Home ଜିଲ୍ଲା ପରିକ୍ରମା ଜାଲ ବିଇଡି ସାର୍ଟିଫିକେଟ ଯୋଗାଇବା ଅଭିଯୋଗରେ ଠକ ଶିକ୍ଷକ ଗିରଫ

ଜାଲ ବିଇଡି ସାର୍ଟିଫିକେଟ ଯୋଗାଇବା ଅଭିଯୋଗରେ ଠକ ଶିକ୍ଷକ ଗିରଫ

191

ମାଲକାନଗିରି,୨୭ା୧୧(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ବିଇଡି ଜାଲ ସାର୍ଟିଫିକେଟ ଯୋଗାଇ ଜେଣେ ଠକ ଶିକ୍ଷକଙ୍କୁ  ମାଲକାନିଗିରି ଥାନା ପୁଲିସ ଗିରଫ କରିଛନ୍ତି । ଆଜି ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ ଦୃଢକାର୍ଯ୍ୟାନୁଷ୍ଟାନ ସହ ନିଲମ୍ବନ ପାଇଁ ଅନୁମତି ମାଗିଛନ୍ତି ଜିଲ୍ଲାମଙ୍ଗଳ ଅଧିକାରୀ । ମାଲକାନଗିରି ଥାନା ଉଡୁପା ଆଶ୍ରମ ବିଦ୍ୟାଳୟର ଶିକ୍ଷକ ଅରୁଣ ସେନ ଜିଲ୍ଲାର ବିଭିନ୍ନ ଅଚଂଳରୁ ୨୦ଜଣ ଛାତ୍ର ଛାତ୍ରୀ ମାନଙ୍କ ଠାରୁ ୨ଲକ୍ଷ ଲେଖା ମୋଟ୪୦ଲକ୍ଷ ଟଙ୍କା ନେଇଥିଲେ । ଛାତ୍ର ଛାତ୍ରୀ ମାନେ ନାମଲେଖାଇ ପରୀକ୍ଷା ଦେବାପାଇଁ ଚାହିଁବାରୁ ଅରୁଣ ସେନ ସେମାନଙ୍କୁ ବିଇଡି ସାର୍ଟିଫିକେଟ ଆଣିଦେଇଥିଲେ । ଛାତ୍ର ଛାତ୍ରୀ ମାନେ ସେ ସାର୍ଟିଫିକେଟ ଦେଖି କହିଥିଲେ ଆମେ ପରୀକ୍ଷା ଦେଇନାହୁଁ ସାର୍ଚିଫିକେଟ କେଉଁଠୁ ଆସିଲା ବୋଲି କହିବାରୁ ତୁମେ ମାନେ ବ୍ୟସ୍ତହେବାର ନାହିଁ ମୁ ସବୁକଥା ବୁଝିବି କହିଥିଲେ । ସାର୍ଟିଫିକେଟ ପାଇଥିବା କିଛି ଛାତ୍ର ଛାତ୍ରୀ  ସାର୍ଟିଫିକେଟ ଅସଲି କି ନକଲି ବୋଲି ସୁଚନାଅଧିକାର ରେ ଆବେଦନ କରି ଜାଚଂ କରିବାରୁ ଏହା ଜାଲସାର୍ଟିଫିକେଟ ବୋଲି ଜଣାପଡିଥିଲା । ଏ ସଂପର୍କରେ କିଛି ଛାତ୍ର ଛାତ୍ରୀ ମାଲକାନଗିରି ଥାନାରେ ଏତଲା ଦେବାପରେ ପୁଲିସ ତଦନ୍ତ କରି ଅରୁଣସେନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି । ଅରୁଣ ସେନ ନିଜେ ମଧ୍ୟ ଜାଲ ସାର୍ଟିଫିକେଟରେ ଚାକିରି କରିଥିବାର ଓ ଏହି ଜାଲସାର୍ଟିଫିକେଟ କାରବାରରେ ଅନ୍ୟକାହାର ହାତଥିବାର ସନ୍ଦେହ କରି ପୁଲିସ ତଦନ୍ତଜାରି ରଖିଛନ୍ତି । ସୁଚନା ଯୋଗ୍ୟ ଯେ ଶିକ୍ଷକ ଶ୍ରୀ ସେନ ଗତ ଅଗଷ୍ଟମାସ ୮ତାରିଖରୁ ୨୯ତାରିଖ ଓ ଚଳିତ ମାସ ୧୩ତାରିଖ ରୁ ଆଜି ପର୍ଯ୍ୟନ୍ତ ବିନା ଛୁଟିଦରଖାସ୍ତରେ ଓ ବିନାଅନୁମତିରେ ବେଆଇନ ଭାବେ ବିଦ୍ୟାଳୟରେ ଅନୁପସ୍ଥିତ ଥିବାର ଜଣାପଡିଛି । ସଂପୃକ୍ତ ଶିକ୍ଷକଙ୍କୁ  ଜାଲ ସାର୍ଟିଫେକଟ ଯୋଗଇବା ଅଭି ଯୋଗରେ ପୁଲିସ ଗିରଫ କରିବାର ଖବର ଆଜି ଜାଣିବାକୁ ପାଇଲୁ , ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବା ପାଇଁ ମଙ୍ଗଳବିଭାଗ ପକ୍ଷରୁ ଅନୁମତି ମଗାଯାଇଛି ।ଜିଲ୍ଲାପାଳ ଙ୍କ ଅନୁମତି ମିଳିବା ପରେ ଶିକ୍ଷକଙ୍କୁ ନିଲମ୍ବନ କରାଯିବ ବୋଲି ଜିଲ୍ଲାମଙ୍ଗଳ ଅଧିକାରୀ ପ୍ରଦୀପ୍ତ କୁମାର ପଣ୍ଡା କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.