Home ଓଡ଼ିଶା ସେକ୍ସ ରାକେଟ ଠାବ: ଅଭିଯୋଗ ସତ୍ୱେ ପୋଲିସ ନୀରବ ଅଭିଯୋଗ କରି ଅଭିଯୁକ୍ତଙ୍କୁ ଖୁଣ୍ଟରେ ବାନ୍ଧି...

ସେକ୍ସ ରାକେଟ ଠାବ: ଅଭିଯୋଗ ସତ୍ୱେ ପୋଲିସ ନୀରବ ଅଭିଯୋଗ କରି ଅଭିଯୁକ୍ତଙ୍କୁ ଖୁଣ୍ଟରେ ବାନ୍ଧି ପିଟିଲେ

341

ବଲାଙ୍ଗୀର ୩୧-୧୦ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ପୁଇଁତଲା ଥାନା ଅନ୍ତର୍ଗତ ବୁରୋଭାଡି ଗ୍ରାମରେ ସେକ୍ସ ରେକେଟ ଚାଲୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ବୁରୋଭାଡ଼ି ଗ୍ରାମର ଏକ ଘରେ ଦୀର୍ଘଦିନରୁ ଏହି ଯୌନ କାରବାର ଚାଲୁଥିବା ନେଇ ଗ୍ରାମବାସୀ ଲିଖିତ ଭାବେ ଥାନାରେ ପ୍ରାୟ ୩ ଥର ଅଭିଯୋଗ କରିଥିଲେ ସୁଦ୍ଧା ପୋଲିସ କୌଣସି ପ୍ରକାର ପଦକ୍ଷେପ ନେଇନଥିଲା। ଏଥିରେ ସ୍ଥାନୀୟ ବାସିନ୍ଦାଙ୍କ ତୀବ୍ର ଅସନ୍ତୋଷ ଥିବା ବେଳେ ଉକ୍ତ ଘରୁ ଗ୍ରାମବାସୀ ମିଶି ଆଜି ଜଣେ ଯୁବତୀ ଓ ତିନି ଜଣ ଯୁବକଙ୍କୁ କାବୁ କରିଥିଲେ। ଉକ୍ତ ଚାରି ଜଣଙ୍କୁ ଗ୍ରାମବାସୀ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ ମାରିଥିବା ବେଳେ ପୋଲିସ ତାଙ୍କୁ ଉଦ୍ଧାର କରିଥିଲା। ଉକ୍ତ ଘରୁ ତିନୋଟି ଗାଡି ଓ ଅନେକ ଆପତ୍ତି ଯୁକ୍ତ ଜିନିଷ ପତ୍ର ପୋଲିସ ଜବତ କରିଛି। ଉକ୍ତ ଯୁବତୀ ସମ୍ବଲପୁର ଅଞ୍ଚଳର ହୋଇଥିବା ବେଳେ ୩ ଜଣ ଯୁବକ ସୋନପୁରର ହୋଇଥିବା ପୋଲିସ ପ୍ରକାଶ କରିଛି। ଏ ନେଇ ପୋଲିସ ଅଧିକ ତଦନ୍ତ ଜରିରଖିଥିବା ପୋଲିସ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.