Home ଜିଲ୍ଲା ପରିକ୍ରମା ଭଦ୍ରକ ଲାୟନସ୍ କ୍ଲବ୍ ପକ୍ଷରୁ ଜଳଛତ୍ର

ଭଦ୍ରକ ଲାୟନସ୍ କ୍ଲବ୍ ପକ୍ଷରୁ ଜଳଛତ୍ର

21

ଭଦ୍ରକ, ୧୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଲାୟନସ୍ କ୍ଲବ୍ ପକ୍ଷରୁ ସହରାଞ୍ଚଳ ଥାନା ଛକରେ ଜଳଛତ୍ର ଉଦ୍‌ଘାଟିତ ହୋଇଯାଇଛି । ଏହାକୁ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ, ବିଧାୟକ ସଂଜୀବ ମଲ୍ଲିକ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଉଦ୍‌ଘାଟନ କରିଥିଲେ । ଏହି ଜଳଛତ୍ରରେ ପ୍ରତ୍ୟେକଦିନ ଜନ ସାଧାରଣଙ୍କୁ ଦହି ସର୍ବତ୍ର, ଲେମ୍ବୁ ପାଣି, ପୁଦିନା ପାଣି ମାଗଣାରେ ଯୋଗାଇ ଦିଆଯିବ । ଏହା ମାସେ କାଳ ଚାଲିବ । କ୍ଲବ୍ ସଭାପତି ଅଶୋକ କୁମାର ମହାନ୍ତିଙ୍କ ସମେତ ସଂପାଦକ ସରୋଜ କୁମାର ଦାସ, ପ୍ରକାଶ ଜେନା, ନିରଞ୍ଜନଲାଲ ଗୁପ୍ତା, ଅଶୋକ କୁମାର ପଟ୍ଟନାୟକ, ଓମ୍ ପ୍ରକାଶ ଗୁପ୍ତା, ଶୁଭ୍ରକାଶ ନାୟକ, ବିରେନ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ସେନ, ପ୍ରୀତିରଞ୍ଜନ ଦାସ, ନିର୍ମଳ ଗୁପ୍ତା, ଆଶିଷ ଶର୍ମା, ଲକ୍ଷ୍ମୀଧର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.