Home କଳାହାଣ୍ଡି ସେପ୍ଟେମ୍ବର ମାସର ଦରମା ପାଇନାହାନ୍ତି ଜୁନାଗଡ ଆରଏମସି କର୍ମଚାରୀ

ସେପ୍ଟେମ୍ବର ମାସର ଦରମା ପାଇନାହାନ୍ତି ଜୁନାଗଡ ଆରଏମସି କର୍ମଚାରୀ

40

କଳାହାଣ୍ଡି ୨୯-୧୦ (ଓଡିଆ ପୁଅ) ଅକ୍ଟୋବର ଶେଷ ହେବାକୁ ବସିଲାଣି ଜୁନାଗଡ ନିୟନ୍ତ୍ରିତ ବଜାର କମିଟୀ (ଆରଏମସି) ର କର୍ମଚାରୀ ମାନେ ସେପ୍ଟେମ୍ବର ମାସର ଦରମା ପାଇପାରିନଥିବା ଜଣାପଡିଛି। ବର୍ତମାନର ମହଙ୍ଗା ସମୟରେ କର୍ମଚାରିମାନେ ଅଭାବ ଅନାଟନ ମଧ୍ୟରେ ଗତି କରୁଥିବା ସହିତ ବେଙ୍କ ଋଣ ମଧ୍ୟ ପରିଶୋଧ କରିପାରୁନଥିବା ହେତୁ ବଜାର ମଧ୍ୟରେ ହାତ ଉଧାରୀ କରି ଚଳୁଥିବା ଜଣାପଡିଛି। କର୍ମଚାରୀମାନେ କର୍ତ୍ତୃପକ୍ଷଙ୍କୁ କେହି କିଛି କହିପାରୁନଥିଲେ ମଧ୍ୟ ନିଜ ପରିବାର ଚଳାଇବା ପାଇଁ କଷ୍ଟସ୍ୱୀକାର କରୁଥିବା ପ୍ରକାଶ।

ଏସଂପର୍କରେ ଜୁନାଗଡ ଆରଏମସିର ସଂପାଦକ ଟଙ୍କଧରନାଏକ କିଛିମଧ୍ୟ କହୁନଥିବା ବେଳେ ମଧ୍ୟ ଗତ ସେପ୍ଟେମ୍ବର ମାସରେ ନିଜେ ସ୍ୱାସ୍ଥ୍ୟଗତ କାରଣରୁ ହୋମ ଆଇସୋଲେସନରେ ରହିଥିବା ବେଳେ ଆରଏମସିର ହିସାବ ରକ୍ଷକ ଅନ୍ୟ ରାଜ୍ୟରେ ଥିବା ଏକ ହସପିଟାଲରେ ନିଜର ସ୍ୱାସ୍ଥ୍ୟ ଚିକିତ୍ସା ପାଇଁ ଭର୍ତି ହୋଇଥିବା ଚର୍ଚ୍ଚା ହେଉଛି। ହିସାବ ରକ୍ଷକ କିଛିଦିନ ହେବ ନିଜ କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ତାଙ୍କ ଅନୁପସ୍ଥିତିରେ କାହାମୁ ଭାରପ୍ରାପ୍ତ ହିସାବ ରକ୍ଷକ ଦାୟୀତ୍ୱ ଦିଆଯାଇନଥିବାରୁ ଦରମା ବିଲ କରାଯାଇପାରିନଥିବା ଚାପା ଗୁଂଜରଣ ଶୁଣାଯାଉଛି। ଅନ୍ୟପକ୍ଷରେ ହିସାବ ରକ୍ଷକ ନିଜ ଦାୟୀତ୍ୱରେ ଆରଏମସିର ସମସ୍ତ କାଗଜାତ, ଫାଇଲପତ୍ର ନିଜ ଆଲମିରାରେ ରଖୂଥିବା ହେତୁ ହିସାବ ରକ୍ଷକ ଛୁଟିରେ ଗଲେ ଅଫିସ କାର୍ଯ୍ୟରେ ବାଧାପ୍ରାପ୍ତ ହେଉଥିବା ବିଷୟକୁ ସଂପାଦକ ଅସ୍ୱୀକାର କରିନାହାନ୍ତି। ସେହିକାରଣରୁ ହିଁ କର୍ମଚାରୀ ମାନଙ୍କର ଗତ ସେପ୍ଟେମ୍ବର ମାସର ଦରମା ବିଲ ପ୍ରସ୍ତୃତ କରାଯାଇନଥିବା ଜଣାପଡିଛି।

ଯେକୌଣସି ସରକାରୀ କାର୍ଯ୍ୟାଳୟରେ କୌଣସି ପଦାଧିକାରୀ ଛୁଟିରେ ଗଲେ ଅନ୍ୟ ଜଣେ ପଦାଧିକାରିଙ୍କୁ ଛୁଟିରେ ଯାଇଥିବା ପଦାଧିକାରୀଙ୍କୁ ଭାରପ୍ରାପ୍ତ ଦାୟୀତ୍ୱ ଦିଆଯାଇ ଅଫିସ କାର୍ଯ୍ୟ ପରିଚାଲନା କରାଯାଉଥିବା ବେଳେ ଜୁନାଗଡ ଆରଏମସି ର ହିସାବ ରକ୍ଷକ ଛୁଟିରେ ଗଲେ ତାଙ୍କ ସ୍ଥାନରେ ଅନ୍ୟ କୌଣସି କର୍ମଚାରୀଙ୍କୁ ଭାରପ୍ରାପ୍ତ ଦାୟୀତ୍ୱ ଦିଆନଯାଇ ଆରଏମସିର ଅନେକ କର୍ମଚାରୀ ମାନଙ୍କୁ ସେପ୍ଟେମ୍ବର ମାସର ଦରମା ଦିଆଯାଇପାରିନଥିବା ବେଳେ ଅନ୍ୟାନ୍ୟ ଅଫିସିଆଲ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି।

ଅନ୍ୟପକ୍ଷରେ ସେପ୍ଟେମ୍ବର ମାସର ଦରମା ଦିଆନଯିବା ସଂପର୍କରେ ଆରଏମସି ସଂପାଦକ କୌଣସି ସଠିକ ତଥ୍ୟ ଉପସ୍ଥାପନ କରିପାରୁନଥିବା ବେଳେ ଅକ୍କୋବର ମାସ ଶେଷ ହେବାକୁ ଥିବା ବେଳେ ଆରଏମସିର କର୍ମଚାରୀ ମାନେ ସେପ୍ଟେମ୍ବର ମାସର ଦରମା ପାଇନଥିବା ଘଟଣାକୁ ସହଜରେ ଗ୍ରହଣୀୟ ହୋଇପାରୁନାହିଁ। ଏସଂପର୍କରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ବହୁ ଗୋପନୀୟ ତଥ୍ୟ ପଦାକୁ ଆସି ପାରିବ ବୋଲି ସାଧାରଣରେ ବୁଦ୍ଧିଜୀବି ମହଲରେ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.