Home ଜିଲ୍ଲା ପରିକ୍ରମା ସ୍ୱର୍ଗତ ମହମ୍ମଦ ଇକ୍‌ବାଲ୍ ଖାନ୍ ଥିଲେ ଜଣେ ସ୍ପଷ୍ଟବାଦୀ ଓ ପରୋପକାରୀ ମଣିଷ

ସ୍ୱର୍ଗତ ମହମ୍ମଦ ଇକ୍‌ବାଲ୍ ଖାନ୍ ଥିଲେ ଜଣେ ସ୍ପଷ୍ଟବାଦୀ ଓ ପରୋପକାରୀ ମଣିଷ

16

ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁରୁଣାବଜାରର ଜଣେ ଜଣାଶୁଣା ସମାଜସେବୀ ତଥା ପୂର୍ବତନ କାଉନ୍‌ସିଲର ବରିଷ୍ଠ ନେତା ସ୍ୱର୍ଗତ ଇକ୍‌ବାଲ ଖାନ୍‌ଙ୍କ ସ୍ମୃତିରେ ଏକ ସ୍ମରଣିକା ‘ୟାଦେଁ’ ଉନ୍ମୋଚିତ ହୋଇଯାଇଛି। ବିଜୁ ଜନତାଦଳ କାର୍ଯ୍ୟାଳୟରେ ସେଖ୍ ଫାରୁକ ଭାଇଙ୍କ ସଭାପତିତ୍ୱ ଏବଂ ତ୍ୟାଗଭୂମିର ସଭାପତି ଅଜୟ ନାୟକଙ୍କ ସଂଚାଳନରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବରେ ସାଂସଦ ମଞ୍ଜୁଲତା ମଣ୍ଡଳ ଏବଂ ମୁଖ୍ୟବକ୍ତା ଭାବରେ ପୂର୍ବତନ ମନ୍ତ୍ରୀ ତଥା ଭଣ୍ଡରୀପୋଖରି ବିଧ୍ୟାୟକ ପ୍ରଫୁଲ୍ଲ ସାମଲ ଏବଂ ସମ୍ମାନିତ ଅତିଥିଭାବରେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକ ପଞ୍ଚାୟତ ସମିତିର ପୂର୍ବତନ ଅଧକ୍ଷ ମଳୟ ଜେନା, ପୂର୍ବତନ ପୌରାଧ୍ୟକ୍ଷ ମାନସ ମହାନ୍ତି, ପୂର୍ବତନ କାଉନ୍‌ସିଲର ପ୍ରଣବ ପ୍ରକାଶ ଦାସ, କାଉନ୍‌ସିଲର ଦିଲିପ୍ ନାୟକ, ଡା. ରବି ମହାପାତ୍ର, ସମାଜସେବୀ ବିଦ୍ୟାଧର ସାହୁ, ଡ. ବାଇଧର ସାହୁ, ଶିକ୍ଷକ ମୁସ୍ତାକ ଗହର, ସାମ୍ବାଦିକ ରାଜୁ ଜେନା, ହରି ନନ୍ଦୀ ସ୍ୱର୍ଗତ ଇକ୍‌ବାଲ ଖାନ୍‌ଙ୍କ ଶିକ୍ଷକ ସୟଦ ଅବ୍‌ଦୁଲ ମସ୍‌ଜୁଦ୍‌, କାଶିମ୍ ଖାନ୍ ପ୍ରମୁଖ ଶ୍ରଦ୍ଧାଞ୍ଜଳି ବକ୍ତବ୍ୟରେ ସ୍ୱର୍ଗତ ଇକ୍‌ବାଲ ଖାନ୍ ଜଣେ ପରୋପକାରୀ ଏବଂ ସ୍ୱଷ୍ଟବାଦୀ ମଣିଷ ଭାବରେ ପୁରୁଣାବଜାରରେ ଜନ ମାନସରେ ଆଦୃତ ହୋଇଥିଲେ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ। ମଞ୍ଚାସିନ ଅତିଥିମାନଙ୍କ ଦ୍ୱାରା ସ୍ୱର୍ଗତ ଇକ୍‌ବାଲଙ୍କ ସ୍ମୃତି ଉଦ୍ଦେଶ୍ୟରେ ସ୍ମରଣିକା ‘ୟାଦେଁ’ ଉନ୍ମୋଚନ ହୋଇଥିଲା। ସଭାରେ ସମାଜସେବୀ ସୁଧାକର ରାଉତ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥଲାବେଳେ ସେଖ୍ ଜୁଲ୍‌ପୁକାର ଅଲ୍ଲି, ତାହେରା ଖାତୁନ୍‌, ଏନାମ୍ ମହମ୍ମଦ, ସେର ଖାନ୍‌, ବସୁମିତ୍ରା ସାହୁ ପ୍ରମୁଖ ସଭା ପରିଚାଳନା କରିଥିଲେ। ରୋର୍ଭସ କ୍ଲବର ସଭ୍ୟ ଜମିଲ ଅକତର ଖାଁ ଅଧିବକ୍ତା ସହିଲ୍ ଅହମଦ୍‌, ସେଖ୍ ସରୋ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.