Home ଜିଲ୍ଲା ପରିକ୍ରମା ସ୍ୱାଭିମାନ ଅଚଂଳର ସାରୁକବନ୍ଧ ଝୁଲାପୋଲ ରୋପ ଛିଡି ୧୦ପଚାଂୟତ କୁ ଯୋଗା ଯୋଗ...

ସ୍ୱାଭିମାନ ଅଚଂଳର ସାରୁକବନ୍ଧ ଝୁଲାପୋଲ ରୋପ ଛିଡି ୧୦ପଚାଂୟତ କୁ ଯୋଗା ଯୋଗ ବିଛିନ୍ନ,ରାସ୍ତା ବନ୍ଦବୋଲି ବ୍ୟାନର ଲଗାଇଲା ପ୍ରଶାସନ

332

ମାଲକାନଗିରି,୨୭ା୧୧(ଓଡିଆ ପୁଅ ) ମାଲକନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକସ୍ଥ ସ୍ୱାଭିମାନ ଅଚଂଳର ସାରୁକବନ୍ଧ ଠାରେ ନିର୍ମାଣ ହୋଇଥିବା ଝୁଲାପୋଲ ଟିର ଦୁଇପାର୍ଶ୍ବ ସୁରକ୍ଷିତ ପାଇଁ ଲାଗିଥିବା ଲୁହାର ରୋପ ଗତ ଦୁଇଦିନ ତଳେ ଛିଣ୍ଡି ଯାଇଥିବାରୁ ୧୦ଟି ପଚାଂୟତ କୁ ଯୋଗା ଯୋଗବିଛିନ୍ନ ହୋଇ ଯାଇଛି । ଏହି ପୋଲ ଉପରେ ଯାତାୟତ କି ଯାନବାହନ ଚଳାଚଳ ନ କରିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ଗତ କାଲି ରାସ୍ତାବନ୍ଦ ବୋଲି ପୋଲ ଉପରେ ବ୍ୟାନର ଲଗାଇଥିବାର ଦେଖିବାକୁ ମିଳିଛି । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନଅଚଂଳ କୁ ସଡକପଥରେ ସଂଯୋଗିକରଣ ନିମନ୍ତେ ଗୁରୁପ୍ରୀୟା ସେତୁ ଉଦଘାଠନି ହେବା ପରେ ମଧ୍ୟ ଅନେକ ପଚାଂୟତ ବିଛନ୍ନହୋଇ ରହିଥିବାରୁ ସେ ସବୁଅଚଂଳକୁ ଯାତାୟତ ପାଇଁ ସ୍ୱାଭିମାନ ଅଚଂଳରେ ସାରୁକବନ୍ଧ ଓ ପାପରମେଟଲା ଠାରେ ୨ଟି ଝୁଲା ପୋଲ ନିର୍ମାଣ କରାଯାଇଛି, ଏହାଦ୍ୱାରା ୧୦ଟି ପଚାଂୟତର ଗ୍ରାମବାସୀ ମାନେ ସିଧାସଳଖ ଭାବେ ସଡକପଥରେ ଯାତାୟତ କରିବାସହିତ ବିଛିନ୍ନାଚଂଳରେ ଥିବା ଗ୍ରାମଗୁଡିକୁ ଦୁଇଚକିଆ ଓ ଚାରିଚକିଆ ଯାନବାହନ ଚଳାଚଳ ଆରମ୍ଭ କରିଦେଇଥିଲେ  । ଗୁରୁପ୍ରୀୟା ସେତୁ ଦ୍ୱାରା କେବଳ ବଡପଡା,ଜନାବାଇ,ବଡପଦର ପଚାଂୟତ ସହିତ ବିଛିନ୍ନାଚଂଳର କିଛି ଗ୍ରାମକୁ  ସିଧାସଳଖ ଭାବେ ସଡକ ପଥରେ ସଂଯୋଗ ହୋଇ ପାରିଛି । ଆହୁରି ଅନେକ ଗ୍ରାମ ବିଛିନ୍ନ ହୋଇ ରହିଥିବାରୁ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଙ୍କ ନିର୍ଦେଶ କ୍ରମେ ସମନ୍ୱୀତ ଆଦିବାସୀ ଉନ୍ନୟନ ସଂସ୍ଥାପକ୍ଷରୁ ଆଇଏପି ଯୋଜନାରେ ୫କୋଟି୭୪ଲକ୍ଷ ୩୫ହଜାର ଟଙ୍କା ବ୍ୟୟ ଅଟକଳରେ ସ୍ୱାଭିମାନ ଅଚଂଳରେ ଅତ୍ୟାଧୁନିକ ଶୈଳିରେ ଦୁଇଟି ବେଲିବ୍ରୀଜ (ଝୁଲାପୋଲ) ନିର୍ମାଣ ହୋଇଥିଲା । ସାରୁକବନ୍ଧ ଓ ପାପରମେଟଲା ପଚାଂୟତ କୁ ସଡକପଥରେ ଯାତାୟତ ର ସୁବିଧା ନଥିବାରୁ ଗ୍ରାମବାସୀ ମାନେ ବିପଦସଙ୍କୁଳ ଅବସ୍ଥାରେ ହୁଲି ଡଙ୍ଗା ଓ ଲଚଂରେ ଜଳଭଣ୍ଡାର ମଧ୍ୟରେ ଜଳ ଯାତ୍ରା କରିଥାନ୍ତି । ଏହି ସବୁ ଅସୁବିଧାକୁ ଦେଖି ଜିଲ୍ଲାପ୍ରଶାସନ ପକ୍ଷରୁ ସେହି ଅଚଂଳରେ ଦୁଇଟି ବେଲିବ୍ରୀଜ ନିର୍ମାଣ କରିଥିଲେ । ଏହି ଦୁଇଟି ପୋଲ କାମ କଲିକତାର ଗାର୍ଡନ ରିଚ ସିପ ବିଲ୍ଡର୍ସ ଇଂଜିନିୟରସ ସଂସ୍ଥା କାମ କରିଥେଲ । ବିଶେଷ କରି ସାରୁକବନ୍ଧ ନଦୀ ରେ ୩କୋଟି୭୪ଲକ୍ଷ,୬୩ହଜାର୨୭୫ଟଙ୍କା ବ୍ୟୟଅଟକଳରେ ୩୨୦ଫୁଟ ଲମ୍ବର ଅତ୍ୟାଧୁନିକ ଶୈଳିରେ ଝୁଲାପୋଲ କାମ ଗତ ବର୍ଷ ନିର୍ମାଣ ଶେଷହୋଇଛି   ,ହେଲେ ଏହି ପୋଲକାମ ନିମ୍ମମାନର ହୋଇଥିବାରୁ ପୋଲର ଦୁଇପାଶ୍ୱର୍ରେ ସପଟ ପାଇଁ ଲଗାଯାଇଥିବା ଲୁହାର ରୋପ  ଗୁଡିକ ଛିଣ୍ଡି ଯାଇ ଯୋଗା ଯୋଗ ବିଛିନ୍ନ ହୋଇପଡିଛି । ଏହି ରୋପ ଦୁଇଟି ଛିଣ୍ଡି ଯିବା ଦ୍ୱାରା ପୋଲପ୍ରତି ବିପଦ ଥିବାରୁ ସେହି ପୋଲଉପରେ ଯାତାୟତ ନ କରିବାକୁ ଆଇଟିଡିଏ ସଂସ୍ଥା ପକ୍ଷରୁ ସାରୁକବନ୍ଧ ପୋଲଉପରେ ରାସ୍ତାବନ୍ଦ ବୋଲି ଏକ ବ୍ୟାନର ଲଗାଇ ଉକ୍ତ ଝୋଲା ପୋଲକୁ ବନ୍ଦକରି ଦିଆ ଯାଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.