Home ଓଡ଼ିଶା ଯୋଡା-ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ବିଶ୍ୱ କର୍କଟ ଦିବସ ଉପଲକ୍ଷେ ସଚେତନତା ଅଧିବେସନ

ଯୋଡା-ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ବିଶ୍ୱ କର୍କଟ ଦିବସ ଉପଲକ୍ଷେ ସଚେତନତା ଅଧିବେସନ

67

ଯୋଡା ୪/୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ କର୍କଟ ରୋଗର ବିଭିନ୍ନ ଦିଗ ଉପରେ ସଚେତନତା ସୃଷ୍ଟିକରିବା ଲକ୍ଷ୍ୟରେ ଟାଟାଷ୍ଟିଲ ର ସିଏସ୍‌ଆର ସଂସ୍ଥା ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ଯୋଡ଼ା ପୌରପାଳିକା ଅନ୍ତର୍ଗତ ୯ ନମ୍ବର ୱାର୍ଡର କମାରସାହି ଅଙ୍ଗନବାଡ଼ି କେନ୍ଦ୍ରରେ ‘ବିଶ୍ୱକର୍କଟ ଦିବସ’ ଅବସରରେ ଏକ ସଚେତନତା ଅଧିବେସନର ଆୟୋଜନ କରାଯାଇଛି । ରିସ୍ତା ପ୍ରକଳ୍ପ ଅନ୍ତର୍ଗତ ଆୟୋଜିତ ଏହି ସଚେତନତା ଅଧିବେସନରେ ଯୁବ ବର୍ଗ, ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଛାତ୍ରଛାତ୍ରୀମାନଙ୍କୁ ମିଶାଇ ୩୦ରୁ ଊର୍ଦ୍ଧ୍ୱ ମହିଳା ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ପ୍ରତିଯୋଗୀମାନଙ୍କୁ ଉଦ୍‌ବୋଧନ ଦେଇ ଟାଟାଷ୍ଟିଲ ଫାଉଣ୍ଡେସନ୍‌ର ଡଃ ଅନମୋଲ ଟିଗା କହିଛନ୍ତି ଯେ, “ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ ବିଶ୍ୱ ସାରା ହୃତପିଣ୍ଡ ଓ ଧମନୀ ସମ୍ପର୍କିତ ରୋଗରେ ସର୍ବାଧିକ ଲୋକ ମୃତ୍ୟୁ ବରଣ କରୁଥିବା ବେଳେ କର୍କଟ ରୋଗ ଦ୍ୱିତୀୟ ସ୍ଥାନରେ ରହିଛି । ବିଶ୍ୱରେ ମୃତ୍ୟୁ ବରଣ କରୁଥିବା ପ୍ରତି ୬ଜଣଙ୍କ ମଧ୍ୟରୁ ଜଣେ କର୍କଟ ରୋଗୀ ଅନ୍ତର୍ଭୁକ୍ତ । ଏହି ମାରାତ୍ମକ ରୋଗରୁ ସୁରକ୍ଷିତ ରହିବାରେ ସଚେତନତା ଏକ ପ୍ରମୁଖ ପଦକ୍ଷେପ” । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ମହିଳାମାନଙ୍କୁ ତମ୍ବାଖୁରୁ ଦୂରେଇ ରହିବା ପାଇଁ କହିବା ସହିତ ଡଃ ଟିଗା ସ୍ୱାସ୍ଥ୍ୟ ଓ ପରିବେଶ ଉପରେ ତମ୍ବାଖୁର ପ୍ରତିକୂଳ ପ୍ରଭାବ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ । ଏହା ବ୍ୟତୀତ, ଅଂଶ ଗ୍ରହଣକାରୀମାନଙ୍କୁ ଏହି ଅଭ୍ୟାସରୁ ଦୂରେଇ ରଖିବା ପାଇଁ ବିଭିନ୍ନ ପଦ୍ଧତି ଓ ତମ୍ବାଖୁ ସେବନ ସହିତ ଜଡ଼ିତ ବିପଦକୁ ହ୍ରାସ କରିବା ପାଇଁ ବିଭିନ୍ନ ପଦକ୍ଷେପ ବିଷୟରେ ଅବଗତ କରାଯାଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ, କର୍କଟ ରୋଗ ଉପରେ ଗୁରୁତ୍ୱ ଦେଇ, ସଚେତନତା ବୃଦ୍ଧି ଓ ଲୋକମାନଙ୍କୁ କର୍କଟ ରୋଗ ସମ୍ପର୍କରେ ଶିକ୍ଷିତ କରିବା ପାଇ ଁଏହି ରୋଗରେ ମୃତ୍ୟୁ ବରଣ କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇବା ଲକ୍ଷ୍ୟରେ ପ୍ରତ୍ୟେକ ବର୍ଷ ଫେବୃଆରୀ ୪ ତାରିଖରେ”ବିଶ୍ୱକର୍କଟ ଦିବସ” କୁ ଏକ ଆନ୍ତର୍ଜାତୀୟ ସଚେତନତା ଦିବସ ରୂପେ ପାଳନ କରାଯାଉଛି । ଚଳିତବର୍ଷ ‘ବିଶ୍ୱକର୍କଟ ଦିବସ’ ର ବିଷୟ ବସ୍ତୁ ହେଉଛି ‘ଆଇଏମ୍ ଆଣ୍ଡ ଆଇଉଇଲ’, ଯାହା କି ଆତ୍ମ-ପ୍ରତିବଦ୍ଧତା ଦ୍ୱାରା ୨୦୩୦ ସୁଦ୍ଧା ଅଣ-ସଂକ୍ରମିତ ରୋଗରେ ଅସମୟ ମୃତ୍ୟୁ ପରିମାଣକୁ ଏକ ତୃତୀୟାଂଶକୁ ହ୍ରାସ କରିବା ଦିଗରେ ଏକ ସକରାତ୍ମକ ପଦକ୍ଷେପ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.