Home ଓଡ଼ିଶା ସମ୍ବଲପୁର ଏବଂ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ

ସମ୍ବଲପୁର ଏବଂ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ

179

ସମ୍ବଲପୁର ୨୨/୧୨ (ଓଡ଼ିଆ ପୁଅ) ସମ୍ବଲପୁର ବିଶ୍ୱବିଦ୍ୟାଳୟ ଏବଂ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ମଧ୍ୟରେ ଆଜି ଏକ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣା ପତ୍ର ଅନୁଯାୟୀ ଛାତ୍ରଛାତ୍ରୀ ମାନଙ୍କ ଦକ୍ଷତା ଓ କୈାଶଳ ବୃଦ୍ଦି ଏବଂ ଭବିଷ୍ୟତ ଗଠନ ବାବଦରେ ସ୍ୱଳ୍ପ ମିଆଦି ପାଠ୍ୟକ୍ରମରେ ଅଧ୍ୟୟନର ସୁବିଧା ପ୍ରଦାନ କରାଯିବ। ଏଥି ସହିତ କ୍ୟାରିଅର କାଉନସେଲିଂ ପରାମର୍ଶ ମଧ୍ୟ ଦିଆଯିବ। ଉଭୟ ବିଶ୍ୱବିଦ୍ୟାଳୟ ଜ୍ୟୋତିବିହାରର ମଲ୍ଟିମିଡ଼ିଆ କେନ୍ଦ୍ରରେ ଏହି ପାଠ୍ୟକ୍ରମର ଶିକ୍ଷାଦାନ ବ୍ୟବସ୍ତା କରାଯାଇଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟ ଏହି ପ୍ରକଳ୍ପ ପାଇଁ ଜାଗା ଯୋଗାଇ ଦେବ। ମୁକ୍ତ ବିଶ୍ୱବିଦ୍ୟାଳୟ ଏଠାରେ ମଲ୍ଟିମିଡ଼ିଆ କେନ୍ଦ୍ର, ପରାମର୍ଶ କେନ୍ଦ୍ର ଓ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ନିର୍ମାଣ କରିବ। ଏମଓୟୁ ଅନୁଯାୟୀ ଉଭୟ ବିଶ୍ୱବିଦ୍ୟାଳୟ ପ୍ରକଳ୍ପକୁ ମିଳିତ ଭାବରେ ପରିଚାଲନା କରିବେ। ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ଦୀପକ କୁମାର ବେହେରା ଏବଂ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର କୁଳପତି ଶ୍ରୀକାନ୍ତ ମହାପାତ୍ରଙ୍କ ଉପସ୍ତିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ କୁଳସଚିବ ସଞତ କୁମାର ସାହୁ ଏବଂ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ର କୁଳସଚିବ ମାନସ ରଞନ ପୂଜାରୀ ଏହି ପତ୍ରରେ ସ୍ୱାକ୍ଷର କରିଥିଲେ। ଏହିଇଲାକାର ଛାତ୍ରଛାତ୍ରୀଙ୍କ ନିଜ ନିଜ ବିଷୟ ମଧ୍ୟରେ ପ୍ରତିଭା ରହିଛି। ହେଲେ କମ୍ୟୁନିକେଶନ ଆଦିର ଦକ୍ଷତା ଅଭାବରୁ ସାକ୍ଷାତକାର ମାନଙ୍କରେ ଆଶାନୁରୂପ ସଫଳତା ପାଇପାରୁନାହାଁନ୍ତି। ଏହାକୁ ଦୃଷ୍ଟିରେ ରଖି ଏହି ସାର୍ଟିଫିକେଟ ପାଠ୍ୟକ୍ରମ ପ୍ରଚଳନ କରାଯାଇଛି। ଯଦ୍ୱାରା ଛାତ୍ରଛାତ୍ରୀ ମାନେ ଉପକୃତ ହେବେ ବୋଲି ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ଲେସମେଂଟ ଅଧିକାରୀ ଚିନ୍ମୟ ପୁରୋହିତ ସୂଚନା ଦେଇଛନ୍ତି। ସେହିଭଳି ପାଠ୍ୟକ୍ରମ ପ୍ରସ୍ତୁତି, ଫି ନିର୍ଧାରଣ ଏବଂ ଅନ୍ୟ ଆନୁଷାଂଗିକ କାର୍ଯ୍ୟ ପାଇଁ ଉଭୟ ଶିକ୍ଷାୟତନର ଦୁଇଜଣ ଶିକ୍ଷକଙ୍କୁ ନେଇ ଏକ କମିଟୀ ଗଠନ କରାଯାଇଛି। ତେବେ ଫି ହାର ନାମକୁମାତ୍ର ରଖିବାକୁ ସ୍ତିର କରାଯାଇଥିବା ପ୍ରକାଶ। ଯଦ୍ୱାରା ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ଏହି ପାଠ୍ୟକ୍ରମରେ ଯୋଗ ଦେଇପାରିବେ। ବିଭିନ୍ନ କୋର୍ସ ର ଅବିଧୀ ସର୍ବାଧୀକ ତିନି ମାସର ରହିବ ବୋଲି ବଶ୍ୱବଦ୍ୟାଳୟ ସୂତ୍ରରୁ ପ୍ରକାଶ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.