Home ଓଡ଼ିଶା କେନ୍ଦୁଝର ଜିଲ୍ଲାରେ ହାତୀ ଉପଦ୍ରବ

କେନ୍ଦୁଝର ଜିଲ୍ଲାରେ ହାତୀ ଉପଦ୍ରବ

110

କେନ୍ଦୁଝର,୦୮/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ଘାଟିରେ ଦନ୍ତା ହାତୀ ଆତଙ୍କ। ଦୀର୍ଘ ଘଣ୍ଟା ଧରି ରାସ୍ତା ଉପରେ ବୁଲିଲା ଗଜରାଜ। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ କୁଆଝରଣି ଘାଟିରେ ଦନ୍ତା ଆତଙ୍କ। ହାତୀଟି ଜଙ୍ଗଲରୁ ରାସ୍ତା ଉପରକୁ ଚାଲିଆସି ଦୀର୍ଘ ଘଣ୍ଟା ଧରି ଘୁରି ବୁଲିଥିଲା। ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ହାତୀକୁ ରାସ୍ତା ଉପରେ ଦେଖି ଲୋକେ ଭୟଭୀତ ହୋଇପଡିଥିଲେ। ଦୀର୍ଘ ଘଣ୍ଟା ଧରି ଏପରି ରାସ୍ତା ମଝିରେ ଘୁରି ବୁଲିବା ପରେ ଜଙ୍ଗଲକୁ ପଳାଇ ଯାଇଥିଲା।

ଅନ୍ୟପଟେ  ହାତୀ ଉପଦ୍ରବରେ ଆତଙ୍କିତ କରଞ୍ଜିଆ ଉପଖଣ୍ଡବାସୀ । ଗତ ଏକ ସପ୍ତାହ ଧରି ୨୨ଟି ହାତୀଙ୍କ ଆତଙ୍କ ଲାଗିରହିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଯଶୀପୁର ବ୍ଲକର ଖଡ଼ିବନ୍ଧ ଗାଁରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଗତ ସପ୍ତାହକ ମଧ୍ୟରେ ୩୦ରୁ ଅଧିକ ଘରଦ୍ୱାର ଭାଙ୍ଗିଛନ୍ତି ହାତୀ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.