Home Top News ଗ୍ରେଟା ଥାନବର୍ଗଙ୍କ ବିରୋଧରେ ନୁହେଁ, ଟୁଲକିଟ୍ କ୍ରିଏଟରଙ୍କ ବିରୁଦ୍ଧରେ ଦିଲ୍ଲୀ ପୋଲିସ୍ କରିଛି ଏଫ୍ଆଇଆର୍

ଗ୍ରେଟା ଥାନବର୍ଗଙ୍କ ବିରୋଧରେ ନୁହେଁ, ଟୁଲକିଟ୍ କ୍ରିଏଟରଙ୍କ ବିରୁଦ୍ଧରେ ଦିଲ୍ଲୀ ପୋଲିସ୍ କରିଛି ଏଫ୍ଆଇଆର୍

37

ନୂଆ ଦିଲ୍ଲୀ ୪-୨ (ଓଡ଼ିଆ ପୁଅ) କୃଷକ ଆନ୍ଦୋଳନକୁ ସମର୍ଥନ କରି ବିଦେଶୀ ସେଲିବ୍ରିଟିଙ୍କ ଟ୍ୱିଟକୁ ନେଇ ବିବାଦ ମଧ୍ୟରେ ଦିଲ୍ଲୀ ପୋଲିସ ‘ଟୁଲକିଟ୍’କୁ ନେଇ ଏକ ମାମଲା ରୁଜୁ କରିଛି। ଏଥିରେ, ଧାରା ୧୨୪ ଏ (ଦେଶଦ୍ରୋହ), ୧୫୩ଏ (ଧାର୍ମିକ କାରଣରୁ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ବିଦ୍ୱେଶ ସୃଷ୍ଟି କରିବା), ୧୫୩ ଏବଂ ୧୨୦ ବି ଆଇପିସି ଲାଗୁ କରାଯାଇଛି। ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସିପି କ୍ରାଇମ୍ ପ୍ରବୀଣ ରଂଜନ କହିଛନ୍ତି ଯେ ଏଫ୍ଆଇଆରରେ କୌଣସି ବ୍ୟକ୍ତିଙ୍କ ନାମ ନାହିଁ। ଟୁଲ କିଟ୍ କ୍ରିଏଟରଙ୍କୁ ଖୋଜିବା ପାଇଁ ଅନୁସନ୍ଧାନ କରାଯାଉଛି।

ଜଳବାୟୁ କାର୍ଯ୍ୟକର୍ତ୍ତା ଗ୍ରେଟା ଥାନବର୍ଗ FIR ରେ ନାମିତ ନୁହଁନ୍ତି। ଟୁଇଟ୍ ଏବଂ ଟୁଲକିଟ୍ ରେ ମାମଲା ପଞ୍ଜୀକୃତ କରି ଆମେ ମାମଲାର ଯାଞ୍ଚ କରୁଛୁ। ଦିଲ୍ଲୀ ପୋଲିସର ସାଇବର ସେଲ ଦ୍ୱାରା ତଦନ୍ତ ଚାଲିଛି।

ପ୍ରବୀଣ ରଂଜନ ଗଣମାଧ୍ୟମକୁ କହିଛନ୍ତି ଯେ, ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ‘ଟୁଲକିଟ୍’ ଖାଲିସ୍ତାନ ସମର୍ଥକ ସଂଗଠନ ଦ୍ୱାରା ପ୍ରସ୍ତୁତ ହୋଇଥିବା ଜଣାପଡିଛି। ସେ କହିଛନ୍ତି ଯେ, ସମାଜକୁ କ୍ଷତି ପହଞ୍ଚାଇବା ପରି ‘ଟୁଲକିଟ୍’ ଦେଖିଛନ୍ତି ଏବଂ ଏହାର କ୍ରିଏଟରଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି।

ପୋଲିସ୍ ଅଧିକାରୀ କହିଛନ୍ତି ଯେ, ସୋସିଆଲ ମିଡିଆରେ ଅପଲୋଡ୍ ହୋଇଥିବା ଡକ୍ୟୁମେଣ୍ଟରେ ୨୬ ଜାନୁୟାରୀ ପୂର୍ବରୁ ଡିଜିଟାଲ୍ ଆକ୍ରମଣ ସମ୍ପର୍କରେ ଏକ ଆକ୍ସନ୍ ପ୍ଲାନ୍ ରହିଥିଲା। ଫେକ୍‌ ନ୍ୟୁଜ୍ ପ୍ରସାରଣ କରୁଥିବା କେତେକ ଆକାଉଣ୍ଟ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।

ସୂଚନାଯୋଗ୍ୟଯେ, ଜାନୁଆରୀ ୨୬ ରେ, ଗଣତନ୍ତ୍ର ଦିବସ ଅବସରରେ କୃଷକମାନେ ଏକ ଟ୍ରାକ୍ଟର ରାଲି କରିଥିଲେ। ଏହି ସମୟ ମଧ୍ୟରେ ଦିଲ୍ଲୀରେ କେତେକ ସ୍ଥାନରେ ହିଂସା ଘଟଣା ଘଟିଥିଲା। ଏହାକୁ ଚାରିଆଡେ ସମାଲୋଚନା କରାଯାଇଛି।

ସୂଚନାଯୋଗ୍ୟଯେ, ପପ୍ ଷ୍ଟାର୍ ରିହାନାଙ୍କ ପରେ ଗ୍ରେଟା ଥାନବର୍ଗ କୃଷକମାନଙ୍କୁ ସମର୍ଥନ କରି ଟ୍ୱିଟ୍ କରିଛନ୍ତି। ସେ କହିଥିଲେ, “ଆମେ ଭାରତରେ କୃଷକ ଆନ୍ଦୋଳନରେ ଏକଜୁଟ ଅଟୁ। ଏହା ସହ ସେ ଏକ ଟୁଲକିଟ୍ (ସଫ୍ଟୱେୟାର) ସେୟାର କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.