Home ଜିଲ୍ଲା ପରିକ୍ରମା ଶିଶୁ ଚାଲାଣ ମୁକ୍ତ ଭାରତ ସଂପର୍କିତ କର୍ମଶାଳା ଅନୁଷ୍ଠିତ

ଶିଶୁ ଚାଲାଣ ମୁକ୍ତ ଭାରତ ସଂପର୍କିତ କର୍ମଶାଳା ଅନୁଷ୍ଠିତ

115

ଯାଜପୁର୨୯ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଶିଶୁ ଓ ମହିଳା ଚାଲାଣ ଏକ ଘୃଣ୍ୟ କାର୍ଯ୍ୟ ।  ଏହାକୁ ପ୍ରତିବଦ୍ଧ କରିବାକୁ ସବୁ ସ୍ତରରେ ଉଦ୍ୟମ ହେବା ଉଚିତ ବୋଲି ଜିଲ୍ଲା ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି ମତ ବ୍ୟକ୍ତ କରିଚ୍ଥନ୍ତି ।  ବୁଧବାର ପୂର୍ବାହ୍ନରେ ଆଙ୍କୁଲା ସ୍ଥିତ କପିଂ ଅନୁଷ୍ଠାନ ପରିସରରେ ସ୍ୱେଚ୍ଚ୍ଥାସେବୀ ଅନୁଷ୍ଠାନ ପିକକ ପକ୍ଷରୁ ଶିଶୁ ଚାଲାଣ ମୁକ୍ତ ଭାରତ ନାମରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା ।  ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ମହାନ୍ତି ଶିଶୁ ବା ମାନବ ଚାଲାଣ ଏକ ସାମାଜିକ ଲଜ୍ୟା ବୋଲି କହିଥିଲେ ।

 

ଗରିବ, ଅସଚେତନତା, ପ୍ରଲୋଭନ ଇତ୍ୟାଦି ମାନବ ଚାଲାଣକୁ ପ୍ରୋତ୍ସାହିତ କରୁଚ୍ଥି ।  ଏହାକୁ ନିରାକରଣ ପାଇଁ ତୃଣମୂଳ ସ୍ତରରୁ ଉଦ୍ୟମ ହେବା ଉଚିତ ।  ଏଥିରେ ଲୋକ ପ୍ରତିନିଧି, ପ୍ରଶାସନ, ସ୍ୱେଚ୍ଚ୍ଥାସେବୀ ମାନଙ୍କର ସମ୍ମିଳିତ ଉଦ୍ୟମ ଜରୁରୀ ବୋଲି ଶ୍ରୀ ମହାନ୍ତି କହିଥିଲେ ।  ଜିଲ୍ଳ୍‌ା ଆଇନ ସେବା ପ୍ରାଧିକରଣ ସେକ୍ରେଟାରୀ ପ୍ରଦୀପ କୁମାର ବେହେରା ବିସ୍ତୃତ ସୂଚନା ଦେଇ ଶିଶୁ ଓ ମାନବ ଚାଲାଣର ବିବିଧ ନିୟମ କାର‌୍ୟ୍ୟକାରୀତା ଓ ଦାୟିତ୍ୱ ସଂପର୍କରେ ମତବ୍ୟକ୍ତ କରିଥିଲେ ।  ଜିଲ୍ଳ୍‌ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର, ସମାଜସେବୀ ତଥା ସାହିତ୍ୟିକ ଡଃ ପ୍ରଭାତ ପଣ୍ଡା ଯୋଗଦେଇ  ଶିଶୁର ଅଧିକାର, ଶିଶୁ ଓ ମାନବ ଚାଲାଣର କାରଣ, ନିରାକରଣ, ପ୍ରତ୍ୟେକଙ୍କର କର୍ତ୍ତବ୍ୟ ଏବଂ ଦାୟିତ୍ୱ ସଂପର୍କରେ ଆଲୋକପାତ କରିଥିଲେ ।  ପିକକ୍ ଅନୁଷ୍ଠାନର ପ୍ରତିନିଧି ଡଃ ମୀନାକ୍ଷି ପଣ୍ଡା ଏଥିରେ ଅଧ୍ୟକ୍ଷତା କରିବା ସହ ନୋବେଲ ପୁରସ୍କାର ବିଜେତା କୈଳାଶ ସତ୍ୟାର୍ଥୀଙ୍କର ଅନୁଷ୍ଠାନ ଏକ ମହତ କାର୍ଯ୍ୟ ପାଇଁ ଅଭିଯାନ ଆରମ୍ଭ କରିଚ୍ଥନ୍ତି ବୋଲି କହିଥିଲେ ।  ପ୍ରତ୍ୟେକ ଶିଶୁର ଏକ ସୁନ୍ଦର ଭବିଷ୍ୟତ ଗଢିବା ଓ ପ୍ରତ୍ୟେକ ମଣିଷ ନିଜର ମାନବିକ ଅଧିକାରକୁ ସୁରକ୍ଷିତ କରିବା ପାଇଁ ପ୍ରତି ସ୍ତରରେ ଚେଷ୍ଟା ଜାରି ରଖିବାକୁ ମତ ବ୍ୟକ୍ତ କରିଥିଲେ ।  ଅନ୍ୟ ମାନଙ୍କ ମଧ୍ୟରେ କପିଂର ସଂଯୋଜକ ହୃଷିକେଶ ପଣ୍ଡା ପରିଚାଳନା କରିଥିଲେ ।  ଏ କାର୍ଯ୍ୟକ୍ରମରେ ଶିଶୁ ସୁରକ୍ଷା କର୍ମଚାରୀ ପଦ୍ମ ଚରଣ ସାମନ୍ତରାୟ, ରବିନ୍ଦ୍ର ସେଠୀ, କପିଂର ସମ୍ପାଦିକା ଜାନକୀ ଲତା ମିଶ୍ର କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.