Home କେନ୍ଦୁଝର ସ୍କୁଲ କଲେଜ ନିକଟରେ ପେଟ୍ରୋଲ ପମ୍ପ ନିର୍ମାଣକୁ ନେଇ ଉଠିଲା ପ୍ରଶ୍ନବାଚୀ

ସ୍କୁଲ କଲେଜ ନିକଟରେ ପେଟ୍ରୋଲ ପମ୍ପ ନିର୍ମାଣକୁ ନେଇ ଉଠିଲା ପ୍ରଶ୍ନବାଚୀ

92

ହାଟଡିହି, ୯ /୧୦- (ଓଡିଆପୁଅ / ବିକାଶ ବିଶ୍ୱାଳ) ଗତକାଲି ଭୁବନେଶ୍ୱରରେ ଏକ ପେଟ୍ରୋଲ ପମ୍ପରେ ଘଟିଥିବା ଅଗ୍ନିକାଣ୍ଡ ଓ ବିଷ୍ଫୋରଣ ଘଟଣା ପରେ ପେଟ୍ରୋଲ ପମ୍ପ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନବାଚୀ । ସ୍କୁଲ କଲେଜ ନିକଟରେ ନିର୍ମାଣ ହେଉ୍‌ଥିବା ପେଟ୍ରୋଲ ପମ୍ପ ଗୁଡିକୁ ପ୍ରଶାସନ କିପରି ଅନୁମତି ଦେଲା ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଆନନ୍ଦପୁର ଭଦ୍ରକ ୫୩ନଂ ରାଜ୍ୟ ରାଜ୍ୟ ପଥର ହାଟଡିହି କଲେଜକୁ ଲାଗି ଏକ ପେଟ୍ରୋଲପମ୍ପ ନିର୍ମାଣ ଚାଲିଛି । ପେଟ୍ରୋଲ ପମ୍ପ ନିର୍ମାଣ ଲାଗି ସଂପୃକ୍ତ କମ୍ପାନୀ ପକ୍ଷରୁ ୨୦୧୮ରେ ବିଜ୍ଞାପନ ପ୍ରକାଶ ପାଇଥିଲା । କଲେଜ ପରିସର ନିକଟରେ ପେଟ୍ରୋଲ ପମ୍ପ ନିର୍ମାଣ କରିବାକୁ ଅନୁମତି ପ୍ରଦାନ ନକରିବାକୁ କଲେଜ କର୍ତ୍ତୁପକ୍ଷ ସଂପୃକ୍ତ କମ୍ପାନୀ ଓ କେନ୍ଦୁଝର ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲେ । କିନ୍ତୁ କଲେଜ କର୍ତ୍ତୁପକ୍ଷଙ୍କ ଚିଠି ଉପରେ ଆଜି ପର‌୍ୟ୍ୟନ୍ତ କୌଣସି ପଦକ୍ଷେପ ନିଆଗଲା ନାହିଁ । ସେହିପରି ରମ୍ପାସ ହାଇସ୍କୁଲ ନିକଟରେ ଏକ ପେଟ୍ରୋଲ ପମ୍ପ ନିର୍ମାଣ କରିବାକୁ ଅନୁମତି ଦିଆଯାଇଛି । ଏନେଇ ସ୍ଥାନୀୟ ସରପଞ୍ଚ ଓ ସ୍କୁଲ କର୍ତ୍ତୁପକ୍ଷ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହାକୁ ସ୍କୁଲ ଠାରେ ନକରିବାକୁ ଦବାି କରିଥିଲେ ମଧ୍ୟ ଆଜି ପର‌୍ୟ୍ୟନ୍ତ କମ୍ପାନୀ ପକ୍ଷରୁ ପୁନଃ ନିଷ୍ପତି ନିଆଯାଇ ନାହିଁ । ଗତକାଲି ଭୁବନେଶ୍ୱରରେ ଭୟାବହ ଦୁର୍ଘଟଣା ଘଟିବାପରେ ସ୍କୁଲ କଲେଜ ନିକଟରେ ଏପରି ପେଟ୍ରୋଲ ପମ୍ପ ନିର୍ମାଣ ହେବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଜିଲ୍ଲା ପ୍ରଶାସନ ଓ ସଂପୃକ୍ତ ତୈଳ କମ୍ପାନୀ କର୍ତ୍ତୁପକ୍ଷ ଏପରି ନିଷ୍ପତିର ପୁନଃ ବିଚାର କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.