Home ଜିଲ୍ଲା ପରିକ୍ରମା ବସ୍ତିକୁ କୁକୁଡା ଖାଇବାକୁ ଆସିଥିବା ୧୦ଫୁଟଲମ୍ବର ଅଜଗର ସାପ କୁ ସ୍ନେକହେଲ୍ପଲାଇନ ଉଦ୍ଧାରକଲେ

ବସ୍ତିକୁ କୁକୁଡା ଖାଇବାକୁ ଆସିଥିବା ୧୦ଫୁଟଲମ୍ବର ଅଜଗର ସାପ କୁ ସ୍ନେକହେଲ୍ପଲାଇନ ଉଦ୍ଧାରକଲେ

116

ମାଲକାନଗିରି,୨୯ା୧୦(ଓଡିଆ ପୁଅ ) ଜିଲ୍ଲାସଦର ମହକୁମାସ୍ଥ ଝାଟିମାଟି କଲୋନୀର ବରୁଣ ଙ୍କ ଘରୁ ଆଜି ସକାଳେ ୧୦ଫୁଟଲମ୍ବ ୨୦କେଜି ଓଜନର ଏକ ଅଜଗର ସାପକୁ ସ୍ନେକହେଲ୍ପ ଲାଇନର ଯୁବକ ମାନେ ଉଦ୍ଧାର କରିଛନ୍ତି । ଏହି ସାପଟି ମାଲ୍ୟବନ୍ତ ପବ ର୍ତରୁ ପଳାଇ ଆସି ବରୁଣ ଙ୍କ ଘରନିକଟରେ ଥିବା ଏକ କୁକୁଡା ଭାଡିରେ ପସିଯାଇ କୁକୁଡା ଖାଇବା ଅବସ୍ଥାରେ କୁକୁଡାଟି ଚିକ୍ରାର କରିବାରୁ ଘର ଲୋକେ ଦେଖି ସ୍ନେକ ହେଲ୍ପ ଲାଇନକୁ ଫୋନକରିଥିଲେ । ସ୍ନେକହେଲ୍ପ ଲାଇନର ସ୍ନେହାଶିଷ ନାୟକ(ନାନୁ) ଓ ତାଙ୍କର ସହକର୍ମୀ ବଳିଆ ସେଠାରେ ପହଁଚି ଉକ୍ତସାପ କବଳରୁ କୁକୁଡାଟିକୁ ଉଦ୍ଧାରକରି ସାଫଟିକୁ ଧରିଥିଲେ । ଏହି ଉଦ୍ଧାର ଅଜଗର ସାପଟିକୁ ଦେଖିବା ପାଇଁ ଗ୍ରାମରେ ଶତାଧିକ ଲୋକଙ୍କ ଭିଡଜମି ଯାଇଥିଲା । ଗ୍ରାମ ଭିତରେ ଏକ ବୃହତ ଅଜଗର ସାପ ବୁଲୁଥିବାର ଦେଖି ଗ୍ରାମବାସୀ ମାନେ ଭୟଭିତ ହୋଇପଡିଥିଲେ । ଗାଁ ଭିତରକୁ ପ୍ରଥମଥରକି ଏକ ବିରାଟ ଅଜଗର ସାପ ପସିଆସିବା ଦେଖି ଭୟରେ ଲୋକମାନେ ଧାଁ ଦୌଡକରି ଥିଲେ ଓ କେତେକ ଘର ଲୋକେ ସେମାନଙ୍କ ଘରକାବାଟ ବନ୍ଦକରିଦେଇଥିଲେ । ଉଦ୍ଧାର ସାପଟିକୁ ଆଜି ମାଲକାନଗିରି ବନବିଭାଗ କୁ ହସ୍ତାନ୍ତର କରିବାପରେ ବନବିଭାଗ କର୍ମଚାରୀ ମାନେ ମାଲ୍ୟବନ୍ତ ପାହଡରେ ଛାଡି ଦେଇଥିବାର ଜଣାପଡିଛି । ସୁଚନା ଯୋଗ୍ୟ ଯେ ମାଲକାନଗିରି ଜିଲ୍ଲା ଆଗରୁ ସବୁଜବନାନୀ ବଣ ଜଙ୍ଗଲ ଘେରାରେ ଥିବାରୁ ବନ୍ୟପ୍ରାଣୀ ଶରିସୃପ ମାନେ ବିନା ବାଧାରେ ବଣ ଜଙ୍ଗଲରେ ରହୁଥିଲେ । ସମ୍ପ୍ରତି ମାଲକାନଗିରି ସହର ନିକଟରେ ଧିରେ ଧିରେ ଜଙ୍ଗଲ ଅବକ୍ଷୟ ହୋଇ ଏବେ ସବୁଜ ବନାନୀ ବଦଳରେ ବଣଜଙ୍ଗଲ ପାହଡ ତଳେ କଂକ୍ରୀଟ ଜଙ୍ଗଲ ସୃଷ୍ଟି ହେଲାଣି, ବଣଜଙ୍ଗଲ ସବୁ ଧିରେ ଧିରେ ଧ୍ୱସଂହେବାକୁ ବସିଲାଣି, ବନ୍ୟଜନ୍ତୁ ଓ ଶରୀସୃପ ମାନଙ୍କର ବାସସ୍ଥଳି ବଦଳରେ ସଭ୍ୟଶିକ୍ଷିତ ମଣିଷଙ୍କ କୋଠାଘର ଦେଖିବାକୁ ମିଳୁଛି, ସେମାନଙ୍କ ବାସସ୍ଥାନ ନଷ୍ଟ ହୋଇ ଯାଉଥିବାରୁ ବନ୍ୟଜନ୍ତୁ ସହିତ ସାପ ଓ ଅନ୍ୟାନ ଶରୀସୃପ ମାନେ ଏବେ ସହରମୁଖା ହେବାକୁ ଲାଗିଲେଣି । ଇତି ମଧ୍ୟରେ ସ୍ନେକହେଲ୍ପଲାଇନ ପକ୍ଷରୁ ବିଭିନ୍ନ ସ୍ଥାନରୁ ପ୍ରାୟ୧୦୦ରୁ ଉର୍ଦ୍ଦ ଅଜଗର,ନାଗ,ଅହିରାଜ,ଆଦିବିଷଧର ସର୍ପ ଉଦ୍ଧାର କରାଯାଇ ଜଙ୍ଗଲରେ ଛଡାଗଲାଣି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.