Home ଜିଲ୍ଲା ପରିକ୍ରମା ସ୍ୱାଭିମାନ ଅଚଂଳରେ ମାଓବାଦୀ ଙ୍କ ଭୟରେ ଗାଁ ଛାଡିଲେ ୮୫ଜଣ ଆଦିବାସୀ

ସ୍ୱାଭିମାନ ଅଚଂଳରେ ମାଓବାଦୀ ଙ୍କ ଭୟରେ ଗାଁ ଛାଡିଲେ ୮୫ଜଣ ଆଦିବାସୀ

35

ମାଲକାନଗିରି,୪ା୨ (ଓଡିଆ ପୁଅ ) କିଛିଦିନ ନିରବତାପରେ ପୁଣି ସ୍ୱାଭିମାନଚଂଳରେ ମାଓବାଦୀ ମାନେ ମାତି ଉଠିଛନ୍ତି । ମାଓବାଦୀଙ୍କ ଭୟ ଓ କାମ ଧନ୍ଧା କିଛି ନମିଳିବାରୁ ସ୍ୱାଭିମାନଅଚଂଳରୁ ୮୫ପରିବାର ପୁରଷ ଲୋକ ଗାଁଛାଡି ଛନ୍ତି । ପୁଲିସ ସୁଚନାଦାତାକହି ମାଓବାଦୀ ମାନେ ପଣସପୁଟ,ଯୋଡାଆମ୍ବ ପଚାଂୟତ ର ୮୫ଟି ପରିବାରର ମୁଖିଆଙ୍କୁ ଗାଁରୁ ନିର୍ବାଶନ ଦଣ୍ଡଦେଇ ବିତାଡିତ କରିଦେଇଛନ୍ତି । ସ୍ୱାଭିମାନ ଅଚଂଳର ପଣସପୁଟ ଓ ଜୋଡାଆମ୍ବ ପଚାଂୟତରମୁତାମ୍ବ,ଡାଳିଆମ୍ବ,ପଳାସପଦର ,ଖଜୁରୀଗୁଡା,ବିହନଗୁଡା, ଖାଲପଦର, ତାରାବେଢା,ଲାଡିଗୁଡା,ବେଜିଙ୍ଗ,ତାଳପଦର,ଗମେଲପୁଟ,  ଡାଳିଆମ୍ବ,୧୨ଟି ଗ୍ରାମର ୮୫ରୁ ଉର୍ଦ୍ଦପରିବାରର ମୁଖିଆ ପୁରଷ ଲୋକ ମାନେ ମାଓବାଦୀଙ୍କ ଧମକ ଭୟରେ ସେମାନଙ୍କୁ କିଛି କାମ ଧନ୍ଧା ମିଳୁନଥିବାରୁ ପେଟପାଇଁ ବାଧ୍ୟହୋଇ ଗାଁ ଛାଡିଥିବାର କହିଛନ୍ତି । ବିତାଡିତ ୧୨ଟି ଗ୍ରାମର ୮୫ରୁ ଉର୍ଦ୍ଦ ପୁରଷ ଲୋକ ମାନେ ମାଓବାଦୀଙ୍କ ଭୟରେ ବହୁକଷ୍ଠରେ ଘରୁ ଲୁଚି ଛପି ପଳାଇ ଯାଇ ହାତରେ ଟାଙ୍ଗିଆ,କଟୁରୀ ଧନୁତୀର ଧରି ଚିତ୍ରକୋଣ୍ଡା ସ୍ଥ ରାଜଲକୋଣ୍ଡା ଠାରେ ଥିବା ବଡଫାର୍ମ ଠାରେ ଆଜି ସେମାନେ ଆଶ୍ରୟ ନେଇଥିବାର ଜଣାପଡିଛି । ଫାର୍ମ ପରିସରରୁ ଜଙ୍ଗଲ ସଫାକରି ଅସ୍ଥାୟୀ ଜରି ତମ୍ବୁପକାଇ ମାଓବିତାଡିତ ଲୋକମାନେ ଆଶ୍ରୟ ନେଇଥିବାର ଖବର ପାଇ ଆଜି ଅପରାହ୍ନରେ ସେମାନଙ୍କ ନିକଟରେ ଚିତ୍ରକୋଣ୍ଡା ତହସିଲଦାର ଟି.ପଦ୍ମନାଭଦୋରା ପହଁଚି ସେମାନଙ୍କୁ ଭେଟି ଥଇଥାନ କରିବା ପାଇଁ ବ୍ୟବସ୍ଥା କରୁଥିବାର ଜଣାପଡିଛି । ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳ ସହିତ ମାଲକାନଗିରି ଜିଲ୍ଲାର ଅନ୍ୟାନ ଦୁର୍ଗମ ଅଚଂଳରେ ମାଓ ବାଦୀ ମାନେ ମାତି ଉଠିଛନ୍ତି । ଗୋଟିଏ ପରେ ଗୋଟିଏ ହିଂସାଘଟାଇ ଆତଙ୍କ ଖେଳାଇଦେଇଛନ୍ତି । ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା ମାଓସମର୍ଥକ,ମିଲିସିଆ ସଦସ୍ୟ ଓ ତାଙ୍କ ସହ ଯୋଗୀମାନଙ୍କୁ ଉପଯୁକ୍ତ ସୁରକ୍ଷା ମିଳୁନଥିବାରୁ ବାଧ୍ୟହୋଇ ନିଜର ଭିଟା ମାଟି ଛାଡି ଅନ୍ୟତ୍ର ଆଶ୍ରୟନେବାକୁ ଘୁରିବୁଲୁଛନ୍ତି ।ମାଲକାନଗିରି ଜିଲ୍ଲାରେ ମାଓବାଦୀ ଓ ପୁଲିସର ଛକାପଝାଂ ଲୁଚକାଳି ଖେଳରେ ମାଓପ୍ରବଣ ଅଚଂଳର ଗ୍ରାମବାସୀ ବଳିପଡୁଛନ୍ତି,କାହାର ମୁଣ୍ଡଗଡୁଛିତ ଆଉକାହାର ପରିବାର ନିଜ ଗାଁରୁ ବିତାଡିତ ହୋଇ ଭିଟାମାଟି ଛାଡିବାକୁ ପଡୁଛି । ଗତ କିଛି ବର୍ଷ ହେଲା ମାଓବାଦୀ ଙ୍କ ଧମକରେ ବିତାଡିତ ହୋଇ ଗାଁ ଓ ନିଜର ଭିଟା ମାଟି ଛାଡିଥିବା ନିରିହ ଆଦିବାସୀ ଙ୍କୁ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ଉପ ଯୁକ୍ତ ସହାୟତା ଯୋଗାଇଦିଆ ଯାଇ ନଥିବାରୁ ସେହି ପରିବାର ମାନେ ଆଶ୍ରୟ ଟିକିଏ ପାଇଁ ବାରଦ୍ୱାର ଘୁରିବୁଲୁଛନ୍ତି । ମାଓବାଦୀମାନଙ୍କୁ ମୁକାବିଲା ଓ ସେମାନଙ୍କୁ ଦମନକରିବାପାଇଁ ପୋଲିସ ଫୋର୍ସ ଡାଳେଡାଳେ ଗଲା ବେଳକୁ ମାଓବାଦୀମାନେ ପତ୍ରେପତ୍ରେ ଯାଇ ସେମାନଙ୍କ ଯୋଜନାକୁ ପଣ୍ଡକରି ଦେଇ ଗୋଟିଏ ପରେ ଗୋଟିଏ ହିଂସାକାଣ୍ଡ ଘଟାଇ ଚାଲିଛନ୍ତି ।ନିଜର ଭିଟାମାଟି, ଜମିବାଡି, ଛେଳିଗାଇ ଗୋରୁ ସବୁକିଛି ଛାଡିଦେଇ ଗାଁ ରୁ ପଳାଇ ଆସିଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.