Home ଓଡ଼ିଶା ସ୍ୱଚ୍ଛ ସମ୍ବଲପୁର ପାଇଁ ମହାନଗର ପକ୍ଷରୁ ରାହାଗିରିର ଦ୍ୱତୀୟ ସଂସ୍କରଣ

ସ୍ୱଚ୍ଛ ସମ୍ବଲପୁର ପାଇଁ ମହାନଗର ପକ୍ଷରୁ ରାହାଗିରିର ଦ୍ୱତୀୟ ସଂସ୍କରଣ

73

ସମ୍ବଲପୁର ୨୨/୧୨ (ଓଡ଼ିଆ ପୁଅ) ସମ୍ବଲପୁର ମହାନଗର ନିଗମ ପକ୍ଷରୁ ଆଜି ନେଲସନ ମାଂଡ଼େଲା ଛକଠାରେ ରାହାଗିରି ଦିବସ ପାଳନ କରାଯାଇଥିଲା। ଏଥିରେ ସ୍ୱଛ ସମ୍ବଲପୁର ଓ ସୁସ୍ତ ସମ୍ବଲପୁର ବାର୍ତ୍ତା ସହିତ ପଲିଥିନ ବ୍ୟବହାର ନକରିବା, ଅଳିଆ ଆବର୍ଜନା ଏଣେ ତେଣେ ନପକାଇ ଡ଼ସ୍ଟବିନ ଓ ନିଗମ ପକ୍ଷରୁ ବ୍ୟବସ୍ତା କରାଯାଇଥିବା ଟ୍ରଲି ରେ ପକାଇବା ପାଇଁ ଲୋକଙ୍କୁ ସଚେତନ କରାଯାଇଥିଲା। ସହରବାସୀ ସଚେତନ ହୋଇ ନିଜ ଘର ଓ ପରିପାଶ୍ୱର୍ର ପରିବେଶକୁ ପରିସ୍କାର କରିବା ଉପରେ ମଧ୍ୟ ସାଂସ୍କୃତିକ ବିଚିତ୍ରା ପରିବେଷଣ କରାଯାଇଥିଲା। ବର୍ଷର ଏହି ରାହାଗିରିର ଦ୍ୱତୀୟ ସଂସ୍କରଣରେ ପାରମ୍ପାରିକ ସମ୍ବଲପୁରୀ ନୃତ୍ୟ ଏବଂ ଗୀତ, କୀର୍ତନ, ଝୋଟି, ରଂଗୋଲି, ସ୍ୱଂୟ ସହାୟକ ଗୋଷ୍ଟିର ଖାଦ୍ୟ ମେଳା, ଉତ୍କଳ କେରାଟେ ସ୍କୁଲ ର ଛାତ୍ରଛାତ୍ରୀଙ୍କ ସାମରିକ କଳା, ଚିତ୍ରକଳା ପରିବେଷିତ ହୋଇଥିଲା। ଏଥିରେ ସମଲେଶ୍ୱରୀ କଲେଜ, ସେହ୍ନାପାଲି କୀର୍ତନ ଦଳ ଅନ୍ୟ ସାଂସ୍କୃତିକ ଅନୁଷ୍ଟାନ ଅଂଶଗ୍ରହଣ କରିଥିଲେ। କିଶୋର ବାଗ, ଇଶ୍ୱରୀ ବେହେରା, ସୁଶ୍ରୀତା ପାଣିଗ୍ରାହୀ, ପ୍ରୀୟା ବେହେରା ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଚିତ୍ରଶିଳ୍ପୀ ମନୋଜ ଚୈାଧୁରୀ ବିଷୟ ଉପରେ ସ୍ପଟ ଚିତ୍ର ଅଙ୍କନ କରିଥିଲେ। ବିଧାୟକ ନାଉରୀ ନାଏକ, ମହାନଗର ନିଗମର କମିଶନର ଲିଂଗରାଜ ପଂଡ଼ା, ପୂର୍ବତନ ବିଧାୟିକା ଡ଼ା. ରାସେଶ୍ୱରୀ ପାଣିଗ୍ରାହୀ, ଡ଼ିଏଫଉ ଡ଼. ସଞିତ କୁମାର ପ୍ରମୁଖ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ରାମାଶୀଷ ତ୍ରିପାଠି ଏବଂ ସୁଶ୍ରୀତା ପଟ୍ଟନାୟକଙ୍କ ଦ୍ୱାରା କାର୍ଯ୍ୟକ୍ରମ ସଂଯୋଜନା କରାଯାଇଥିଲା। ମହାନଗର ନିଗମର ଅଧିକାରୀ ଶୁଭଙ୍କର ମହାନ୍ତି, ଅପର୍ନା ପାଢୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଲନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.