Home ଓଡ଼ିଶା ସ୍ମାର୍ଟସିଟି ପାଳିବ ଓଡ଼ିଆଙ୍କ ଗଣପର୍ବ ରଜ

ସ୍ମାର୍ଟସିଟି ପାଳିବ ଓଡ଼ିଆଙ୍କ ଗଣପର୍ବ ରଜ

441

ରାଉରକେଲା ୧୦-୬ (ଓଡ଼ିଆ ପୁଅ/ସୁବୋଧ ନାୟକ) : ବରଷକ ପରେ ଆଉ ମାତ୍ର କିଛି ଦିନ ପରେ ଓଡ଼ିଶାର ଗାଁ ଗଣ୍ଡା ଠାରୁ ଆରମ୍ଭ କରି ପୁରପଲ୍ଲୀର ଘରେ ଘରେ ପ୍ରତି ପରିବାରର ପାଳନ ହେବ ଓଡ଼ିଶାର ଗଣପର୍ବ ରଜ। ସ୍ମାର୍ଟ ସିଟି ରାଉରକେଲାରେ ରଜ ପର୍ବକୁ ପାଳନ କରିବା ପାଇଁ ଏବେଠାରୁ ଉତ୍ସାହର ବାତାବରଣ ଦେଖିବାକୁ ମିଳିଲାଣି। ରଜ ପାଳିବାକୁ ୭ରୁ ୭୦ ସମସ୍ତେ ତତ୍ପର ହୋଇ ଉଠିଲେଣି। ରଜରେ ରଜସ୍ୱଳା ହେବ ଧରଣୀ। ରଜ ପର୍ବକୁ ପାଳନ କରିବା ଲାଗି ଏବେ ଠାରୁ ତତ୍ପର ହୋଇ ଉଠିଲେଣି ବାଳିକା, ତରୁଣୀ ଓ ମହିଳା। ସାରା ରାଜ୍ୟରେ ଏହି ଗଣପର୍ବ ପାଳିତ ହେଉଥିବା ବେଳେ ଦକ୍ଷିଣ ରାଉରକେଲା ମଧ୍ୟ ରଜ ମଉଜର ବାସ୍ନା ଏବେ ଠାରୁ ମହକିବାରେ ଲାଗିଲାଣି। ଆଉ ମାତ୍ର ୫ ଦିନ ପରେ ଜୁନ ୧୩ରେ ସଜବାଜ ପରେ ଜୁନ ୧୪ରେ ପାଳନ ହେବ ପହିଲି ରଜ। ଏହି ପର୍ବକୁ ନିଜ ବନ୍ଧୁ, ପରିଜନ ଓ କୁଟୁମ୍ବଙ୍କ ସହିତ ଯାକଯମକରେ ପାଳନ କରିବା ପାଇଁ ଏବେ ଠାରୁ ଉତ୍ସୁକତା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି। ରଜ ମଉଜ ପାଇଁ ଦକ୍ଷିଣ ରାଉରକେଲାରେ ଥିବା ବିଭିନ୍ନ ସାମାଜିକ ସଙ୍ଗଠନ ପକ୍ଷରୁ ରଜ ପାଳନ ପ୍ରସ୍ତୁତି ପ୍ରାୟତଃ ଶେଷ ପର୍ୟ୍ୟାୟରେ ପହଂଚିଛି। ରଜପର୍ବରେ ପ୍ରତି ଓଡ଼ିଆଙ୍କ ଘରେ ପିଠାପଣାର ଆସର ଜମିଥାଏ। ସହର ତଥା ରାଜ୍ୟ ବାହାରେ ଥିବା ଓଡ଼ିଆ ପରିବାରର ସଦସ୍ୟ ମାନେ ଏହି ପର୍ବରେ ଘର ମୁହାଁ ହୋଇଥାନ୍ତି। ରଜରେ ପୋଡ ପିଠା ସାଙ୍ଗକୁ ନୂତନ ବସ୍ତ୍ର ପରିଧାନ କରି ରଜ ମଉଜ ନିଜ ପରିବାର ସହିତ ପାଳନ କରିଥାନ୍ତି। ରାଉରକେଲାର ବିଭିନ୍ନ ପାର୍କ ଯେପରି ଆଇଜି ପାର୍କ, ଡିୟର ପାର୍କ, ଲୁଗୁନ ପାର୍କ, ନେତାଜୀ ପାର୍କରେ ରଜ ତିନିଦିନ ରାଉରକେଲାର ବିଭିନ୍ନ ଅଂଚଳରୁ ଲୋକଙ୍କ ଗହଳି ଦେଖିବାକୁ ମିଳେ। ପରିବାର ଲୋକେ ଛୋଟ ପିଲାଙ୍କୁ ସାଙ୍ଗରେ ଧରି ସହରରେ ଥିବା ଅନ୍ୟାନ ପାର୍କ ଗୁଡ଼ିକ ବୁଲିବାକୁ ଯାଇ ସେଠାରେ ଦୋଳିର ମଜା ନେଇଥାନ୍ତି। ସେହିପରି ଘର ଆଗରେ ମଧ୍ୟ ବିଭିନ୍ନ ଗଛ ଡାଳରେ ଦୋଳି ବାନ୍ଧି କୁନି କୁନି ପିଲାମ।।ନେ ରଜ ପର୍ବର ମଜା ଉଠାଇଥାନ୍ତି। ଗଣପର୍ବ ରଜ କେବଳ ଓଡ଼ିଆ ପରିବାରରେ ସୀମିତ ହୋଇ ରହିନାହିଁ। ଦକ୍ଷିଣ ରାଉରକେଲା ସହରତଳି ଅଂଚଳର ବିଭିନ୍ନ ବସ୍ତିରେ ରହୁଥିବା ଆଦିବାସୀ ସଂପ୍ରଦାୟ ପରିବାର ମଧ୍ୟ ରଜ ପର୍ବ ପାଳନ କରୁଥିବା ଦେଖିବାକୁ ମିଳିଛି। ନିଜ ପରିବାର ତଥା ବନ୍ଧୁ ବାନ୍ଧବ ମାନଙ୍କ ସହିତ ତାସ ଖେଳର ଭରପୁର ମଜା ଉଠାଇଥାନ୍ତି ଏମାନେ। ରଜପର୍ବରେ ଖିଲି ମିଠା ପାନର ସ୍ୱତନ୍ତ୍ର ଚାହିଦା ରହିଛି। ବିଭିନ୍ନ ପ୍ରକାର ମସଲାଯୁକ୍ତ ପାନ ରଜବଜାରରେ ପାନଦୋକାନରେ ଗ୍ରାହକଙ୍କ ଉଦ୍ଦେଶ୍ୟରେ ବିକ୍ରି ହୋଇଥାଏ ରଜପର୍ବକୁ ଦୃଷ୍ଟିରେ ରଖି ରାଉରକେଲାର ବିଭିନ୍ନ ହୋଟେଲରେ ନାନା ରକମର ସୁସ୍ୱାଦୁ ମିଷ୍ଟାନ ପ୍ରସ୍ୁତି କରିବା ଲାଗି ଏବେ ଠାରୁ ହୋଟେଲ ଗୁଡ଼ିକ ଚଳଚଂଚଳ ହୋଇ ଉଠିଲାଣି। କେବଳ ଯେ, ମିଠା ନୁହେଁ, ରଜରେ ପୋଡ଼ ପିଠା, ଛେନାପୋଡ଼ର ବିଶେଷ ଚାହିଦା ରହିଥିବାରୁ ଲୋକ ମାନେ ଏହାକୁ କିଣିବାକୁ ବେଶୀ ଆଗ୍ରହ ପ୍ରକାଶ କରିଥାନ୍ତି। ଓଡ଼ିଶାର ଏହି ଗଣପର୍ବ ରଜକୁ ପାଳନ ପାଇଁ ଏବେ ରାଉରକେଲା ସହର ସଜେଇ ହେବାରେ ଲାଗିଲାଣି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.