Home ଜିଲ୍ଲା ପରିକ୍ରମା ପଥର ଖାଦାନ କୁ ବିରୋଧକରି ରାଜରାସ୍ତାକୁ ଓହ୍ଲାଇଲେ ଆଦିବାସୀ

ପଥର ଖାଦାନ କୁ ବିରୋଧକରି ରାଜରାସ୍ତାକୁ ଓହ୍ଲାଇଲେ ଆଦିବାସୀ

76

ମାଲକାନଗିରି,୨୯ା୧୦(ଓଡିଆ ପୁଅ ) ଆଦିବାସୀ ଗ୍ରାମରେ ନୂତନ ଭାବେ ପ୍ରତିଷ୍ଟା ହେବାକୁ ଯାଉଥିବା ଏକ ପଥର ଖାଦାନାକୁ ବିରୋଧ କରି ପାରମ୍ପାରିକ ଅସ୍ତ୍ର ଶସ୍ତ୍ର ଧରି ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳର ପନ୍ଥା ନେଇଛନ୍ତି ଆଦିବାସୀ । ମାଲକାନଗିରି ତହସିଲ ଅନ୍ତର୍ଗତ ଚାଲଣଗୁଡା ପଚାଂୟତ ନିକଟବର୍ତି ରେଙ୍ଗାବନ୍ଧ ଗ୍ରାମରେ ଏକ ନୂତନ ପଥର କ୍ୱାରୀ ଜଣେ ବ୍ୟକ୍ତି ଲିଜନେଇଛନ୍ତି । କ୍ୱାରୀରୁ ପଥର ବୋଝେଇ ଟ୍ରକ ଟିପର ଗୁଡିକ ଗ୍ରାମବାସୀଙ୍କ ଚାଷଜମି ଭିତର ଦେଇ ଯାତାୟାତ କରୁଥିବାରୁ ଏହା ଦ୍ୱାରା ଚାଷଜମି ଓ ଜଙ୍ଗଲ ନଷ୍ଟ ହେବାସହିତ ନିକଟସ୍ଥ ଗ୍ରାମରେ ପରବେଶ ପ୍ରଦୂଷଣ ହେବ ବୋଲି ଗ୍ରାମବାସୀ ମାନେ ଆଜି ଏକତ୍ରୀତ ହୋଇଥିଲେ । ଶତାଧିକ ଆଦିବାସୀ ମହିଳା ଓ ପୁରଷ ହାତରେ ପାରମ୍ପାରିକ ଅସ୍ତ୍ର ଶସ୍ତ୍ର ଧରି ଗ୍ରାମରୁ ଏକ ବିରାଟ ସୋଭା ଯାତ୍ରାରେ ବାହାରି ପଥର ଖାଦାନ ନିକଟରେ ପହଁଚି ପ୍ରତିବାଦ କରିଛନ୍ତି । ଏହି ଖାଦାନ ନିକଟରେ ଅନେକ ଲୋକଙ୍କ ପଟାଜମି ରହିଛି,ସେମାନେ ଚାଷବାସ କରି ଚଳିଥାନ୍ତି,ଖାଦାନରୁ ପଥର ନେବା ଆଣିବା ପାଇଁ ଜମି ଓ ଫସଲ ଗୁଡିକ ନଷ୍ଟହେବାସହିତ ପରିବେଶ ପ୍ରଦୁଷିତ ହେବ,ଜୀବନ ଯାଉ ପଛେ ଜିବୀକା ପାଇଁ ପଥର ଖାଦାନ କରାଇ ଦେବୁ ନାହିଁ ବୋଲି ଗ୍ରାମବାସୀ ମାନେ ଅଡିବସିଛନ୍ତି । ଏ ସଂପର୍କରେ ତହସିଲଦାର ଡ.ଗୁଣନିଧି ନାୟକ ଙ୍କ ମତାମତ ନେବାରୁ ସେ କହିଛନ୍ତି ସରକାରି ନିୟମ ଅନୁସାରେ ଏହି କ୍ୱାରୀ ଲିଜ ଦିଆଯାଇଛି, କ୍ୱାରୀକୁ ଯାନବାହନ ଯାତାୟତ ପାଇଁ ଆପ୍ରୋଚ ରୋଡ ନିର୍ମାଣ ପାଇଁ ସଂପୃକ୍ତ ଖଣିମାଲିକ ଗ୍ରାମବାସୀମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ କ୍ଷତିପୁରଣ ଦେବାର ବ୍ୟବସ୍ଥା ନ କଲା ପର୍ଯ୍ୟନ୍ତ କ୍ୱାରୀକୁ ବନ୍ଦକରାଯିବ, ଖୁବ ଶିଘ୍ର ଏହାର ସମାଧାନ ହୋଇଯିବ, କୌଣସି ବ୍ୟକ୍ତିଙ୍କର ଚାଷଜମି କୁ ନଷ୍ଠକରିବାକୁ ଦିଆଯିବ ନାହିଁ ବୋଲି ଶ୍ରୀ ନାୟକ କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.