Home Coronavirus Outbreak ସେବାୟତ ମାନଙ୍କର କୋଭିଡ୍ ଟେଷ୍ଟ ଆରମ୍ଭ

ସେବାୟତ ମାନଙ୍କର କୋଭିଡ୍ ଟେଷ୍ଟ ଆରମ୍ଭ

37

ପୁରୀ, ୨୫/୬- (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତ ମାନଙ୍କର କୋଭିଡ୍ ଟେଷ୍ଟ ପାଇଁ ୩ ଟି ପରୀକ୍ଷା କେନ୍ଦ୍ର ରେ ସ୍ୱାବ ନମୁନା ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରାଯାଇଛି। ମାନ୍ୟବର ସୁପ୍ରିମ କୋର୍ଟ ଙ୍କ ନିର୍ଦେଶ ଅନୁଯାୟୀ ରଥଯାତ୍ରା ରେ କାର୍ଯ୍ୟରତ ସେବାୟତ ଓ କର୍ମଚାରୀ ଙ୍କ କୋଭିଡ୍ ଟେଷ୍ଟ ପାଇଁ ପଦକ୍ଷେପ ନିଆଯାଇଛି। ଆଜିଠାରୁ ଆଗାମୀ ୪ ଦିନ ଧରି ସ୍ୱାବ ସଂଗ୍ରହ କରାଯିବ। ମହାପ୍ରଭୁ ଙ୍କ ସେବାରେ ନିୟୋଜିତ ସୁଆର ମହାସୁଆର ନିଯୋଗ ପୁଷ୍ପାଳକ ନିଯୋଗ ବିମାନ ବଡୁ ଓ ଶ୍ରୀ ମନ୍ଦିର ପ୍ରଶାସନ କର୍ମଚାରୀ ଙ୍କର ଆଜି ସ୍ୱାବ ନମୁନା ସଂଗ୍ରହ କରାଯାଇଛି। ପରେ ଅନ୍ୟାନ୍ୟ ସେବକ ଓ କର୍ମଚାରୀ ଙ୍କ ବ୍ୟତୀତ ପୁଲିସ ମାନଙ୍କର ମଧ୍ୟ କୋଭିଡ୍ ଟେଷ୍ଟ କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.