Home ଓଡ଼ିଶା ସ୍ୱାଭିମାନ ଅଚଂଳରେ ମାଓବାଦୀ ପୁଲିସ ଗୁଳିବିନିମୟ,ମ୍ୟାଓକ୍ୟାମ୍ପ ଧ୍ୱସଂ, ବନ୍ଦୁକ ମାଓସାମଗ୍ରୀ ଜବତ

ସ୍ୱାଭିମାନ ଅଚଂଳରେ ମାଓବାଦୀ ପୁଲିସ ଗୁଳିବିନିମୟ,ମ୍ୟାଓକ୍ୟାମ୍ପ ଧ୍ୱସଂ, ବନ୍ଦୁକ ମାଓସାମଗ୍ରୀ ଜବତ

111

ମାଲକାନଗିରି,୧୬ା୭(ଓଡିଆ ପୁଅ )ଆଜି ମାଲକାନଗିରି ଜିଲ୍ଲାପୁଲିସ କୁ ମିଳିଛି ଏକ ବଡଧରଣ ସଫଳତା ,ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳରେ ଗୁପ୍ତଭାବ ମାଓକ୍ୟାମ୍ପ ଚାଲିଥିବାର ଖବର ପାଇ ଏସପି ଙ୍କ ନେତୃତ୍ୱରେ ଡିଭିଏଫ,ଏସଓଜି ଯବାନ ମାନେ ସେଠାକୁ କମ୍ବିଅପରସେନ ରେ ଯାଇଥିଲେ । ଆଜି ସକାଳେ ସ୍ୱାଭିମାନ ଅଚଂଳ ପଣସପୁଟ ପଚାଂୟତ ର ଆନ୍ଦ୍ର ସୀମାନ୍ତ ମୁଚିମପୁଟ ଜଙ୍ଗଲରେ ପହଁଚିଲା ପରେ ହଟାତ ମାଓବାଦୀ ମାନେ ପୁଲିସ ଙ୍କ ଉପରକୁ ଗୁଳିଚଳାଇ ଥିଲେ । ଯବାନ ମାନେ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲେ । ମାଓବାଦୀ ପୁଲିସ ଙ୍କ ମଧ୍ୟରେ ଦୀର୍ଘସମୟ ଧରି ଗୁଳିବିନିମୟ ହୋଇଥିଲା । ଯବାନ ମାନଙ୍କୁ ସାମ୍ନା କରି ନପାରି କିଛି ଟପ କ୍ୟାର୍ଡର ମାଓବାଦୀ ମାନେ ଛତ୍ରଭଙ୍ଗଦେଇ ଜଙ୍ଗଲରେ ଲୁଚିପଳାଇଥିବାର ଜଣାପଡିଛି । ସେହି ଜଙ୍ଗଲରେ ଥିବା ମାଓକ୍ୟାମ୍ପ ରୁ ଗୋଟିଏ ୩୦୨ବନ୍ଧୁକ,ବିପୁଳ ପରିମାଣର ମାଓ ସାମଗ୍ରୀ ଜବତକରିଛନ୍ତି । ଏହି ଗୁଳିବନିମୟରେ କେହି ମାଓବାଦୀ ମୃତାଆହତ ହୋଇଥିବାର ସନ୍ଦେହରେ ପୁଲିସ ପକ୍ଷରୁ ସେ ଜଙ୍ଗଲରେ ସର୍ଚଅପରେସନ ଚାଲିଛି । ସେ ଅଚଳଂ ଅତ୍ୟନ୍ତ ଦୁର୍ଗମ ଅପହଁଚ ଇଲାକା ହୋଇଥିବାରୁ ସେଠାରେ ଫୋନ ନେଟଓ୍ୟାର୍କ ଲାଗୁନଥିବାରୁ ସଠିକ ବିବରଣୀ ହସ୍ତଗତ ହୋଇନାହିଁ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.