Home ଜିଲ୍ଲା ପରିକ୍ରମା ସଡକ ଦୁର୍ଘଟଣା ଜଣେ ମୃତ ,ଜଣେ ଗୁରୁତର

ସଡକ ଦୁର୍ଘଟଣା ଜଣେ ମୃତ ,ଜଣେ ଗୁରୁତର

738

ଖଡିଆଳ/ନୂଆପଡା-୧୦.୦୬.୧୯(ଓଡିଆପୁଅ /ସୁଜିତ କୁମାର ପ୍ରଧାନ) ନୂଆପଡା ଜିଲ୍ଲା ଖଡିଆଳ ଥାନ ଡୁଆଝର ଭାଲୁଡୁଙ୍ଗୁରୀ ଗ୍ରାମ ଠାରେ ସଡକ ଦୁର୍ଘଟଣାରେ ୨ ଜଣ  ବାଇକ ଆରୋହୀ ଭାରସାମ୍ୟ ହରାଇଥିଲେ । ଜଣେ ବାଇକ ଆରୋହୀ ମୃତୁ୍ୟ ବରଣ କରିଥିବା ଆଉ ଜଣେ ଗୁରୁତର ହୋଇ ମିଶନ ହସପଟାଲରେ ଚିକିସ୍ôିତ ହେଉଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ବୋଡେନ ବ୍ଲକ ସର୍ଗିଗୁଡା ଗ୍ରାମର ସୁବାଷ ହଂସ(୨୮) ଓ ଇଶ୍ୱର ପଟେଲ (୪୦) ୨ ଜଣ ଗୋଟିଏ ବାଇକ ରେ ଖଡିଆଳ କୁ ମାକେଟିଂ କରିବା ପାଇଁ ଆସିଥିଲେ । ମାରକେଟିଂ କରି ଡୁଆଝର ପଟୁ ଭାଲୁଡୁଙ୍ଗୁରୀ ହୋଇ ନିଜ ଗ୍ରାମ ଶର୍ଗିଗୁଡା କୁ ଯାଉଥିଲେ । କିନ୍ତୁ ଡୁଆଝର ସର୍ଗିମୁଣ୍ଡା ଗ୍ରାମ ଠାରେ ଭାରସାମ୍ୟ ହରାଇ ପଡିଯାଇଥିଲେ । ସାଙ୍ଗେ ସାଙ୍ଗେ ୨ ଜଣକୁ ଖଡିଆଳ ଉପଖଣ୍ଡ ଚିକିସ୍ôାଳୟ କୁ ଅଣାଯାଇଥିଲା । କିନ୍ତୁ ଗୁରୁତର ହେବାରୁ ଖଡିଆଳ ମିଶନ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିସ୍ôାଧିନ ଅବସ୍ଥାରେ ସୁବାଷ ହଂସ ଙ୍କ ମୃତୁ୍ୟ ହୋଇଯାଇଥିବା ବେଲେ ଇଶ୍ୱର ପଟେଲ ଅତିଗୁରୁତର ଭାବରେ ଚିକିସ୍ôିତ ହେଉଛନ୍ତି । ମୃତ ସୁବାଷ ଙ୍କ ଗୋଟିଏ ୩ ବର୍ଷର ପୂଅ ଥିବା ବେଲେ ତାଙ୍କ ସ୍ତ୍ରୀ ତରୁଳତା ହଂସ ଅସହାୟ ହୋଇପଡିଛନ୍ତି । ନିଉଜ ଲେଖା ହେବା ପର୍ଯ୍ୟନ୍ତ ମୃତ ସୁବାଷ ଙ୍କ ଶବ ବ୍ୟବଛେଦ କାରାଯାଇନଥିବା ଜଣାପଡିଛି । ଖଡିଆଳ ପୋଲିସ ଆଇଆଇସି କୈଲାଶ ଚନ୍ଦ୍ର ସେଠି ଙ୍କୁ ଯୋଗାଯୋଗ କରାଯିବାରୁ ଜଣେ ମୃତ ଓ ଜଣେ ଗୁରୁତର ଥିବା କଥା ପ୍ରକାଶ କରିବା ସହିତ ବର୍ତମାନ ସୁଦ୍ଧା କୈାଣସି କେଶ ଦର୍ଜ ହୋଇନଥିବା ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.