Home ଓଡ଼ିଶା ରାତି ରେ ହାତୀ ଦିନ ରେ ପାତି ଚାଷୀ ଜଗି ଜଗି ହତାଶ

ରାତି ରେ ହାତୀ ଦିନ ରେ ପାତି ଚାଷୀ ଜଗି ଜଗି ହତାଶ

65

ନୟାଗଡ/୨୯/୧୦/(ଓଡିଆପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ରାଜ୍ୟ ସରକାରଙ୍କ ବନ ବିଭାଗ ହାତୀ ସୁରକ୍ଷା ପାଇଁ ଜଙ୍ଗଲ ରେ କାମ୍ପା ଯୋଜନା ରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ହାତୀ ଦଳ ଜଙ୍ଗଲ ରେ ଖାଦ୍ୟ ନପାଇ ଗ୍ରାମାଞ୍ଚଳ ଚାଷ ଜମି ମୁହାଁ ହେଉଥିବା ଦେଖିବାକୁ ମିଳୁଛି । ଜଙ୍ଗଲ ତଳି ଅଂଚଳ ଧାନ ଚାଷ ଜମିକୁ ଆସି ରାତି ସାରା ଧାନ ଫସଲ ଖାଇ ଦଳି ଚକଟି ନଷ୍ଟ କରିଦେଉଛନ୍ତି । ଚାଷୀ ମାନେ ରାତି ସାରା ଧାନ ଜମିରେ ଜଗି ରହୁଛନ୍ତି । ଚାଷୀ ହାତୀ ଦଳକୁ ଘଉଡାଇବାକୁ ଚେଷ୍ଟା କଲେ ମଧ୍ୟ ହାତୀ ଦଳ ମଣିଷ କୁ ମାନୁ ନାହାନ୍ତି  । ସେହିଭଳି ଦିନ ସାରା ପାତି ମାଙ୍କଡ ମଧ୍ୟ ପାଚିଲା ଧାନ ଖାଇ ଚାଲିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳୁଛି  ନୟାଗଡ ଜିଲ୍ଲା ରଣପୁର ବନାଞ୍ଚଳ ମୟୁରଝାଲିଆ, ନାଟୀମି, ବାରଙ୍ଗଗାଡିଆ, ନାକିଠଣା, ହରିହରପୁର, ଝାରପଡା, ଜଙ୍କିଆ, ଓସ୍ତପଡା, କେରଣ୍ଡାଟାଙ୍ଗୀ  ଓ ଗୌରଚନ୍ଦ୍ରପୁର ଗ୍ରାମ ମାନଙ୍କରେ  । ଚାଷୀ ମାନେ ରାତିସାରା ଅନିଦ୍ରା ହୋଇ ହାତୀଙ୍କୁ ଜଗି ରହୁଥିବା ବେଳେ ଦିନରେ  ଘରେ ବିଶ୍ରାମ ନେବା ସମୟରେ ପାତି ମାଙ୍କଡ ପାଚିଲା ଧାନ ଖାଇଯାଉଛନ୍ତି । ଚାଷୀ ମାନେ ବ୍ୟାଙ୍କ ଓ ମହିଳା ଗୋଷ୍ଠୀ ରୁ ଆଣିଥିବା ଋଣ କିପରି ଶୁଝିବେ ସେହି ଚିନ୍ତାରେ  । ହାତୀ ଧାନ ଖାଇବା ସର୍ମ୍ପକେ ଗୋପାଳପୁର ଫରେଷ୍ଟର ବିଚିତ୍ରା ନନ୍ଦ ବେହେରା ଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି  ହାତୀ ଧାନ ଫସଲ ନଷ୍ଟ କରୁଥିବା ଗ୍ରାମ ମାନଙ୍କରେ ଆମ୍ଭ ଫୋନ୍ ନମ୍ବର ଦିଆଯାଇଅଛି ।

ଫୋନ୍ ପାଇଲା ମାତ୍ରେ ଆମ୍ଭେ ପନ୍ଦର କୋଡିଏ ମିନିଟ୍ ଭିତରେ ଘଟଣା ସ୍ଥଳରେ ପହଞ୍ଚି  ଆମ୍ଭ ସ୍କାର୍ଡ ମାଧ୍ୟ୍ୟମରେ ହାତୀ ତଡିବା ପାଇଁ ଚେଷ୍ଟା କରୁଅଛୁ  । ଯେଉଁ ଚାଷୀ ମାନଙ୍କର ଧାନ ଫସଲ ନଷ୍ଟ ହେଉଅଛି  ସେମାନେ  କ୍ଷତି ପୁରଣ ପାଇଁ ବନ ବିଭାଗରୁ ମିଳୁଥିବା ନିର୍ଧାରିତ ଫର୍ମ ରେ ଆବେଦନ କରିବା ପାଇଁ କୁହାଯାଉଅଛି । କ୍ଷତିଗ୍ରସ୍ତ ଚାଷୀ ମାନଙ୍କ ପାଇଁ ଏକ ନୂଆ ବ୍ୟବସ୍ଥା ଲାଗୁ କରାଯାଇଅଛି ।  ଯେଉଁ କ୍ଷତିଗ୍ରସ୍ତ ଚାଷୀ ମାନେ କ୍ଷତି ପୂରଣ ପାଇଁ ଆବେଦନ କରିବେ ସେମାନଙ୍କୁ ପ୍ରାପ୍ତ ସ୍ୱୀକାର ଟୋକନ୍ ପ୍ରଦାନ କରାଯାଉଅଛି । କିନ୍ତୁ ଚାଷୀ ମାନଙ୍କ ଅଭିଯୋଗ ଅନୁଯାଇ ଉପଯୁକ୍ତ କ୍ଷତି ପୂରଣ ଦିଆଯାଉ ନାହିଁ  ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.