Home ଜିଲ୍ଲା ପରିକ୍ରମା ସ୍ୱାଭିମାନ ଅଚଂଳକୁ ଗଣଶିକ୍ଷାମନ୍ତ୍ରୀ ଙ୍କ ଗସ୍ତକୁ ନେଇ ଜିଲ୍ଲାଶିକ୍ଷା ବିଭାଗର ପ୍ରସ୍ତୁତି ଶେଷ

ସ୍ୱାଭିମାନ ଅଚଂଳକୁ ଗଣଶିକ୍ଷାମନ୍ତ୍ରୀ ଙ୍କ ଗସ୍ତକୁ ନେଇ ଜିଲ୍ଲାଶିକ୍ଷା ବିଭାଗର ପ୍ରସ୍ତୁତି ଶେଷ

73

ମାଲକାନଗିରି,୨୯ା୧୦(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳକୁ ରାଜ୍ୟଗଣଶିକ୍ଷା ମନ୍ତ୍ରୀ ସମୀର ରଜଂନ ଦାଶ ଙ୍କ ଗସ୍ତକୁ ନେଇ ଚଳଚଚଂଳ ହୋଇଉଠିଛି ଜିଲ୍ଲାପ୍ରଶାସନ । ଆସନ୍ତା୩୧ତାରିଖରେ ମନ୍ତ୍ରୀ ଶ୍ରୀ ଦାଶ ମାଲକାନଗିରି ଜିଲ୍ଲାକୁ ଗସ୍ତକରି ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳର ବଡପଡା,ପଣସପୁଟ,ଜାନବାଇ ଓ ଗୁରୁପ୍ରୟୀସେତୁ ଓ ସେଠାରେ ଥିବା ବିଦ୍ୟାଳୟ ଗୁଡିକ ପରିଦର୍ଶନ କରି ଶିକ୍ଷାବ୍ୟବସ୍ଥା ସଂପର୍କରେ ସମୀକ୍ଷା କରିବା ସହିତ ଛାତ୍ର ଛାତ୍ରୀ ମାନଙ୍କ ମେଳରେ ମଧ୍ୟାହ୍ନ ଭୋଜନ ଖାଇବାର ବ୍ୟବସ୍ଥା ହୋଇଛି । ପ୍ରଥମ ଥର କରି ଶିକ୍ଷା ମନ୍ତ୍ରୀ ସ୍ୱାଭିମାନ ଅଚଂଳକୁ ଗସ୍ତ ଆସୁଥିବାରୁ ମାଲକାନଗିରି ଜିଲ୍ଲାଶିକ୍ଷାବିଭାଗ ପକ୍ଷରୁ ସ୍ଥାନୀୟ ସବ ର୍ଶିକ୍ଷା ଅଭିଯାନ ସଭାଗୃହରେ ଜିଲ୍ଲାଶିକ୍ଷାଅଧିକାରୀ ରମେଶଚନ୍ଦ୍ର ସେଠୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇ ଯାଇଛି । ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲା ବିଜ୍ଞାନ ପରିଦର୍ଶକ କୃଷ୍ଣଚନ୍ଦ୍ର ବେବର୍ତା,ବ୍ଲକ ଶିକ୍ଷାଅଧିକାରୀ ଶଶିଭୁଷଣ ମିଶ୍ର,ଗଙ୍ଗାଧର ପଟନାୟକ,ଚିତରଜଂନ ପାଣ୍ଡେ,ହିମାଶୁସେଖର ସମରଥ,ଶିକ୍ଷକପ୍ରଶିକ୍ଷଣ କେନ୍ଦ୍ରର ଅଧ୍ୟକ୍ଷ ଶୈଳଜା ମିଜଂ, ଅତିରିକ୍ତ ବ୍ଲକ ଶିକ୍ଷାଅଧିକାରୀ ଅଜଂନ କୁମାର ଚୌଧୁରୀ,ସୁଧାରାମ ଦାସ, କୁଡୁମାଲୁଗୁମ୍ମା,ଖଇରପୁଟ ବ୍ଲକର ସିଆରସିସି, ପ୍ରଧାନଶିକ୍ଷକ ମାନେ ଉପସ୍ଥିତ ରହି ମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ କିପରି ସୁଚାରୁଭାବେ ହେବ ସେନେଇ ଆଲୋଚନା କରିଥିଲେ । ଆସନ୍ତା୩୧ତାରିଖ ଦିନ କୋରାପୁଟ ଠାରୁ ସଡକପଥରେ ଆସିବା ପରେ ଗୋବିନ୍ଦପାଲି ଠାରେ ମନ୍ତ୍ରୀଙ୍କୁ ସ୍ୱାଗତ କରାଯିବ,ମନ୍ତ୍ରୀ ଖଇରପୁଟ ହାଇସ୍କୁଲ ପରିଦର୍ଶନ କରିବାପରେ ଚିତ୍ରକୋଣ୍ଡା ବ୍ଲକସ୍ଥ ଆରଏଏସି ୧୨ ହାଇସ୍କୁଲ,ପଣସଗନ୍ଧି ବିଦ୍ୟାଳୟ ପରେ ଗୁରୁପ୍ରୟୀସେତୁ ପରିଦର୍ଶନ କରି ବଡପଡା ସ୍କୁଲଠାରେ ଆୟୋଜିତ ସଭାରେ ଶିକ୍ଷାବ୍ୟବସ୍ଥା ସଂପର୍କରେ ସ୍ୱାଭିମାନ ଅଚଂଳବାସୀଙ୍କୁ ଉଦବୋଧନ ଦେଇ ସ୍ୱାଭିମାନ ଅଚଂଳର ୧୦ରୁ ଉର୍ଦ୍ଦକୃତି ଶିକ୍ଷକ ଓ ସିଆରସିସି ମାନଙ୍କୁ ସମ୍ମାନିତ କରିବେ ବୋଲି ଜଣାପଡିଛି । ଶିକ୍ଷା ମନ୍ତ୍ରୀ ଙ୍କ ସ୍ୱାଭିମାନ ଅଚଂଳ ଗସ୍ତକୁ ନେଇ ଜିଲ୍ଲାପ୍ରାଶାସନ ପକ୍ଷରୁ ବଡପଡା, ପଣସଗନ୍ଧି ରାସ୍ତାଘାଟ ମରାମତ କରିବା ସହିତ ରାସ୍ତାର ଦୁଇପାଶ୍ୱର୍ରେ ସଫାସୁତର ଯୋରଦାର ଚାଲିଛି । ମନ୍ତ୍ରୀ ଙ୍କୁ ପାଛୋଟି ନେବା ପାଇଁ ବଡପଡା ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ପାରମ୍ପାରିକ ଆଦିବାସୀ ଢେମସା ନୃତ୍ୟ ଅଭ୍ୟାସ ଚଳାଇଛନ୍ତି । ବିଦ୍ୟାଳୟ ପରିସର ସଫାସୁତର କରାଯିବାସହିତ ବିଦ୍ୟାଳୟଗୃହ ଗୁଡିକରେ ସାଜସଜା କରିବାସହ ରଙ୍ଗ ଲଗାଆରମ୍ଭ ହୋଇଯାଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.