Home ଜିଲ୍ଲା ପରିକ୍ରମା ହଷ୍ଟେଲ ସୁପରିଚାଳନା,ଅନ୍ତେବାସୀଙ୍କ ସୁରକ୍ଷା କୁ ନେଇ ହଷ୍ଟେଲ ପରିଚାଳକ ଓ ପ୍ରଧାନ ଶିକ୍ଷକ ଙ୍କୁ ପ୍ରଶିକ୍ଷଣ

ହଷ୍ଟେଲ ସୁପରିଚାଳନା,ଅନ୍ତେବାସୀଙ୍କ ସୁରକ୍ଷା କୁ ନେଇ ହଷ୍ଟେଲ ପରିଚାଳକ ଓ ପ୍ରଧାନ ଶିକ୍ଷକ ଙ୍କୁ ପ୍ରଶିକ୍ଷଣ

203

ମାଲକାନଗିରି,୨୭ା୧୧(ଓଡିଆ ପୁଅ ) ମାଲକନଗିରି ଜିଲ୍ଲାର  ଶିକ୍ଷାବିଭାଗ ଓ ମଙ୍ଗଳବିଭାଗ ବିଦ୍ୟାଳୟ ଗୁଡିକରେ ରେ ଥିବା ଛାତ୍ରବାସ ଓ ଛାତ୍ରୀନିବାସ ସୁପରିଚାଳନା, ଅନ୍ତେବାସିଙ୍କ ସୁରକ୍ଷା କୁ ନେଇ ଆଜି ହଷ୍ଟେଲ ସୁପରିଟେଣ୍ଡେଟଂ ଓ ପ୍ରଧାନଶିକ୍ଷକ ମାନଙ୍କୁ ନେଇ  ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଅନୁଷ୍ଟିତ ହୋଇଯାଇଛି । ବିଭିନ୍ନ ସମୟରେ ହଷ୍ଟେଲ ପରିଚାଳନାରେ ବିଭ୍ରାଟ ଦେଖାଦେଇଥାଏ । କେଉଁଠାରେ ଛାତ୍ର ଛାତ୍ରୀ ମାନେ ହଷ୍ଟେଲ ଛାଡି ପଳାଇଲେଣିତ ଆଉକେଉଁଠି ଛାତ୍ର ପାଣିରେ ବୁଡି ମରିଗଲେଣି ତ ଆଉ କେଉଁ ଛାତ୍ରୀନୀବାସର ଛାତ୍ରୀ ଅସଦାଚାରଣ ର ଶିକାର ହେଲେଣି ଏମିତି ପ୍ରାୟ ସମୟରେ  ହଷ୍ଟେଲ ଗୁଡିକରେ ବିଭିନ୍ନ ସମସ୍ୟା ଲାଗିରହିଥାଏ ,ଏହି ସବୁ ସମସ୍ୟାକୁ ଦୁର କରିବା ପାଇଁ ଆଜି ସରକାରୀ ଉଚ୍ଚବିଦ୍ୟାଳୟ ପରିସରେ ଜିଲ୍ଲା ଶିକ୍ଷାଅଧିକାରୀ ରମେଚନ୍ଦ୍ର ସେଠୀ ଙ୍କ ଅଧ୍ୟକ୍ଷତାରେ  ହଷ୍ଟେଲ ସୁପରିଚାଳନା, ଅନ୍ତେବାସିଙ୍କ ନିରାପତା ଓ ସୁରକ୍ଷା କୁ ନେଇ ପ୍ରଥମ ପର୍ଯ୍ୟାୟରେ ୯୦ଟି ବିଦ୍ୟାଳୟ ହଷ୍ଟେଲ ସୁପରିଟେଣ୍ଡେଟ, ଓ୍ୟାର୍ଡେନ ଓ ପ୍ରଧାନଶିକ୍ଷକ ମାନଙ୍କୁ ନେଇ  ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଦିଆଯାଇଛି । ଏହି ପ୍ରଶିକ୍ଷଣ ଶିବୀରରେ ଜିଲ୍ଲାଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ,ବ୍ଲକଶିକ୍ଷା ଅଧିକାରୀ ହିମାଶୁଂଭୁଷଣ ସମରଥ,ଜିଲ୍ଲାବିଜ୍ଞାନ ସୁପରଭାଇଜର କୃଷ୍ଣଚନ୍ଦ୍ର ବେବର୍ତା,ଜେଣ୍ଡର କୋର୍ଡିନେଟର ସକୁନ୍ତଳା ମାଝୀ,ବିଦ୍ୟାଳୟର ପ୍ରଧାନଶିକ୍ଷକ ନନିଗୋପାଳ ଦାସ, କାଳିଚରଣ ଡାକୁଆ ପ୍ରମୁଖ ଉପସ୍ଥିତ ରହି ତାଲିମ ଦେଇଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.