Home ଜିଲ୍ଲା ପରିକ୍ରମା ସ୍ୱର୍ଗତଃ କିରଣବାଳାଙ୍କ ସ୍ମୃତିରେ ବୈଶାଖୀ ଜଳଛତ୍ର ଉଦ୍‌ଘାଟିତ

ସ୍ୱର୍ଗତଃ କିରଣବାଳାଙ୍କ ସ୍ମୃତିରେ ବୈଶାଖୀ ଜଳଛତ୍ର ଉଦ୍‌ଘାଟିତ

57

ଭଦ୍ରକ, ୧୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ସାଧାରଣତଃ ବୈଶାଖ ମାସରେ ସରକାରୀ ଓ ବେସରକାରୀ ଭାବେ ସହର ଓ ଗ୍ରାମାଞ୍ଚଳର ବିଭିନ୍ନ ଛକ ଓ ଯାତାୟତ ରାସ୍ତା ପାଶ୍ୱର୍ରେ ତୃଷିତମାନଙ୍କ ଶୋଷ ମେଣ୍ଟାଇବା ପାଇଁ ଜଳଛତ୍ରମାନ ଖୋଲାଯାଇଥାଏ । ଗତବର୍ଷ ଭଳି ଚଳିତବର୍ଷ ଭଦ୍ରକ ସହରର ବାଇପାସ୍‌ସ୍ଥିତ ଆରସି ବେହେରା ମେନସନ୍‌ରେ ୰ କିରଣବାଳା ବେହେରା ସ୍ମୃତି ସଂସଦ ପକ୍ଷରୁ ଏକ ବୈଶାଖୀ ଜଳଛତ୍ର ଖୋଲାଯାଇଛି । ଏହି ଜଳଛତ୍ରରେ ଯାତାୟତ କରୁଥିବା ଲୋକମାନଙ୍କୁ ଥଣ୍ଡା ପାନୀୟ ସହ ଘୋଳ ଦହି ସରବତ ପ୍ରଦାନ କରାଯାଇଛି । ଏଠାରେ ସୂଚନାଯୋଗ୍ୟ କେବଳ ଭଦ୍ରକ ନୁହେଁ, ଓଡ଼ିଶାର ବିଶିଷ୍ଟ ଶିଳ୍ପପତି ଭାବେ ପ୍ରସିଦ୍ଧ ଲାଭ କରିଥିବା ସମାଜସେବୀ ରାମଚନ୍ଦ୍ର ବେହେରାଙ୍କ ପତ୍ନୀ କିରଣବାଳାଙ୍କର ଅଚାନକ ଯୁବାବସ୍ଥାରେ ଦେହାନ୍ତ ହୋଇଥିଲା । ତାଙ୍କରି ସ୍ମୃତିରେ ଏହି ଜଳଛତ୍ର ଖୋଲାଯାଇ ତୃଷିତମାନଙ୍କୁ ଦହି ସରବତ ସହ ଥଣ୍ଡା ପାନୀୟ ଯୋଗାଇ ଦିଆଯାଉଛି । ଯାହାକୁ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀ ମହଲରେ ସ୍ୱାଗତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.