Home Top News ଦରମା ନପାଇ କୋଷାଗାର ଘେରିଲେ ସରକାରୀ କର୍ମଚାରୀ

ଦରମା ନପାଇ କୋଷାଗାର ଘେରିଲେ ସରକାରୀ କର୍ମଚାରୀ

39

ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା କୋଷାଗାର (ଟ୍ରେଜେରି)କୁ ଆଜି ୩୦୦ରୁ ଅଧିକ ସରକାରୀ କର୍ମଚାରୀ ଘେରାଉ କରିଛନ୍ତି। ଏହି କର୍ମଚାରୀମାନେ ଗତ ଅକ୍ଟୋବର ମାସର ଦରମା ଏଯାବତ ପାଇପାରି ନାହାନ୍ତି। ନିର୍ଦ୍ଦିଷ୍ଟ କିଛି କାରଣ ନଥାଇ କେବଳ ଅଧିକାରିଣୀଙ୍କ ସ୍ୱେଚ୍ଛାଚାରିତା ଯୋଗୁ ଆମେ ହନ୍ତସନ୍ତ ହେଉଛୁ ବୋଲି କର୍ମଚାରୀମାନେ ଆରୋପ କରିଛନ୍ତି। ମିଳିଥିବା ସୂଚନାନୁଯାୟୀ; ପୌରପାଳିକାର ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ହିସାବ ରକ୍ଷକ, କିରାଣୀ ସମସ୍ତେ ଏହି ବ୍ୟବସ୍ଥାରେ ଦରମା ପାଇବାର ବିଧି ଥିଲେ ହେଁ ସେମାନେ ପାଇ ପାରିନାହାନ୍ତି। ଅନୁରୂପ ଭାବେ ଜିଲା ପରିଷଦର କର୍ମଚାରୀମାନେ ମଧ୍ୟ ଦରମା ପାଇନାହାନ୍ତି। ନଭେମ୍ବର ମାସର ୧୩ ତାରିଖ ସୁଦ୍ଧା ଦରମା ନପାଇବା ପରେ ଏହି କର୍ମଚାରୀମାନେ ଅତିଷ୍ଠ ହୋଇ ପଡିଛନ୍ତି। ଏପରିକି କର୍ମଚାରୀମାନେ ‘ଟ୍ରେଜେରୀ ଅଫିସର ହାଏ ହାଏ…’ ନାରାବାଜି ବି କରିଥିଲେ। କେତେକ କର୍ମଚାରୀମାନେ ଟ୍ରେଜେରି କାର୍ଯ୍ୟାଳୟ ଭିତରେ ଧାରଣା ବି ଦେଇଥିଲେ। ଦୀର୍ଘକାଳ ଏମିତି ହୋ-ହଲ୍ଲା ପରେ ଅଧିକାରିଣୀ ଅରୁନ୍ଧତୀ ଜେନା ନିୟମ ଅନୁଯାୟୀ ଡିଉ ଓ ଡ୍ରୟଲ ଷ୍ଟେଟ୍‌ମେଣ୍ଟ ଦେଇନଥିବାରୁ ଏଭଳି ସମସ୍ୟା ଉପୁଜିଛି। ସପୋର୍ଟିଂ କାଗଜପତ୍ର ଦିଆଗଲେ ଏହା ଦିନେ/ଦୁଇଦିନ ମଧ୍ୟରେ ସମାଧାନ କରିଦେବେ ବୋଲି କହିବା ପରେ ସ୍ଥିିତି ସ୍ୱାଭାବିକ ହୋଇଥିଲା। ମିଳିଥିବା ସୂଚନାନୁଯାୟୀ; କେବଳ କର୍ମଚାରୀ ନୁହନ୍ତି ବିଭିନ୍ନ ପଞ୍ଚାୟତର କେତେକ ହିତାଧିକାରୀଙ୍କୁ ମଧ୍ୟ ସରକାରୀ ଅର୍ଥ ମିଳିବାରେ ଏହି କାରଣରୁ ଅସୁବିଧା ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.