Home ଜିଲ୍ଲା ପରିକ୍ରମା ସ୍ବର୍ଗତ ସମାଜସେବୀ ଓ ଧର୍ମପରାୟନ ବାରୁଣୀ ଚନ୍ଦ୍ର ଦୀକ୍ଷିତଙ୍କ ପ୍ରଥମ ଶ୍ରାଦ୍ଧ ଅବସରରେ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ସ୍ବର୍ଗତ ସମାଜସେବୀ ଓ ଧର୍ମପରାୟନ ବାରୁଣୀ ଚନ୍ଦ୍ର ଦୀକ୍ଷିତଙ୍କ ପ୍ରଥମ ଶ୍ରାଦ୍ଧ ଅବସରରେ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

124

ଯାଜପୁର, ତା ୨୯ ମେ(ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) ସମାଜସେବୀ ଓ ଧର୍ମପରାୟନ ବ୍ୟକ୍ତି ଥିଲେ ସ୍ବର୍ଗତ ବାରୁଣୀ ଚନ୍ଦ୍ର ଦୀକ୍ଷିତ । କୌଣସି ଧାର୍ମିକ କାର୍ଯ୍ୟ ଓ ମାଙ୍ଗଳିକ କାର୍ଯ୍ୟକ୍ରମ ସବୁ କାର୍ଯ୍ୟ ସଂପୂର୍ଣ୍ଣ ରୂପେ ରହି ସୂଚାର ରୂପେ କାର୍ଯ୍ୟ ସମ୍ପାଦନ କରିଥାନ୍ତି । ପିଣ୍ଡଦାନ କ’ଣ, ପିଣ୍ଡଦାନ କରିବା ଦ୍ୱାରା ପରିଚାଳିତ ବଂଶଧରମାନଙ୍କ ଉପରେ କ’ଣ ପ୍ରଭାବ ପଢେ ସେ ବିଷୟ ଉପରେ ଆଲୋକପାତ କରିଥିଲେ । ଦୀକ୍ଷିତ ବଂଶର କୁଲପୁରୋହିତ ପଣ୍ଡିତ ନିରଞ୍ଜନ ପାଣିଗ୍ରାହୀ ଆଲୋଚନା କରିଥିଲେ । ପୁତ୍ରର ପିଣ୍ଡଦାନ ଦ୍ଵାରା ସ୍ଵର୍ଗତ ପିତାମାତା ଓ ପୂର୍ବଜଙ୍କୁ ମୁକ୍ତି ମିଳେ ଏବଂ ଏହିକ୍ରମରେ ବଂଶାନୁକ୍ରମ ଚାଲୁରହେ । ଏହି ପିଣ୍ଡଦାନ ବ୍ୟବସ୍ଥାକୁ ଶ୍ରାଦ୍ଧ କୁହାଯାଏ । କେତେକଙ୍କ ମତରେ ପୂର୍ବପୁରୁଷଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନକୁ ଶ୍ରାଦ୍ଧ କୁହାଯାଏ ।ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତିଙ୍କ ଅସ୍ଥିକୁ ବିସର୍ଜନ କରିବା ପରେ ଶ୍ରାଦ୍ଧ କରାଯାଏ । ପ୍ରତିବର୍ଷ ଆଶ୍ୱିନ ମାସର କୃଷ୍ଣପକ୍ଷକୁ ପିତୃପକ୍ଷ କୁହାଯାଏ । ଏହି ସମୟରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରାଯାଏ । ଏହି ମହତ୍ତ୍ୱପୂର୍ଣ୍ଣ ଦିନରେ ମୃତ ଆତ୍ମାଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧରେ ଦାନ କରାଯାଉଥିବା ଅନ୍ନ, ଜଳ, ବସ୍ତ୍ର ବ୍ରାହ୍ମଣଙ୍କୁ ଦାନ କରାଯାଇଥାଏ । ଆଉ ଏଥିରେ ପିତୃଲୋକ ସନ୍ତୁଷ୍ଟ ହୋଇ ବର୍ଷ ସାରା ଆଶିଷ ଦେଇଥାନ୍ତି । ଶ୍ରାଦ୍ଧରେ ଗୀତା ପାଠ କରାଯାଏ । ଏହି ଶ୍ରାଦ୍ଧରେ ଉପସ୍ଥିତ ରହି ପରିବାର ମହାମାରୀ କରୋନା ଲକଡାଉନ ନିୟମକୁ ପାଳନ କରି ଦାମଚରଣ ଦୀକ୍ଷିତ, ଗୌରାଙ୍ଗ ଚରଣ ଦୀକ୍ଷିତ, ଶ୍ୟାମ ସୁନ୍ଦର ଦୀକ୍ଷିତ, ବୈଇସିମ ଦୀକ୍ଷିତ, ସୂର୍ଯ୍ୟମଣୀ ଦୀକ୍ଷିତ, ରାଜେଶ ଦୀକ୍ଷିତ, ଧନଞ୍ଜୟ ଦୀକ୍ଷିତ, ବଡ଼ ଜୋଇଁ ଦୁଃଖୀରାମ ପତି, ପ୍ରଶାନ୍ତ ଦାଶ, ଭବାନୀ ମୁଦୁଲି, ଝିଅ ସୁନିତା , ମଣ୍ଡୁ , ଲିଟୁ, ସାଲୁ, ଜୀବନ, ମହାମାରୀ କରୋନା ପାଇଁ ବଡ଼ଝିଅ ସଂଘମିତ୍ରା ଅନୁପସ୍ଥିତ ଥିଲେ । ମୋବାଇଲ ଭିଡ଼ିଓ କଲରେ ସମସ୍ତେ ଉପସ୍ଥିତ ରହି ଭକ୍ତିପୂର୍ଣ୍ଣ ଭାବେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.