Home ଜିଲ୍ଲା ପରିକ୍ରମା ସ୍ୱାଭିମାନ ଅଚଂଳରେ ମାଓସମର୍ଥକ ଓ ମାଓବିରୋଧି ଦୁଇ ଗୋଷ୍ଠି ଗ୍ରାମବାସୀ ଙ୍କ ପକ୍ଷରୁ ପ୍ରଜାମେଳି

ସ୍ୱାଭିମାନ ଅଚଂଳରେ ମାଓସମର୍ଥକ ଓ ମାଓବିରୋଧି ଦୁଇ ଗୋଷ୍ଠି ଗ୍ରାମବାସୀ ଙ୍କ ପକ୍ଷରୁ ପ୍ରଜାମେଳି

139

ମାଲକାନଗିରି,୩୧ା୧(ଓଡିଆ ପୁଅ)ଗତ୨୫ତାରିଖ ଘଟଣାପରେ ଆଶାନ୍ତ ହୋଇ ଉଠିଛି ମାଓଗଡଭାବେ ପରିଚିତ ସ୍ୱାଭିମାନ ଅଚଂଳ,ଜଣେ ମାଓବାଦୀର ମୃତ୍ୟୁ ଓ ଘରପୋଡି ଘଟଣାପରେ ଭାଗ ଭାଗ ହୋଇଯାଇଛନ୍ତି ସ୍ୱାଭିମାନ ଅଚଂଳ ବାସୀ । ଏହି ଅଶାନ୍ତ ପରିସ୍ଥିତି ପାଇଁ ମାଓସମର୍ଥକ କିଛି ଗ୍ରାମବାସୀ ମାଓବାଦୀ ବିରୋଧି ଗ୍ରାମବାସୀଙ୍କୁ ଦୋଷ ଲଦୁଥିବା ବେଳେ ପାଲଟା ଦୋଷ ଦେଉଛନ୍ତି ମାଓବିରୋଧୀ ଗ୍ରାମବାସୀ,୨୫ତାରିଖ ଦିନ ପାପରମେଟଲା ପଚାଂୟତ ସ୍ଥ ଜନ୍ତୁରାଇ ଗ୍ରାମରେ କିଛିମାଓବାଦୀ ପ୍ରବେଶ କରି ଗ୍ରାମବାସୀମାନଙ୍କୁ ମାଡମାରି ଧମକଚମକ ଦେବାରୁ ଗ୍ରାମବାସୀ ଏକତ୍ରୀତ ହୋଇ ମାଓବାଦୀମାନ ଙ୍କୁ ଆକ୍ରମଣ କରିଥିଲେ ଉଭେୟଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ ହୋଇ ଜଣେ ମାଓବାଦୀର ମୃତ୍ୟୁହେବାସହ ଜଣେ ଆହତ ହୋଇଥିଲେ, ଏହି ଘଟଣାପରେ ମାଓବାଦୀମାନେ ଉତକ୍ଷିପ୍ତ ହୋଇ ଜୋଡାଆମ୍ବରେ ୧୨ଟି ଆଦିବାସୀଙ୍କ ଘରେ ନିଆଁଲଗାଇ ପୋଡିଦେଇଥିଲେ । ଏହି ଘରପୋଡିରେ ପାପରମେଟଲା,ଅଣ୍ଡ୍ରାପାଲି ଗ୍ରାମର କିଛି ମାଓସମର୍ଥଙ୍କ ହାତଥିବାର ସନ୍ଦେହ କରି ଗତକାଲି ଦରଲାବେଢା ଗ୍ରାମଜଙ୍ଗଲରେ ଜନ୍ତୁରାଇ, ଜୋଡାମ୍ବ, ଟିକରପଡା,କୁନ୍ତୁରପଦର,ସିନ୍ଧିବେଢା ଗ୍ରାମର ଶତାଧିକ ଆଦିବାସୀ ମହିଳା ଓ ପୁରୁଷ ପାରମ୍ପାରିକ ଆସ୍ତ୍ରଶସ୍ତ୍ର  ଓ ହାତରେ ମାଓବାଦୀ ବିରୋଧରେ ଲେଖାଥିବା ବ୍ୟାନର ଧରି ଏକତ୍ରୀତ ହୋଇ ପ୍ରଜାମେଳି କରିଥିଲେ । ଏହାକୁ ବିରୋଧ କରି ପଣସପୁଟ,ଅଣ୍ଡ୍ରାପାଲି,ଯନ୍ତ୍ରୀ,ଓ ଯୋଡାମ୍ବ ଗ୍ରାମର ଶତାଧିକ ଆଦିବାସୀ ପୁରୁଷ ଓ ମହିଳା ପାରମ୍ପାରିକ ଅସ୍ତ୍ର ଶସ୍ତ୍ର ଧରି ଖଜୁରୀଗୁଡା ଗ୍ରାମ ଜଙ୍ଗଲରେ ଏକତ୍ରୀତ ହୋଇ ଆମକୁ ନୂଆରାସ୍ତାରେ ଚାଲିବାକୁ ଦେଉନାହିଁନ୍ତି, ଜୋଡାମ୍ବ ସ୍ୱାସ୍ଥ୍ୟକେନ୍ଦ୍ର କୁ ଚିକିତ୍ସା ପାଇଁ ଛାଡୁନାହିଁନ୍ତି,ସେମାନଙ୍କ ଗ୍ରାମଦେଇ ଆମଗ୍ରାମକୁ ଯାଇଥିବା ବିଦ୍ୟୁତ ଲାଇନକୁ କାଟି ଦେଇଥିବାରୁ ୫ଦିନ ହେଲା ଅନ୍ଧାରରେ ରହିଥିବାର ଆଦି ଅଭିଯୋଗ କରି ପ୍ରଜାମେଳି କରିଥିବାର ଜଣାପଡିଛି । ଏହାକୁ ଖଣ୍ଡନ କରି ଜନ୍ତୁରାଇ,ଜୋଡାମ୍ବ,କନ୍ତୁରପଦର ସିନ୍ଧିବେଡା ଗ୍ରାମବାସୀ ମାନେ କହିଛନ୍ତି ସ୍ୱାଭିମାନ ଅଚଂଳର ସମସ୍ତ ଆଦିବାସୀ ଗ୍ରାମବାସୀ ଆମେ ଭାଇ ଭାଇ ଆମେ କାହାକୁ ରାସ୍ତାରେ ଚାଲିବାକୁ କିମ୍ବା ଚିକିତ୍ସାଳୟକୁ ଆସିବାକୁ ବାରଣକରିନାହୁଁ କି ଲାଇନ କାଟି ନାହୁଁ ଏହାକୁ କିଛି ଖଳପ୍ରକୃତିର ଲୋକ ଆମ ନାମରେ ମିଥ୍ୟାପ୍ରଚାର କରୁଛନ୍ତି । ଭଉୟ ଗ୍ରାମ ମଧ୍ୟରେ ଗଣ୍ଡଗୋଳ ହେବାର ଆଶାଙ୍କା କରି ଏହି ଘଟଣାରେ ପୁଲିସ ହସ୍ତକ୍ଷେପକରିବା ପରେ ଉଭେୟ ଗ୍ରାମବାସୀ ନିଜ ନିଜ ଗ୍ରାମକୁ ଫେରି ଯାଇଥିବାର ଜଣାପଡିଛି । ଏବେ ବି ସ୍ୱାଭିମାନ ଅଚଂଳରେ ବିଏସଏଫ ଯବାନ ଓ ପୁଲିସ ଛାଉଁଣି ରହି ସେହି ସବୁ ଗ୍ରାମରେ କଡାସୁରକ୍ଷା ବ୍ୟବସ୍ଥା କରାଯାଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.