Home କେନ୍ଦୁଝର ସମାଜସେବୀ ସନାତନ ପଟ୍ଟନାୟକଙ୍କ ପରଲୋକ

ସମାଜସେବୀ ସନାତନ ପଟ୍ଟନାୟକଙ୍କ ପରଲୋକ

151

ହାଟଡିହି, ୯ /୧୦-(ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ବଞ୍ଚୋ ଗ୍ରାମର ସମାଜସେବୀ ସନାତନ ପଟ୍ଟନାୟକଙ୍କ ୮୩ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଜଣେ ସମାଜସେବୀ, ସ୍ନେହୀ, ମିଷ୍ଠଭାଷୀ, ପରୋପକାରୀ ବ୍ୟକ୍ତି ଭାବେ ପରିଚିତ ଥିଲେ । ସେ ଗତ କିଛିଦିନ ହେଲା କିଡିନି ରୋଗରେ ପିଡିତ ଥାଇ ଚିକିତ୍ସିତ ହେଉଥିଲେ ।ସେ ଜଳସେଚନ ବିଭାଗ ଶାଳପଡାରେ ବରିଷ୍ଠ କିରାଣୀ ଭାବେ କାର‌୍ୟ୍ରଅକରି ଅବସର ନେବାପରେ ଗାଁର ବିଭିନ୍ନ ସାମାଜିକ କାର‌୍ୟ୍ୟରେ ନିଜକୁ ନିୟୋଜିତ କରିଥିଲେ । ଦଧିବାବନଜୀୟୁ ମନ୍‌ଦିର କମିଟିର ଜଣେ ସକ୍ରୀୟ ସଦସ୍ୟ ଥିଲେ । ୍‌ତଙ୍କ ପରଲୋକରେ ସମଗ୍ର ଗ୍ରାମରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ପରଲୋକ ଖବରପାଇ ଶଶାଙ୍କ ଶେଖର ପୁହାଣ, ପ୍ରଶାନ୍ତ ରାଉତ, ରତିକାନ୍ତ ରାଉତ, ସୁଧାଶୁଂ ରାଉତ, ଗୌରାଙ୍ଗ ବରାଳ, ମୁକେଶ ରାଉତ, ରବିନ୍ଦ୍ର ନାୟକ, ହୃଷିକେଶ ବରାଳଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଭାଇ ଗିରିଧାରୀ, ବୀରକିଶୋର, ପଞ୍ଚାନନ, ପୁତୁରା ଅଭିନ୍ନ, ଅଜୟ, ଅମୀୟ, ଦିଲ୍ଲୀପ, ବାପି, ଟିଲନ, ଟିକୁ, ଟିକନ, କୁନା, ଥନ୍ତୁଙ୍କ ସମେତ ପରିବାର ଲୋକେ ଉପସ୍ଥିତ ଥିଲେ । ପରେ ତାଙ୍କ ମରଶରୀରକୁ ଗ୍ରାମ ପରିକ୍ରମା କରାଯାଇ ବୈତରଣୀ ନଦୀ କୁଳରେ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ପୁଅ ଅଶୋକ ପଟ୍ଟନାୟକ ମୁଖାଗ୍ନି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.