Home ଜିଲ୍ଲା ପରିକ୍ରମା ସ୍ୱଛ ଭାରତ ମିଶନ ଗୋଷ୍ଠି ଶୈାଚାଳୟ ତିଆରି ହେବାର ବର୍ଷେ ହେଲା , କାର୍ଯ୍ୟରେ ଆସୁନି

ସ୍ୱଛ ଭାରତ ମିଶନ ଗୋଷ୍ଠି ଶୈାଚାଳୟ ତିଆରି ହେବାର ବର୍ଷେ ହେଲା , କାର୍ଯ୍ୟରେ ଆସୁନି

591

ଖଡିଆଳ/ନୂଆପଡା-୧୦.୦୬.୧୯(ଓଡିଆପୁଅ /ସୁଜିତ କୁମାର ପ୍ରଧାନ)   ନୁଆପଡା ଜିଲ୍ଲା ଖଡିଆଳ ସହରର ୨ ନମ୍ବର ୱାର୍ଡର ୧ ନମ୍ବର କଲ୍ୟାଣ ମଣ୍ଡପ ପଛପଟେ ଗତ ୫ ବର୍ଷ ହେଲା ଏକ ଅସ୍ଥାୟୀ ବସଷ୍ଟାଣ୍ଡ କରାଯାଇଛି । ଏହି ଅସ୍ଥାୟୀ ବସଷ୍ଟାଣ୍ଡରେ ଯାତ୍ରୀ ମାନଙ୍କ ସୁବିଧା ପାଇଁ ଖଡିଆଳ ବିଜ୍ଞାପିତ ଅଂଚଳ ପରିଷଦ ପକ୍ଷରୁ ସ୍ୱଛଭାରତ ମିଶନ ସହଯୋଗରେ ଗୋଷ୍ଠି ଶୈ÷ାଚାଳୟ ଗତ ୨୦୧୭/୧୮ ଆର୍ଥିକ ବର୍ଷରେ ୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ  ନିର୍ମାଣ କରାଯାଇଛ । ହେଲେ ନିର୍ମାଣ ହେବାର  ୨ ବର୍ଷ ପାଖାପାଖି ହୋଇଯିବ ଏହି ଶୈାଚାଲୟ ଉଦଘାଟନ କରାଯାଇନାହିଁ । ଏପଟେ ଯାତ୍ରୀ ଙ୍କ ଶୈାଚ ହେବା ପାଇଁ ବହୁତ ଅସୁବୁିଧା ହେଉଥିବା ବେଲେ ନିର୍ମାଣ କରାଯିବାର ୨ ବର୍ଷ ପୁରିଯାଇଥିଲେ ମଧ୍ୟ କାହିଁକି ଉଦଘାଟନ କରାଯାଇ ଯାତ୍ରୀମାନଙ୍କୁ ସୁବିଧା ଯୋଗାଇ ଦିଆଯାଉ ନାହିଁ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି । ଏବିଷୟରେ ଖଡିଆଳ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ କିଶୋର ଚନ୍ଦ୍ର ସାହୁ ଙ୍କୁ ଯୋଗାଯୋଗ କରାଯିବାରୁ ଶୈ÷ାଚାଳୟ ଆଉ ଟିକିଏ ରିପିୟାର କରି ଏକ ସପ୍ତାହ ମଧ୍ୟରେ କାର୍ଯ୍ୟକାରୀ କରିଦିଆଯିବ ବୋଲି ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.