Home ଜିଲ୍ଲା ପରିକ୍ରମା “ଓଡିଶା ମୋ ପରିବାର” ତରଫରୁ ପ୍ରବାସୀ ଶ୍ରମିକମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

“ଓଡିଶା ମୋ ପରିବାର” ତରଫରୁ ପ୍ରବାସୀ ଶ୍ରମିକମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

82

ସମ୍ବଲପୁର ୨୯-୫ (ଓଡ଼ିଆ ପୁଅ/ସରୋଜ ସାହୁ) : ଓଡ଼ିଶାର ସାଢେ ଚାରିକୋଟି ଓଡ଼ିଆଙ୍କ ଜଡିତ ସଂଗଠନ ” ଓଡିଶା ମୋ ପରିବାର”। ଏହି ସଂଗଠନ ଓଡ଼ିଶାର ଜନସାଧାରଣଙ୍କ ସ୍ୱାର୍ଥ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି କାର୍ଯ୍ୟ ନିର୍ଵାହ ଓ ସଚେତନତା ସୃଷ୍ଟି କରୁଛି। କରୋନା ମହାମାରୀ ସମୟରେ ଏହା ପ୍ରବାସୀ ଓଡ଼ିଆ ମାନଙ୍କ ଦାଇତ୍ୱ ଅନେକାଂଶରେ ସଫଳତାର ସହିତ ତୁଲାଇଛି। ଏହି ପୃଷ୍ଠଭୂମିରେ ଓଡିଶା ମୋ ପରିବାର ତରଫରୁ ରାଜ୍ୟରେ ୧୫ଟି ସ୍ଥାନରେ “ସହାୟତା କେନ୍ଦ୍ର” ସ୍ଥାପନ ହୋଇଛି। ଏ ମଧ୍ୟରୁ ସମ୍ବଲପୁର ଅଇଁଠାପାଲି ଛକରେ ଏକ ସହାୟତା କେନ୍ଦ୍ର ଆଜି ସ୍ଥାପନ ହୋଇଛି। ଏହି ସହାୟତା କେନ୍ଦ୍ରକୁ ବରିଷ୍ଟ ଗଳା ନାସା ବିଶେଷଜ୍ଞ ଡଃ ରମା ବଲ୍ଲଭ ମିଶ୍ର ସେବା ଅର୍ପଣ କରିଥିଲେ। ଏହି ସହାୟତା କେନ୍ଦ୍ର ଆଗାମୀ ୭ ଦିନ ପର୍ଯ୍ୟନ୍ତ ଚାଳିବ। ପ୍ରବାସୀ ଶ୍ରମିକ ଓ ସେମାନଙ୍କ ପରିବାର ଚାଲିକରି, ସାଇକେଲରେ ବା ବିଭିନ୍ନ ଯାନ ବାହନରେ ଯିବା ସମୟରେ ସେମାନଙ୍କୁ ସହାୟତା ପ୍ରଦାନ କରି ଶୁଖିଲା ଖାଦ୍ୟ, ପ୍ରାଥମିକ ଚିକତ୍ସା ତଥା ଚାଲିକରି ଯାଉଥିବା ଶ୍ରମିକ ଭାଇଙ୍କୁ ଓଡିଶା ସୀମା ପର୍ଯ୍ୟନ୍ତ ପରିବହନ ବ୍ୟବସ୍ଥା କରାଯାଉଛି। ଓଡିଶା ମୋ ପରିବାର ର ଯୁଗ୍ମ ଆବାହକ ଇଂ.ନଳିନୀ କାନ୍ତ ପ୍ରଧାନ, ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ଇଂ.ସିଦ୍ଧାର୍ଥ ଦାସ ଏହି କାର୍ଯ୍ୟକ୍ରମ ର ସଂଯୋଜନା କରିବା ସହିତ ପ୍ରବାସୀ ସହାୟତା ଅଭିଯାନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ଡ. ଅଶୋକ ସିଂ, ରାଜେଶ ଅଗ୍ରୱାଲ, ଡ଼. ପ୍ରମୋଦ ରଥ, ସିଦ୍ଧାର୍ଥ ସାହା, ସଂଜିତ ମହାନ୍ତି, ଅଶୋକ ଦାଶ, ଦେବେନ୍ଦ୍ର କିଶୋର ପତି, ଜ୍ଞାନ ପ୍ରକାଶ ଅଗ୍ରୱାଲ, ସୁଶ୍ରୀ ସୃଷ୍ଟି ଅଗ୍ରୱାଲ, ନିଶାନ୍ତ ଦୀକ୍ଷିତ, କବିତା ପୁରୋହିତ, ଉଷା ପ୍ରଧାନ, ସୁବାସ ଜେନା, ବିଜୟ ସ୍ୱାଇଁ, ଖରାଁଶୁ ଦେବ, ମନୋଜ ମହାପାତ୍ର, ପ୍ରିୟଦର୍ଶୀ ଅମିତାଭ ଷଡ଼ଙ୍ଗୀ, ନିହାଲ ସିଂ, ଅନିଲ ଗୁପ୍ତା, ଲିଙ୍ଗରାଜ ତ୍ରିପାଠୀ, ସୌରୀ ପାଣିଗ୍ରାହୀ, ପ୍ରିୟ ଦର୍ଶୀ ଅମିତାଭ ଷଡ଼ଙ୍ଗୀ, ଭାଵେଶ ଚାନ୍ଦ, ଦିଲୀପ ଦାଶ, ସୁଧୀର ପାଣିଗ୍ରାହୀ ଅମିତ ନାଥ, ନିଶିଥ ଆକାଶ, ସୁଭାଶିଷ ପଣ୍ଡା, ପ୍ରଶାନ୍ତ ଥାପା, ସୈରେଂଦ୍ରି ନାୟକ, ସନ୍ଦୀପ ଦେହୁରୀ, ଅଜୟ ଶର୍ମା, ସରୋଜ ସାହୁ ପ୍ରମୁଖ ଙ୍କ ସମେତ ବହୁ ସ୍ଵେଛାସେବୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.