Home ଜିଲ୍ଲା ପରିକ୍ରମା ଇଟାଭାଟି ନିକଟରେ କୁଡିଆରେ ଶୋଇଥିବା ଅବସ୍ଥାରେ ଡିବିରି ନିଆଁରେ ପୋଡି ହୋଇଗଲେ ଭାଇ ଭଉଣୀ,ଭଉଣୀର ମୃତ୍ୟୁ...

ଇଟାଭାଟି ନିକଟରେ କୁଡିଆରେ ଶୋଇଥିବା ଅବସ୍ଥାରେ ଡିବିରି ନିଆଁରେ ପୋଡି ହୋଇଗଲେ ଭାଇ ଭଉଣୀ,ଭଉଣୀର ମୃତ୍ୟୁ ଘଟିଥିବା ବେଳେ ଭାଇ ଗୁରୁତର

218

ମାଲକାନଗିରି,୧୮ା୨ (ଓଡିଆ ପୁଅ ) ପେଟପାଇଁ ସୁଦୂର କୁନ୍ଦୁରା ଅଚଂଳରୁ ମାଲକାନଗିରି କୁ ଆସି ଇଟାଭାଟିରେ କାମକରୁଥିବା ଏକ ଗରିବ ଦମ୍ପତିଙ୍କ ଦୁଇଜଣ ଶିଶୁ ପୋଡି ହୋଇ ଗୁରୁତର ହେବା ଓ ଚିକିତ୍ସାଧିନ ଅବସ୍ଥାରେ ଜଣେ ଶିଶୁର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇ ହସପିଟାଲରେ ବଚିଂବା ପାଇଁ ସଂଘର୍ଷ କରୁଥିବା ଘଟଣା ସମଗ୍ର ମାଲକାନଗିରି ଜିଲ୍ଲାରେ ଶୋକର ଛାୟା ଖେଳାଇ ଦେଇଛି । ମାଲକାନଗିରି ଥାନାସ୍ଥ ଗୌଡଗୁଡା କଲୋନିରେ ମାଲକାନଗିରି ର ଲାଛନା ନାମକ ଜଣେ ଇଟାଭାଟି ମାଲିକ ଙ୍କ ନିକଟରେ କୋରାପୁଟ ଜିଲ୍ଲା କୁନ୍ଦୁରାବ୍ଲକ କ ରାଣିଗୁଡା,ଚେରକିଗୁଡା ଗ୍ରାମର ପ୍ରାୟ ୪୦ରୁ ଉର୍ଦ୍ଦ ଶ୍ରମିକ ଆସି ଇଟାଭାଟିରେ କାମକରୁଥିଲେ । ସେମାନଙ୍କ ମଧ୍ୟରୁ ଚେରକିଗୁଡା ଗ୍ରାମର ବୁଲୁହରିଜନ ତାଙ୍କ ପତ୍ନୀ ଓ ଦୁଇଟି ପିଲା ଆସିଥିଲେ । ଶ୍ରମିକ ମାନଙ୍କୁ ଇଟା ରେ କାନ୍ଥସଜାଇ ଉପରେ ନଡାଛପର ଅସ୍ଥାୟୀ ଘରେ ରହିବାର ବ୍ୟବସ୍ଥା ମାଲିକ କରିଦେଇଥିଲେ । ସେହି ଘରେ ଶ୍ରମିକ ମାନେ ନିଜ ପିଲାଛୁଆଙ୍କୁ ଧରି ରୋଷେଇ ବାସ କରି ଇଟାକାମକରିବା କୁ ଯାଇଥାନ୍ତି । ସବୁଦିନ ପରି ଆଜି ବଢିଭୋର ରୁ ବୁଲୁ ହରିଜନ ଓ ତାଙ୍କ ପତ୍ନୀ ଦୁଇଟି ପିଲାଙ୍କୁ କମ୍ବଳ ଘୋଡାଇ ଶୁଆଇ ଦେଇ ଇଟାଭାଟି କୁ କାମକରିବାକୁ ପଳାଇଥିଲେ । ସେହି ଘରେ ଡିବିରି ଆଲୁଅ ଜଳୁଥିଲା ,ପିଲା ମାନଙ୍କ ଗୋଡ ଡିବିରି ରେ ବାଜି ଯାଇ ଘରେ ନିଆଁଲାଗି ଯାଇ ଘରେ ଥିବା ଲୁଗାପଟା ଆସବାପତ୍ର ସହିତ ନଡାଛପରପୋଡି ଯାଇଥିଲା । କମ୍ବଳ ଘୋଡାଇ ଶୋଇଥିବା ରଣବିର ହରିଜନ(୭) ଓ ଭଉଣୀ ଦିବ୍ୟାସିଂ ହରିଜନ (୩) ଏହି ନିଆଁରେ ପୋଡି ହୋଇ ଚିତ୍କାର କରିଥିଲେ,ସେ ଦୁହେଁଙ୍କୁ ନିକଟରେ ଥିବା ଗ୍ରାମବାସୀ ମାନେ ଗୁରୁତର ଅବସ୍ଥାରେ ଘରୁ ଉଦ୍ଧାର କରିଥିଲେ,ଏ ଖବର ଶୁଣି ଇଟାଭାଟିରେ କାମକରୁଥିବା ବୁଲୁ ହରିଜନ ଓ ତାଙ୍କ ପତ୍ନୀ ସେଠାରେ ପହଁଚି ଗ୍ରାମବାସୀଙ୍କ ସହାୟତାରେ ପ୍ରଥମେ ମାଲକାନଗିରି ଜିଲ୍ଲାହସପିଟାଲକୁ ନେଇ ଚିକିତ୍ସା କରିଥିଲେ । ସେଠାରେ ଦୁହେଁଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ହେବାରୁ ଆଜି ସକାଳେ ଉଚ୍ଚତର ଚିକିତ୍ସା ନିମନ୍ତେ ଡାକ୍ତର ମାନେ କୋରାପୁଟ ସହିଦ ଲ କ୍ଷମ୍‌ଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରିଥିଲେ । କୋରାପୁଟ ହସପିଟାଲରେ ଚିକିତ୍ସା ଧିନ ଅବସ୍ଥାରେ ଝିଅ ଦିବ୍ୟାସିଂ ଙ୍କର ମୃତ୍ୟୁ ଘଟିଥିବା ବେଳେ ପୁଅ ରଣବୀର ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ରହି ଜୀବନ ମରଣ ସହ ସଂଘର୍ଷ କରୁଛି । ଏହି ଦମ୍ପତି ଅତ୍ୟନ୍ତ ଗରିବ ହୋଇଥିବାରୁ ପେଟପାଇଁ କୁନ୍ଦୁରା ଅଚଂଳରୁ ମାଲକାନଗିରି କୁ ପଳାଇ ଆସି ଇଟାଭାଟିରେ କାମକରି ଜିବୀନିର୍ବାହ କରୁଥିଲେ । ସେମାନେ କେତେ ଆଶା ରଖିଥିଲେ ଦୁଇପଇସା ରୋଜଗାର କରି ପୁଅ ଓ ଝିଅ ଙ୍କୁ ପାଠପଢାଇ ବଡ ମଣିଷକରିବେ ,ହେଲେ ସେମାନଙ୍କ ଆଶା ପୁରଣ ହେବା ପରିବର୍ତେ ଗେଲବସର ଝିଅ ଦିବ୍ୟାସିଂ ପୋଡିହୋଇ ମୃତ୍ୟୁ ହୋଇଥିବା ବେଳେ ପୁଅ ପୋଡି ହୋଇ ଏବେ ହସପିଟାଲରେ ବଚିଂବା ପାଇଁ ସଂଘର୍ଷ ଚଳାଇଛି । ଏହି ଗରିବ ଦମ୍ପତିଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ମାନେ ଦାବିକରିଛନ୍ତି । ସୁଚନା ଯୋଗ୍ୟ ଯେ କେନ୍ଦ୍ର ଓ ରାଜ୍ୟସରକାର ଚେମିନ ମାଟି ଇଟା ଭାଟିକୁ ବେଆଇନ ଘୋଷଣା କରି ବନ୍ଦକରିଦେଇ ଥିବା ବେଳେ ,କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିୟମକୁ ମାଲକାନଗିରି ଜିଲ୍ଲାର କିଛି ଇଟାଭାଟି ବ୍ୟବସାୟୀ ଓ ମିଲକ ନ ମାନି ଖୋଲମ ଖୋଲା ଭାବେ ମନଇଛା ସରକାରୀ ଜମିରେ ଇଟାଭାଟି ପକାଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ମାନେ ସବୁ ଦେଖି ନ ଦେଖିଲା ପରି ଆଖିବୁଜିଦେଉ ଥିବାର ଜଣାପଡିଛି ।

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.