସରକାର । ଓଡିଶାର ଜମାକାରୀ ସ୍ୱାର୍ଥ ରକ୍ଷା ଆଇନର ସ୍ୱତନ୍ତ୍ର ଆଦାଲତ ମାନଙ୍କରେ ସୁବଆଡେ ବିଚାରପତି ପଦବୀ ପୁରଣ କରାଯାଉନାହିଁ । ସରକାର ତୁରନ୍ତ ଜମାକାରୀ ମାନଙ୍କ ଅର୍ଥ ଫେରାଇବାର ବ୍ୟବସ୍ଥା ନକଲେ ଆଗାମୀ ଦିନରେ ଆଇନ ଆମାନ୍ୟ ଆନ୍ଦୋଳନ କରିବାପାଇଁ ବାଧ୍ୟ ହେବେବୋଲି ଶ୍ରୀ ଦାସ କହିଥିଲେ, ଏହି ସତ୍ୟାଗ୍ରହରେ ଅନ୍ୟାନ ମାନଙ୍କ ମଧ୍ୟରେ ବିଭୁଦତ ମିଶ୍ର,ସୁଧାସୁଂବେହେରା,ଉମେଶ ନାୟକ,ପ୍ରମୋଦକୁମାର ମହାନ୍ତି,ସଦାନନ୍ଦ ଗୁଠାଂ,ଜଗଦୀଶ ଚନ୍ଦ୍ର ବେପାରୀ,ମାଧବ ବାଇନ,ପିତାମ୍ବର ଖେମୁଡୁ,ଅଖିଳ ଚନ୍ଦ୍ର ତାପାଲି,ଭଗତ ଦୋରା,ପୀତାମ୍ବର ଖେମୁଡୁ,ସୁନାଧର ବାକା,ବିୟ ଭତ୍ରା,ଜୟ କ୍ରୀସାନୀ, ସୁକୁରା କବାସୀ ପ୍ରମୁଖ ଉପସ୍ଥିତ ରହି ସେମାନଙ୍କର ମତ ଉପସ୍ଥାପନ କରିଥିଲେ । ଶେଷରେ ମାଲକାନଗିରି ଜିଲ୍ଲାପାଳଙ୍କ ଜରିଆରେ ଓଡିଶାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ଉପସ୍ଥାପନ କରାଯାଇଥିଲା ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.