Home ଅପରାଧ ସ୍ତ୍ରୀକୁ ନ ଛାଡିବାରୁ ମାରିବାର ଧମକ ଦେଇ ଜ୍ବାଇଁ ଗିରଫ

ସ୍ତ୍ରୀକୁ ନ ଛାଡିବାରୁ ମାରିବାର ଧମକ ଦେଇ ଜ୍ବାଇଁ ଗିରଫ

184

ପାହାଳ,୧୩/୦୯,(ଓଡ଼ିଆ ପୁଅ ପି ନାଏକ):ଆଜ୍ଞା ହଁ, ଶ୍ୱଶୁରକୁ ବନ୍ଧୁକ ଦେଖାଇ ଜ୍ୱାଇଁ ଗିରଫ । ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ । ତେବେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପାହାଳ ଫାଣ୍ଡି ଅର୍ନ୍ତଗତ ଜୟରଶାସନ ଗାଁରେ । ଏହି ମାମଲାରେ ପୋଲିସ ଅଭିଯୁକ୍ତ ପ୍ରସନ୍ନଜତ୍‌ ପ୍ରଧାନକୁ ଗିରଫ କରିଛି । ଗିରଫ ସମୟରେ ତା ନିକଟରୁ ୩ଟି ଅଫୁଟା ଗୁଳି ସହ ବନ୍ଧୁକ ମଧ୍ୟ ଜବତ ହୋଇଥିବା ପୁଲିସ ସୂଚନା ଦେଇଛି ।

ମିଳିଥିବା ସୂଚନା ଅନୁସାରେ, ୬ ମାସ ତଳେ ଜୟରଶାସନ ଗାଁର କାହ୍ନୁ ଚରଣ ଦାସଙ୍କ ଝିଅକୁ ବିବାହ କରିଥିଲେ ପ୍ରସନ୍ନଜିତ୍‌ । ହେଲେ ୨ଦିନ ତଳେ କୌଣସି କାରଣରୁ ଉଭୟଙ୍କ ମଧ୍ଯରେ ପାଟିତୁଣ୍ଡ ହୋଇଥିଲା । ପରେ ସ୍ତ୍ରୀ ବାପଘରକୁ ପଳାଇ ଆସିବା ପରେ ପ୍ରସନ୍ନଜିତ୍‌ ସ୍ତ୍ରୀଙ୍କୁ ଆଣିବାକୁ ଶଶୁର ଘରକୁ ଆସିଥିଲେ । ସ୍ତ୍ରୀଙ୍କୁ ନ ଛାଡିଲେ ବନ୍ଧୁକ ଦେଖାଇ ମାରିବାକୁ ଧମକ ଦେଇଥିଲେ । ଏନେଇ ଶ୍ୱଶୁର ପାହାଳ ଫାଣ୍ଡିରେ ଅଭିଯୋଗ କରିବା ପରେ ଫାଣ୍ଡି ଅଧିକାରୀ ଅଭିଯୁକ୍ତ ଓମ ପ୍ରକାଶ ମହାନ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.