Home ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ସତ୍ୟବ୍ରତଙ୍କ ଓଡିଶା ଭ୍ରମଣ

ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ସତ୍ୟବ୍ରତଙ୍କ ଓଡିଶା ଭ୍ରମଣ

229

ାା ଯୋଡା, ୨୧/୦୯ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି, ପୋଲାଭରମ ପ୍ରକଳ୍ପର କାର୍ଯ୍ୟ ବନ୍ଦ, ମହାନଦୀ ଜଳ ବିବାଦର ସମାଧାନ ଏହି ତିନୋଟି ଦାବି ନେଇ ସତ୍ୟବ୍ରତ ଦାସଙ୍କର ଓଡିଶା ଭ୍ରମଣ ସୋମବାର ଦିନ ୧୦୪ ଦିନରେ ପହଞ୍ଚିଛି । ଜୁଲାଇ ୧୦ ତାରିଖରୁ ସେ ତାଙ୍କର ଏହି ପଦଯାତ୍ରା ଯାଜପୁରସ୍ଥିତ ବଡଚଣା ବ୍ଲକ ଠାରୁ ତାଙ୍କର ଯାତ୍ରା ଆରମ୍ଭ କରି ରାଜ୍ୟର ୩୧୪ଟି ବ୍ଲକ କାର୍ଯ୍ୟାଳୟରେ ଏହି ଦାବି ପତ୍ର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରାୟ ୨ ହଜାର କି.ମି. ଅତିକ୍ରମ କରି ତାଙ୍କର ଯାତ୍ରା ୧୦୪ ଦିନରେ ପହଞ୍ଚିଥିବା ବେଳେ ସେ ସୋମବାର ଦିନ ପୂର୍ବାହ୍ନରେ ଯୋଡା ବ୍ଲକରେ ବି.ଡି.ଓ. ଙ୍କ ଦାୟିତ୍ୱରେ ଥିବା ବଡବିଲ ତହସିଲଦାର କ୍ଷୀରୋଦ କୁମାର ବେହେରାଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଥିଲେ । ତାଙ୍କୁ ଏହି ସମୟରେ ବ୍ଲକର କର୍ମକର୍ତ୍ତାମାନେ ତାଙ୍କୁ ଭବ୍ୟ ସ୍ୱାଗତ କରି ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଏହାକୁ ମିଶାଇ ୭୭ଟି ବ୍ଲକରେ ଦାବି ପତ୍ର ପ୍ରଦାନ କରିଥିବା ଜଣାପଡିଛି । ସେ କୁହନ୍ତି ଯେ, ଓଡିଶା ରାଜ୍ୟ ସର୍ବଦା କେନ୍ଦ୍ର ସରକାର ଦ୍ୱାରା ଅବହେଳିତ ହୋଇଆସୁଛି । ରାଜ୍ୟବାସୀ ବିଭିନ୍ନ ସମୟରେ ପ୍ରାକୃତିକ ଦୁର୍ବିପାକର ସମ୍ମୁଖିନ ହେଉଛନ୍ତି । ଓଡିଶା ରାଜ୍ୟ ସରକାରଙ୍କୁ ବିପୁଳ ପରିମାଣରେ ରାଜସ୍ୱ ପ୍ରଦାନ କରୁଥିବା ବେଳେ କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ରାଜ୍ୟ ବାସିଙ୍କର ମୌଳିକ ସୁବିଧା ପୂରଣ ହୋଇପାରୁନାହିଁ । ଅନାହାର ବେକାରୀ ସମସ୍ୟା ଏ ଅଞ୍ଚଳରେ ଉକ୍ରଟ ହେବାରେ ଲାଗିଛି । ତେଣୁ ଏହାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ କରିବାକୁ ସେ ଦାବି କରିଛନ୍ତି । ସେହିପରି ପୋଲାଭରମ ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଓଡିଶାର ମାଲକାନଗିରିର ୨୧ଟି ପଞ୍ଚାୟତ ସମ୍ପୂର୍ଣ୍ଣ ଜଳମଗ୍ନ ହେବ । ହଜାର ହଜାର ଲୋକ ବିସ୍ଥାପିତ ହେବେ । ସେମାନଙ୍କର ଜୀବିକା ବିପନ୍ନ ହେବ । ତେଣୁ ତାହାକୁ ତୁରନ୍ତ ବନ୍ଦ କରାଯାଉବୋଲି ସେ ଦାବି କରିଛନ୍ତି । ମହାନଦୀ ଓଡିଶାର ଜୀବନ ଧାରା କୁହାଯାଉଥିବା ବେଳେ ଏହି ନଦୀର ଜଳଧାରାକୁ ଅବରୋଧ କରି ଛତିଶଗଡ ଓଡିଶା ରାଜ୍ୟକୁ ମରୁଭୂମିରେ ପରିଣତ କରିବାକୁ ଯେଉଁ ଚକ୍ରାନ୍ତ ଚାଲିଛି ତାହାର ସେ ତୀବ୍ର ବିରୋଧ କରିଛନ୍ତି । ତେଣୁ ମହାଦନୀ ଜଳ ବିବାଦର ତୁରନ୍ତ ସମାଧାନ କରାଯିବା ଉଚିତ ବୋଲି ସେ କହିଛନ୍ତି । ସତ୍ୟବ୍ରତ ଜଣେ ଉଚ୍ଚ ଶୀକ୍ଷିତ ଓ ତାଙ୍କ ଘର ଜଗତସିଂହପୁର ଜିଲ୍ଲା ବାଲିକୁଦା ଭଗବାନସିଂଘ ଠାରେ ବୋଲି ଜଣାପଡିଛି । ତାଙ୍କର ଏହି ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.